ବିତ୍ତୀୟ ସେବାରୁ ସ୍ବାସ୍ଥ୍ୟଗତ ଲାଭ

କିମ୍‌ ଫେ କ୍ରାମର

 

ବିଶ୍ୱ ଜନସଂଖ୍ୟାର ଅତିକମ୍‌ରେ ଅଧା ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଏହା ସହ ସ୍ବାସ୍ଥ୍ୟସେବାର ଅତ୍ୟଧିକ ବ୍ୟୟ ପ୍ରତିବର୍ଷ ୧୦୦ ମିଲିୟନ ଲୋକଙ୍କୁ ଉକତ୍ଟ ଦାରିଦ୍ର୍ୟ ମଧ୍ୟକୁ ଠେଲିଦେଉଛି। ଏଣୁ ଅଭାବ ରହୁଥିବା ସଂସାଧନଗୁଡ଼ିକର କିପରି ସୁବଣ୍ଟନ କରାଯାଇପାରିବ ତା’ଉପରେ ଗୁରୁତ୍ୱ ଦେବା ଉଚିତ ଏବଂ ଏହି ସମସ୍ୟା ସମାଧାନ କରିବାରେ ଅର୍ଥ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ବିଶ୍ୱାସ କରିବା ଦରକାର। ୬୦ଟିରୁ ଅଧିକ ଦେଶ ସ୍ବାସ୍ଥ୍ୟସେବା ସୁଧାରିବାରେ ସେମାନଙ୍କର ଜାତୀୟ ବିତ୍ତୀୟ ସମାବେଶନ ରଣନୀତି ଆରମ୍ଭ କରିଛନ୍ତି ଏବଂ ସେଗୁଡ଼ିକର ପ୍ରଭାବ ଜାଣିବାକୁ ବୈଜ୍ଞାନିକ ଗବେଷଣା ମଧ୍ୟ ଆଗ୍ରହୀ ହୋଇପଡ଼ିିଛି। ସ୍ବାସ୍ଥ୍ୟ ପାଇଁ ଅର୍ଥ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ ବୋଲି ଏଯାବତ କୌଣସି ପ୍ରମାଣ ନ ଥିଲା। ପରିବାରର ସଞ୍ଚୟ ଆକାଉଣ୍ଟ, ଋଣ ଏବଂ ସ୍ବାସ୍ଥ୍ୟବୀମାକୁ ନେଇ କରାଯାଉଥିବା ଇଚ୍ଛାମୁତାବକ ଚୟନ ନିୟନ୍ତ୍ରିତ ପରୀକ୍ଷଣରେ କୌଣସି ପ୍ରଭାବ ଥିବା ଦେଖିବାକୁ ମିଳିନାହିଁ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅଧ୍ୟୟନଗୁଡିକ ବ୍ୟାଙ୍କିଙ୍ଗ୍‌ର ଗୁରୁତ୍ୱପୂର୍ଣ୍ଣ ଦୀର୍ଘମିଆଦୀ ତଥା ବ୍ୟାପକ ଦିଗଗୁଡ଼ିକୁ ପରୀକ୍ଷଣ କରି ନ ଥିଲେ କିମ୍ବା ବ୍ୟବସାୟ ତଥା ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ଦିଆଯାଉଥିବା ଆର୍ଥିକ ସେବା ପାଇଁ ଉତ୍ତରଦାୟୀ ରହି ନ ଥିଲେ। ତେବେ ନିକଟରେ ଏକ ଅଧ୍ୟୟନରେ ମୁଁ ଏକ ବାସ୍ତବ ପରୀକ୍ଷଣ ପଦ୍ଧତିକୁ ବ୍ୟବହାର କରିଥିଲି, ଯେଉଁଥିରେ ଦେଶ ସାରା ୧୦ବର୍ଷରୁ ଊର୍ଦ୍ଧ୍ୱ ହେଲା ଲାଗୁ ହୋଇଥିବା ବିତ୍ତୀୟ ସମାବେଶନର ବିକାଶ ଏବଂ ବଜାରରେ ବିଭିନ୍ନ ସଂସ୍ଥା ଉପରେ ଏହାର ପ୍ରଭାବକୁ ଆକଳନ କରାଯାଇଥିଲା। ଦେଖାଯାଇଥିଲା ଯେ, ଭାରତରେ ବ୍ୟାଙ୍କ ଉପସ୍ଥିତି ସ୍ବାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିଥିଲା। ପୂର୍ବ ଗବେଷଣା ତୁଳନାରେ ମୁଁ ଏହି ଅଧ୍ୟୟନରେ ପରିବାରର ସ୍ବାସ୍ଥ୍ୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇଥିବା ଦେଖିବାକୁ ପାଇଥିଲି।
୨୦୦୫ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଦେଶର ସବୁଆଡେ ଯେଉଁ ଜିଲାଗୁଡ଼ିକରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା କମ୍‌ ଥିଲା ସେଠାରେ ବ୍ୟାଙ୍କଗୁଡ଼ିକୁ ନୂଆ ଶାଖା ଖୋଲିବାକୁ ପ୍ରେରିତ କରିବା ପାଇଁ ଏକ ନୂଆ ନୀତି ଆରମ୍ଭ କରିଥିଲା। ଫଳରେ ଏହିସବୁ ଜିଲାରେ ୫ ବର୍ଷ ପରେ ବ୍ୟାଙ୍କ ଶାଖାଗୁଡ଼ିକର ସଂଖ୍ୟା ୧୯% ବୃଦ୍ଧି ପାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶରେ ପାରିବାରିକ ସ୍ତରରେ ହୋଇଥିବା ଦୁଇଟି ସର୍ବେକ୍ଷଣରୁ ଜଣାପଡ଼ିଛି, ଯେଉଁଠାରେ ଏହି ନୀତି ଲାଗୁ କରାଯାଇ ନ ଥିଲା ତା’ ତୁଳନାରେ ଏହି ଜିଲାଗୁଡ଼ିକରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହୋଇଥିବା ଦେଖାଯାଇଛି। ଆର୍‌ବିଆଇ ଯୋଜନା କାର୍ଯ୍ୟକାରୀ ହେବାର ୬ ବର୍ଷ ପରେ ଭାରତର ମାନବ ବିକାଶ ସର୍ଭେ(ଆଇଏଚ୍‌ଡିଏସ୍‌) ଦର୍ଶାଇଥିଲା ଯେ, ଯେଉଁ ଜିଲାଗୁଡ଼ିକରେ ଅଧିକ ବ୍ୟାଙ୍କ ଖୋଲାଯାଇଥିଲା ସେଠାକାର ପରିବାରଗୁଡ଼ିକରେ ୩୬% କମ୍‌ ଅଣ-କ୍ରନିକ ଡିଜିଜ୍‌ ଯଥା ଜ୍ୱର କିମ୍ବା ଡାଇରିଆ ଦେଖାଯାଇଥିଲା। ସେହିଭଳି ଆର୍‌ବିଆଇ ଯୋଜନା ଲାଗୁ ହେବା ପରେ ୧୦ ବର୍ଷରେ ଥରେ ହେଉଥିବା ଜନସାଂଖିକ ଓ ସ୍ବାସ୍ଥ୍ୟ ସର୍ଭେ ମଧ୍ୟ ଦର୍ଶାଇଛି ଯେ, ସେହିସବୁ ଜିଲାରେ ଟିକାକରଣ ହାର ଅଧିକ ହେବା ସହ ଗର୍ଭଧାରଣଜିନତ ବିପଦ କମ୍‌ ରହିଛି। ଅସୁସ୍ଥତା ହାର କମ୍‌ ହେବା ଯୋଗୁ ତାହା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅର୍ଥନୈତିକ ପରିଣାମରେ ଉନ୍ନତି ଆଣିଥିଲା। ଆଇଏଚ୍‌ଡିଏସ୍‌ ଦର୍ଶାଏ ଯେ, ଅସୁସ୍ଥତା କାରଣରୁ କମ୍‌ ସ୍କୁଲ ଯିବା ଓ କମ୍‌ କାମ କରିବାରେ ପରିବର୍ତ୍ତନ ଦେଖାଯାଇଥିଲା ଏବଂ ଚିକିତ୍ସା ଖର୍ଚ୍ଚ କମିିଥିଲା।
