ଚନ୍ଦ୍ରରେ ଭାରତ

ଡ. ନରେନ୍ଦ୍ର ସେଠୀ

 

୨୦୦୩ ଅଗଷ୍ଟ ୧୫ରେ ଲାଲ୍‌କିଲ୍ଲାରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚନ୍ଦ୍ରୟାନ ମିଶନ ଘୋଷଣା କଲାବେଳେ କେହି ଭାବି ନ ଥିଲେ ଭାରତ ଦିନେ ସଫଳତାର ସହିତ ବିଶ୍ୱର ପ୍ରଥମ ଦେଶ ଭାବରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ପ୍ରକୃତରେ ବାଜପେୟୀଙ୍କ ଏହି ଘୋଷଣା ପଛରେ ୧୯୯୯ ରେ ଭାରତୀୟ ବିଜ୍ଞାନ ଏକାଡେମୀର ଏକ ସଂକଳ୍ପ ଥିଲା, ଯାହାର ଫଳ ସ୍ବରୂପ ଇସ୍ରୋକୁ ଏହି ଗୁରୁଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ୨୦୦୩ ରେ ଭାରତ ସରକାର ଏହି ଚନ୍ଦ୍ର ମିଶନ ପାଇଁ ଅନୁମତି ପ୍ରଦାନ କରିଥିଲେ ଓ ପ୍ରାରମ୍ଭିକ ଭାବରେ ଚନ୍ଦ୍ରୟାନ ମିଶନ -୧ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ଚନ୍ଦ୍ରୟାନ ମିଶନ -୧କୁ ପ୍ରାରମ୍ଭିକ ଭାବରେ ଭାରତର ଭବିଷ୍ୟତର ମିଶନ ପାଇଁ ପ୍ରଥମ ସୋପାନ ଭାବେ ପରିକଳ୍ପିତ କରାଗଲା। ପ୍ରଥମେ ବିଶ୍ୱକୁ ନିଜର ଜ୍ଞାନ କୌଶଳର ପ୍ରଦର୍ଶନ କରିବା ସହିତ ଚନ୍ଦ୍ରପୃଷ୍ଠ ପର୍ଯ୍ୟନ୍ତ ସଫଳତାର ସହିତ ପହଞ୍ଚତ୍ବା ହିଁ ଏହି ମିଶନର ଲକ୍ଷ୍ୟ ରହିଲା। ୨୦୦୫ ରେ ଚନ୍ଦ୍ରୟାନ ମିଶନ -୧ ନିଜ ସହିତ ଏକ ମୁନ୍‌ ଅର୍ବିଟର ଓ ଏକ ମୁନ୍‌ ଇମ୍ପାକ୍ଟ ପ୍ରୋବ୍‌ (ଏମ୍‌ଆଇପି ) ନେଇ ମହାକାଶ ଅଭିମୁଖେ ଯାତ୍ରା କରିଥିଲା। ଭାରତ ପ୍ରଥମ ପ୍ରୟାସରେ ସଫଳତାର ସହିତ ମୁନ୍‌ ଇମ୍ପାକ୍ଟ ପ୍ରୋବ୍‌କୁ ଅବତରଣ କରାଇ ପାରିଥିଲା। ଏହି ମୁନ୍‌ ଇମ୍ପାକ୍ଟ ପ୍ରୋବ୍‌ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ନିୟନ୍ତ୍ରିତ ହୋଇ ଠିକ୍‌ ଭାବରେ ଚନ୍ଦ୍ର ପୃଷ୍ଠରେ ପଡ଼ିଥିଲା, ଯେଉଁ ସ୍ଥାନକୁ ଜବାହର ବିନ୍ଦୁ ଭାବରେ ନାମକରଣ କରାଯାଇଛି। ଚନ୍ଦ୍ରୟାନ ମିଶନ -୧ ପ୍ରାୟ ୧୦ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା ଓ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ କରି ସାରା ପୃଥିବୀରେ ଚହଳ ସୃଷ୍ଟି କରିଥିଲା।
