ଗଞ୍ଜେଇ ଚାଷ ଯଥାର୍ଥ କି

ଡ. ଚିନ୍ତାମଣି ପଣ୍ତା

 

ଦେଶ ସ୍ବାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡ଼ିକ ଚାଷୀ ଭାଇମାନଙ୍କୁ ପାରମ୍ପରିକ ଧାନଚାଷ ପାଇଁ ବିଭିନ୍ନ ଉପାୟରେ ପ୍ରୋତ୍ସାହନ ଦେଇଆସୁଛନ୍ତି। ଯଥା ଉନ୍ନତ ବିହନ, ରିହାତି ଦରରେ ସାର, ବିକ୍ରିବଟାର ବନ୍ଦୋବସ୍ତ ଏବଂ ସର୍ବୋପରି ଉତ୍ତମ ଜ୍ଞାନ କୌଶଳ ବାବଦରେ ତାଲିମ ଇତ୍ୟାଦି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ବିନା କୌଣସି ସହାୟତାରେ ଗରିବ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ, ହିଂସ୍ର ଜନ୍ତୁ କିମ୍ବା ମାଓବାଦୀମାନଙ୍କ ଭୟକୁ ନ ଡରି, ବର୍ଷା ବିତ୍ପାତ ତଥା ମରୁଡ଼ି ପାଇଁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଶହ ଶହ ଏକର ଗଞ୍ଜେଇ ଚାଷ କରୁଥିବାର ଆମ ଅବକାରୀ ବିଭାଗ ଠାବ କରୁଛନ୍ତି। ଏହା କିପରି ଓ କାହିଁକି ସମ୍ଭବ ହେଉଛି ତାହା ହିଁ ଚିନ୍ତାର ବିଷୟ। ଯେତିକି ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି, ତାହାର କାହିଁ କେତେ ଗୁଣ ଚାଷ କରାଯାଉଥିବାରୁ ଶହ ଶହ ଟ୍ରକ ଗଞ୍ଜେଇ କେତେବେଳେ ତେଲଟ୍ୟାଙ୍କର ତ ପୁଣି କେତେବେଳେ ଆମ୍ବୁଲାନ୍ସରେ ଚାଲାଣ ବେଳେ ଧରାହେଉଥିବାର ଖବର ଶୁଣୁଛୁ। ଅନେକ ଦଲାଲ ମଧ୍ୟ ହାଜତକୁ ଯାଉଛନ୍ତି। ତଥାପି ଏସବୁକୁ ଭ୍ରୂକ୍ଷେପ ନ କରି ଗଞ୍ଜେଇ ଚାଷ ହେଉଛି କିପରି ? ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ତ ଓ ଉତ୍ତର ପ୍ରଦେଶ ପରି ରାଜ୍ୟଗୁଡ଼ିକ ଗଞ୍ଜେଇ ଚାଷକୁ ଅପରାଧମୁକ୍ତ କରି ନିୟନ୍ତ୍ରଣରେ ରଖିଛନ୍ତି। ଯେହେତୁ ଏନ୍‌ଡିପିଏସ୍‌ ଆଇନ ୧୯୮୫ ଅନୁଯାୟୀ ରାଜ୍ୟଗୁଡ଼ିକ ନିଜ ନିଜର ସୁବିଧାରେ ଏହି ଚାଷକୁ ଅପରାଧମୁକ୍ତ କରି ନିଜ ନିୟନ୍ତ୍ରଣକୁ ଆଣିପାରିବେ। ଯଦି ଓଡ଼ିଶା ପ୍ରସଙ୍ଗକୁ ଆସିବା, ଆମ ରାଜ୍ୟ, ବିଶେଷକରି ଆଭ୍ୟନ୍ତରୀଣ ଅଞ୍ଚଳର ଜଳବାୟୁ ଗଞ୍ଜେଇ ଚାଷ ପାଇଁ ଉପଯୁକ୍ତ। ଏହା ସାଙ୍ଗକୁ ଯେଉଁ ଦେଶୀ ଗଞ୍ଜେଇ କିସମ ଏ ଅଞ୍ଚଳରେ ମିଳେ, ତାହାର ଦୁଇଟି ଉତ୍ତମ ଗୁଣ ହେଲା ଔଷଧୀୟ ଉପାଦାନ ଓ ମଞ୍ଜି ଉତ୍ପାଦନ କ୍ଷମତା, ଅର୍ଥାତ୍‌ ଓଡ଼ିଶା ଗଞ୍ଜେଇରୁ ମିଳୁଥିବା ଜୈବ ରସାୟନଯୁକ୍ତ ତନ୍ତୁ ପୃଥିବୀ ପ୍ରସିଦ୍ଧ। ଗଞ୍ଜେଇ ମଞ୍ଜିର ତେଲରେ ଓମେଗା ୩ ଓ ୬ ଜାତୀୟ ସ୍ନେହସାର ସନ୍ତୁଳିତ ପରିମାଣରେ ପ୍ରଚୁର ମାତ୍ରାରେ ଥିବାରୁ ଏହା ସର୍ବୋତ୍କୃଷ୍ଟ ଜୈବ ରସାୟନ। ସେଥିପାଇଁ କେବଳ ଏଲୋପାଥିକ କାହିଁକି ୧୫୭ ପ୍ରକାରର ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ଏହା ବ୍ୟବହୃତ ହୋଇଥାଏ। ଏହାର ଉପଯୋଗରେ ଦୁରାରୋଗ୍ୟ କର୍କଟ, ଏଡ୍‌ସ ତଥା ଅପସ୍ମାର ଭଳି ବେମାରିର ଚିକିତ୍ସା କରାଯାଇଥାଏ। ସେଥିପାଇଁ ଓଡ଼ିଶା ଗଞ୍ଜେଇର ଚାହିଦା ଦୃଷ୍ଟିରୁ ସବୁ ଔଷଧ କମ୍ପାନୀ କଞ୍ଚାମାଲ ପାଇଁ ଏହି ଚାଷକୁ ଅପରାଧମୁକ୍ତ କରିବାକୁ ଦାବି ଉଠାନ୍ତି।
ଅପରପକ୍ଷେ ଗଞ୍ଜେଇ ଗଛର ମରୁଡ଼ି ଓ ରୋଗ ସହଣି ଶକ୍ତି ଅଧିକ ଏବଂ ଏହା ଅଧିକ ଶ୍ରମସାପେକ୍ଷ ନୁହେଁ। ଗଞ୍ଜେଇ ଗଛର ତନ୍ତୁରୁ ବିଶ୍ବର ସବୁଠୁ ମଜଭୁତ ଶୀତ ତାପ ନିରୋଧୀ, ଜୀବାଣୁମୁକ୍ତ, କାଗଜ ତଥା ପ୍ଲାଷ୍ଟିକ ଉପକରଣ ତିଆରି କରାଯାଇଥାଏ। ପାରମ୍ପରିକ ଚାଷ ଅପେକ୍ଷା ଏଥିରୁ ଅଧିକ ଲାଭ ମିଳୁଥିବାରୁ ସ୍ବାଭିମାନ ଅଞ୍ଚଳର ଚାଷୀମାନେ ମଧ୍ୟ ଏହି ଚାଷକୁ ଅପରାଧମୁକ୍ତ କରିବାକୁ ଦାବି କରନ୍ତି। ଅଶୀ ଦଶକ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କୃଷି ବିଭାଗ ଦ୍ୱାରା କୋରାପୁଟ ଓ ଲଚିଦା ଫାର୍ମ, ସମ୍ବଲପୁରରେ ସରକାରୀ ଭାବରେ ଗଞ୍ଜେଇ ଚାଷ କରାଯାଉଥିଲା। ଅନ୍ୟପକ୍ଷରେ କେଉଁ ଆବହମାନ କାଳରୁ ଗଞ୍ଜେଇର ବ୍ୟବହାର ଗାଁ ଗହଳିର ତ୍ରିନାଥ ମେଳାଠାରୁ ଆରମ୍ଭକରି ଅତ୍ୟାଧୁନିକ କାଉଡ଼ିଆ ଯାତ୍ରା ପର୍ଯ୍ୟନ୍ତ ସବୁଠି ବହୁଳ ଭାବରେ ଦେଖାଯାଏ। ଉତ୍କୃଷ୍ଟ ଚାହିଦା ଦୃଷ୍ଟିରୁ ଚୋରା ଚାଲାଣକାରୀମାନେ ଅତ୍ୟାଧୁନିକ ଉପାୟରେ ଏହାକୁ ଉପାନ୍ତ ଅଞ୍ଚଳରୁ ସଂଗ୍ରହକରି କଳାବଜାର ମାନଙ୍କରେ ଚଢ଼ାଦରରେ ଉପଲବ୍ଧ କରାଇଥାନ୍ତି।
ଅତଏବ ଆମେ ଆନ୍ତର୍ଜାତିକ ଚାପ ଆଗରେ ମୁଣ୍ତ ନ ନୁଆଁଇ ଏହି ଚାଷକୁ ଅପରାଧମୁକ୍ତ ତଥା ନିୟନ୍ତ୍ରଣଯୁକ୍ତ କଲେ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ଉପଯୁକ୍ତ ଗୁଣବତ୍ତା ବିଶିଷ୍ଟ କଞ୍ଚାମାଲ ପାଇ ଜୀବନରକ୍ଷାକରୀ ଔଷଧ ଉତ୍ପାଦନ କରିବା ସଙ୍ଗେ ସଙ୍ଗେ ଉପାନ୍ତ ଅଞ୍ଚଳର ଗରିବ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମଧ୍ୟ ଲାଭାନ୍ବିତ ହୋଇପାରନ୍ତେ। ଏତଦ୍‌ ବ୍ୟତୀତ ଗଞ୍ଜେଇର ଚୋରା ଚାଲାଣ, କଳାବଜାର, ଥାନା ପୋଡ଼ାଜଳା ଓ ତଜ୍ଜନିତ ଆଇନଶୃଙ୍ଖଳା ପରିସ୍ଥିତି କମିବା ସହିତ ସରକାର ମଧ୍ୟ ନିଜର ରାଜସ୍ବ ବୃଦ୍ଧି କରିପାରନ୍ତେ। ତେଣୁ ଚିନ୍ତାନାୟକ ତଥା ଆଇନ ପ୍ରଣୟନକାରୀମାନଙ୍କୁ ଏ ଦିଗରେ ମାନସ ମନ୍ଥନ କରିବାର ସମୟ ଆସିଯାଇଛି।
ପ୍ରାକ୍ତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ, ଭବାନୀପାଟଣା
ମୋ: ୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?