ସମ୍ଭବତଃ ସ୍ବାସ୍ଥ୍ୟ ପରିଣାମରେ ଉନ୍ନତି ଆଣିବା ଲାଗି ତିନୋଟି ପ୍ରକ୍ରିୟା ବଡ଼ ଭୂମିକା ଗ୍ରହଣ କରିଥିଲା। ଯେଉଁ ବ୍ୟାଙ୍କଗୁଡ଼ିକ ଶାଖା ଖୋଲିଥିଲେ ସେମାନେ ସ୍ଥାନୀୟ ବ୍ୟବସାୟକୁ ଋଣ ଯୋଗାଇ ଦେଇଥିଲେ, ଯାହାକି ପରିବାରଗୁଡ଼ିକୁ ଅଧିକ ରୋଜଗାର କରିବାଏବଂ ସ୍ବାସ୍ଥ୍ୟରେ ଅଧିକ ବିନିଯୋଗ କରିବାକୁ ଅନୁମତି ଦେଇଥିଲା। ଦ୍ୱିତୀୟତଃ, ପରିବାରଗୁଡ଼ିକ ସିଧାସଳଖ ଆର୍ଥିକ ସେବା ପାଇପାରିଲେ। ସେମାନେ ସଞ୍ଚୟ ଖାତା ଖୋଲିଲେ ଏବଂ ସ୍ବାସ୍ଥ୍ୟ ବୀମା ମଧ୍ୟ କିଣିପାରିଲେ। ଅଧାରୁ ଅଧିକ ବିକାଶଶୀଳ ଦେଶଗୁଡିକ ଭଳି ଭାରତରେ ଲୋକାଲ ବ୍ୟାଙ୍କଗୁଡିକ ସେମାନଙ୍କ ଗ୍ରାହକଙ୍କୁ ସ୍ବାସ୍ଥ୍ୟ ବୀମା ପଲିସି ବିକ୍ରୟ କରିବା ସହ ପ୍ରମୁଖ ସହରଗୁଡିକରେ ବୀମା କମ୍ପାନୀଗୁଡିକ ପାଇଁ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରୁଛନ୍ତିି। ସବୁଠୁ ବିକଶିତ ଦେଶଠାରୁ ଏହା ପୂରା ଭିନ୍ନ, କାରଣ ସେଠାରେ ସ୍ବାସ୍ଥ୍ୟ ବୀମା କେବଳ ବୀମା କମ୍ପାନୀଗୁଡ଼ିକଠାରୁ କିଣାଯାଇଥାଏ କିମ୍ବା ସରକାରୀ ଯୋଜନାରୁ ମିଳିଥାଏ।
ଶେଷରେ ବ୍ୟାଙ୍କ ଶାଖା ସଂଖ୍ୟା ବଢ଼ିବାରୁ ସ୍ବାସ୍ଥ୍ୟସେବା ପ୍ରଦାନକାରୀମାନେ ଋଣ ପାଇପାରିଲେ। ଆର୍‌ବିଆଇ ନୀତି ଲାଗୁ ହେବାର ୮ ବର୍ଷ ପରେ ପ୍ରୋତ୍ସାହନ ଦିଆଯାଇଥିବା ଜିଲାଗୁଡ଼ିକରେ କାର୍ଯ୍ୟକରୁଥିବା ହସ୍ପିଟାଲ ସଂଖ୍ୟା ୧୪୦% ବଢ଼ିଯାଇଥିଲା ଏବଂ ସେମାନେ ସଂସ୍ଥାଗତ ଋଣ ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ। ଏହାସହ ସ୍ଥାନୀୟ ପରିବାରଗୁଡ଼ିକ ସ୍ବାସ୍ଥ୍ୟସେବା ଯୋଗାଣରେ କମ୍‌ ସମସ୍ୟା ଥିବା ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ଅଧିକ ଋଣ ପ୍ରଦାନର ଗୁରୁତ୍ୱକୁ ନୀତି ନିର୍ଦ୍ଧାରକମାନେ ବି ହୃଦୟଙ୍ଗମ କରିଥିଲେ। କୋଭିଡ୍‌-୧୯ ସଙ୍କଟରେ, ମେ ୨୦୨୧ରେ ଏହି କ୍ଷେତ୍ର ପାଇଁ ସହଜରେ ଋଣ ପାଇବା ଲାଗି ଆର୍‌ବିଆଇ ମଧ୍ୟ ୬.୭୮ ବିଲିୟନ ଡଲାର ପ୍ରଦାନ କରିଥିଲା।
ମୋ ଦ୍ୱାରା କରାଯାଇଥିବା ବାସ୍ତବ ପରୀକ୍ଷଣରେ ସ୍ବାସ୍ଥ୍ୟ ଉପରେ ଅର୍ଥ ଯୋଗାଣର ମହତ୍ତ୍ୱପୂର୍ଣ୍ଣ ପ୍ରଭାବଗୁଡିକ ପୂର୍ବରୁ କରାଯାଉଥିବା ଇଚ୍ଛାମୁତାବକ ଚୟନ ନିୟନ୍ତ୍ରିତ ପରୀକ୍ଷଣ ଅପେକ୍ଷା ଅଧିକ ସ୍ପଷ୍ଟ ତଥା ପ୍ରମାଣିତ ହେବା ଦେଖାଯାଇଛି। ଏକ ବାସ୍ତବ ପରୀକ୍ଷଣ ଦ୍ୱାରା ବିତ୍ତୀୟ ଅନୁସନ୍ଧାନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭଲ ଗୁଣ ରହିଛି। ପ୍ରଥମତଃ, ଏହା ସାଧାରଣ ସନ୍ତୁଳନ ପ୍ରଭାବକୁ ଆୟତ୍ତ କରିବାକୁ ଜଣକୁ ଅନୁମତି ଦିଏ ଏବଂ ତଥ୍ୟ ଦର୍ଶାଏ ଯେ, ଏକ ଦୃଢ ପ୍ରକ୍ରିୟା ସୃଷ୍ଟିକରି ସ୍ବାସ୍ଥ୍ୟସେବା ବଜାରର ଉଭୟ ଚାହିଦା ଏବଂ ଯୋଗାଣ ବଢାଇଥାଏ। ଦ୍ୱିତୀୟତଃ,ଏକ ଦୀର୍ଘ ସମୟ ମଧ୍ୟରେ ଜଣେ ବ୍ୟାପକ ପ୍ରଭାବର ଅନୁସନ୍ଧାନ କରିପାରିବେ।
କୌଣସି ଅଞ୍ଚଳରେ ଅଧିକ ବ୍ୟାଙ୍କ ଖୋଲିଲେ ତାହା ବିଶ୍ୱବ୍ୟାପୀ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିପାରିବ। ବ୍ୟାଙ୍କ ଶାଖାଗୁଡ଼ିକରେ ଉନ୍ନତ ଅର୍ଥ ଉପଲବ୍ଧ ବ୍ୟବସ୍ଥା ଓ ଅସୁସ୍ଥତା ହେତୁ ବିଦ୍ୟାଳୟରେ କମ୍‌ ଉପସ୍ଥିତି ମଧ୍ୟରେ ସମ୍ପର୍କକୁ ଦେଖିଲେ ଶିକ୍ଷା କ୍ଷେତ୍ରରେ ଆର୍ଥିକ-ଅନ୍ତର୍ଭୂକ୍ତ ପଦକ୍ଷେପ ସୁବିଧାଜନକ ହୋଇପାରିବ। ଏହା ପରିବାରକୁ ଶିକ୍ଷା କ୍ଷେତ୍ରରେ ଅଧିକ ବିନିଯୋଗ କରିବାକୁ ଅନୁମତି ଦେବା ସହ ନୂତନ ବିଦ୍ୟାଳୟ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୃଷ୍ଟି ପାଇଁ ଋଣ ପ୍ରଦାନ କରିବ, ଯାହା ଶିକ୍ଷାରେ ଉତ୍ତମ ଫଳାଫଳ ଦେବ। ସ୍ବାସ୍ଥ୍ୟ ପରିଣାମରେ ଉନ୍ନତି ଆଣିବାକୁ ଚାହୁଁଥିବା ବିକାଶଶୀଳ ଦେଶଗୁଡିକରେ ନୀତି ନିର୍ଦ୍ଧାରକଙ୍କ ପାଇଁ ଆର୍‌ବିଆଇ ନୀତିର ସଫଳତା ଶୁଭ ଲକ୍ଷଣ। ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ନିଆଯାଉଥିବା ସମାନ ପ୍ରକାର ପଦକ୍ଷେପ ଚାହିଦା ଏବଂ ଯୋଗାଣ ଉପରେ କିପରି ପ୍ରଭାବ ପକାଇପାରେ ତାହା ଉପରେ ଅଧିକ ଅଧ୍ୟୟନ କରିବାକୁ ନିଶ୍ଚିତ କରିବ। କମ୍‌ ସ୍ବାସ୍ଥ୍ୟସେବା ଥିବା ଅଞ୍ଚଳରେ ବ୍ୟାଙ୍କ ଶାଖା ସଂଖ୍ୟା ବୃଦ୍ଧି ପାଇଁ ନୀତିଗତ ପ୍ରୋତ୍ସାହନ ଆଧୁନିକ ସ୍ବାସ୍ଥ୍ୟ ସୂଚକାଙ୍କ ତୁଳନାରେ ଏକାଧିକ ସକାରାତ୍ମକ ପରିଣାମ ଆଣିବାର ସମ୍ଭାବନା ଅଧିକ।
ସହକାରୀ ପ୍ରାଧ୍ୟାପକ, ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?