ଚନ୍ଦ୍ରୟାନ-୧ର ସଫଳତା ଭାରତର ବୈଜ୍ଞାନିକମାନଙ୍କୁ ଉତ୍ସାହିତ କଲା ଓ ଚନ୍ଦ୍ରୟାନ-୨ ମିଶନରେ ଆଉ ପାଦେ ଆଗକୁ ଯାଇ ସଫଳତାର ସହିତ ଯାନକୁ ସଫ୍ଟ ଲ୍ୟାଣ୍ଡିଂ କରାଇବା ସେମାନେ ପାଇଁ ଲାଗିପଡିଲେ। ଏହି ଅଭିଯାନ ଲାଗି ରୁଷିଆ ଲ୍ୟାଣ୍ଡର ଦେବାକୁ ମନା କରିିବା ଫଳରେ ଭାରତର ବୈଜ୍ଞାନିକମାନେ ସ୍ବଦେଶୀ ଜ୍ଞାନ କୌଶଳରେ ଲ୍ୟାଣ୍ଡର ପ୍ରସ୍ତୁତ କଲେ। ଏକ ଅର୍ବିଟର, ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ ନେଇ ଜିଏସ୍‌ଏଲ୍‌ଭି-ଏମ୍‌କେ୩ ରକେଟ ସାହାଯ୍ୟରେ ଚନ୍ଦ୍ରୟାନ-୨ ମିଶନ ୧୮ ଅକ୍ଟୋବର ୨୦୧୯ ରେ ମହାକାଶକୁ ପ୍ରେରିତ କରାଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ଅଣାୟତ୍ତ ହୋଇ ଚନ୍ଦ୍ରପୃଷ୍ଠରେ ପିଟି ହୋଇଯାଇଥିଲା ଓ ଭାରତ ଇତିହାସ ସୃଷ୍ଟି କରିବାକୁ ମାତ୍ରେ ୧ ଇଞ୍ଚ ଦୂରତାରୁ ପଛରେ ରହିଗଲା। ତେବେ ବିଫଳତା ହିଁ ସଫଳତାର ଚାବିକାଠି ଓ ଏହା ଭାରତର ବୈଜ୍ଞାନିକମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ସତ ପ୍ରମାଣିତ ହେଲା ଯେବେ ଚନ୍ଦ୍ରୟାନ-୩ ସଫଳତାର ସହିତ ଦକ୍ଷିଣ ମେରୁରେ ଅବତରଣ କଲା। କୌଣସି ଲୋକପ୍ରିୟ ଖେଳର ବିଶ୍ୱ କପ୍‌ ଫାଇନାଲ ପରି ସମଗ୍ର ଭାରତୀୟଙ୍କ ଆଖି ଚନ୍ଦ୍ରୟାନକୁ ଅବତରଣ କରୁଥିବାର ଦୃଶ୍ୟକୁ ଦେଖିବା ପାଇଁ ଟିଭି ପରଦାରେ ଲାଖି ରହିଥିଲା ଓ ସବୁ ଗଳିକନ୍ଦି ରାସ୍ତାଘାଟ ଜନଶୂନ୍ୟ ହୋଇଗଲା। ଏହା ଭାରତ ପାଇଁ ଏକ ଗର୍ବର କ୍ଷଣ ଓ ସମଗ୍ର ବିଜ୍ଞାନ ସମାଜକୁ ଆମ ଭାରତୀୟମାନଙ୍କର ନତମସ୍ତକ ହେବାର ସମୟ।
କିଛିଦିନ ପୂର୍ବେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ରୁଷିଆର ବିଫଳତା ଏହି ମିଶନର ସଫଳତାକୁ ଆହୁରି ଦ୍ବିଗୁଣିତ କରିଛି। ଚନ୍ଦ୍ରୟାନ-୩ର ସଫଳତାକୁ ସମଗ୍ର ମାନବ ସମାଜ ଆତୁରତାର ସହିତ ଅପେକ୍ଷା କରିଥିଲା କାରଣ ଏହା ଏପରି କିଛି ବିରଳ କୃତି ହାସଲ କରିଛି ଯାହା ଆଗରୁ କେଉଁ ଦେଶ ହାସଲ କରି ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଏପର୍ଯ୍ୟନ୍ତ ଯେଉଁ କେତୋଟି ହାତଗଣତି ରାଷ୍ଟ୍ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ସଫଳତା ହାସଲ କରିଛନ୍ତି ତାହା କେବଳ ଏହାର ବିଷୁବ ଅଞ୍ଚଳରେ ଯେଉଁଠି ଇଲାକା ସମତଳ, ପର୍ଯାପ୍ତ ସୂର୍ଯ୍ୟାଲୋକ ଉପଲବ୍ଧ ଓ ପରିବେଶ ଅବତରଣ ପାଇଁ ଅନୁକୂଳ। ତୁଳନାତ୍ମକ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁ ପୃଥିବୀକୁ ଦୃଶ୍ୟମାନ ହୁଏ ନାହିଁ ଓ ଏଠାରେ ପ୍ରାୟତଃ ଅନ୍ଧକାର, ଉଚ୍ଚ ପାହାଡ଼, ଗଭୀର ଗର୍ତ୍ତ ଓ -୨୩୦ ତାପମାତ୍ରା ଅଛି। ଏତେ ନିମ୍ନ ତାପମାତ୍ରାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲକ୍ଷ ଲକ୍ଷ ବର୍ଷ ଧରି ବିଶେଷ କିଛି ପରିବର୍ତ୍ତନ ହୋଇ ନ ଥିବ। ଏହି ସ୍ଥାନରେ ଅନେକ ପାଣି ବରଫ ଆକାରରେ ଗର୍ତ୍ତମାନଙ୍କରେ ଲୁଚି ରହିଥାଇ ପାରେ ବା କୌଣସି ଜୀବାଂଶ ଇତ୍ୟାଦିର ଠାବ ମଧ୍ୟ ହୋଇପାରେ। ଖୁବ୍‌ଶୀଘ୍ର ପ୍ରଜ୍ଞାନ ରୋଭରରେ ଲାଗିଥିବା ଅତ୍ୟାଧୁନିକ ଯନ୍ତ୍ରପାତି ସୌର ଜଗତର ଉତ୍ପତ୍ତି ସମୟର ଅନେକ ଅଜଣା ତଥ୍ୟ ପ୍ରଥମ କରି ବିଶ୍ୱକୁ ଅବଗତ କରାଇବାକୁ ଯାଉଛି। ସେଠାକାର ମୃତ୍ତିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ୍‌ ଖଣିଜଗୁଡ଼ିକର ମଧ୍ୟ ଏହି ଯାନରେ ଥିବା ଅତ୍ୟାଧୁନିକ ଯନ୍ତ୍ରଗୁଡ଼ିକ ଠାବ କରିବ ଓ ଏହାର ତଥ୍ୟ ପୃଥିବୀକୁ ପ୍ରେରଣ କରାଇବାକୁ ଯାଉଛି।
ଚନ୍ଦ୍ରୟାନ -୨ର ବିଫଳତାକୁ ନେଇ ନ୍ୟୁୟର୍କ ଟାଇମ୍‌ସରେ ଆସିଥିବା ବ୍ୟଙ୍ଗାତ୍ମକ କାର୍ଟୁନ ଚିତ୍ରରେ ବିଶ୍ୱର ହାତଗଣତି ଦେଶଗୁଡ଼ିକ ବସିଥିବା ଇଲାଇଟ୍‌ ସ୍ପେସ୍‌ କ୍ଲବର ଦ୍ୱାର ଦେଶରେ ଜଣେ ଗରିବ ଭାରତୀୟ ତାଙ୍କ ଗାଈ ସହିତ ଛିଡା ହୋଇ ଭିତରକୁ ପ୍ରବେଶ କରିବାକୁ ଚାଁହୁଥିବାର ଦୃଶ୍ୟ ବେଶ୍‌ ଅପମାନଜନକ ଥିଲା। ଏହା ପାଶ୍ଚତ୍ୟ ଦେଶଗୁଡିକର ଭାରତ ପ୍ରତି ସେମାନଙ୍କର ଚିନ୍ତାଧାରା ଓ ମାନସିକତାକୁ ଦର୍ଶାଉଥିଲା ଯେ ଭାରତ ପରି ଏକ ଗରିବ ଅନଗ୍ରସର ଦେଶ ସମ୍ଭ୍ରାନ୍ତ ସ୍ପେସ୍‌ କ୍ଲବର ମେମ୍ବର ହେବାକୁ ସାହସ କଲା କେମିତି ? ଚନ୍ଦ୍ରୟାନ ମିଶନ -୩ର ସଫଳତା ସେହି ପାଶ୍ଚତ୍ୟ ୟୁରୋପୀୟ ଦେଶଗୁଡ଼ିକ ମୁହଁରେ ଏକ ଶକ୍ତ ଚାପୁଡ଼ା ଓ ଏହା ପରେ ଭାରତ ସାରା ବିଶ୍ୱରେ ମହାକାଶ ଜ୍ଞାନ କୌଶଳରେ ଆଗଧାଡ଼ିର ପ୍ରଥମ ସ୍ଥାନରେ ରହିବାକୁ ଯାଉଛି କହିଲେ ଭୁଲ୍‌ ହେବନି। ଏକ ରିପୋର୍ଟରୁ ଜଣାଯାଏ ଯେ ଭାରତ ସ୍ପେସ୍‌ ଇକୋନୋମି ଆଗାମୀ ଦିନରେ ଆଶାତୀତ ଭାବରେ ବୃଦ୍ଧି ପାଇବ, ବିଶେଷ କରି ଶସ୍ତା ଦରରେ ଯୋଗାଯୋଗ ଉପଗ୍ରହ, ନାଭିଗେଶନ ଉପଗ୍ରହ ଇତ୍ୟାଦିର ବୈଶ୍ୱିକ ବଜାର ପାଲଟିଯିବ ଓ ପୃଥିବୀର ଅଧିକାଂଶ ଦେଶ ନିଜର ଉପଗ୍ରହ ପ୍ରେରଣ ପାଇଁ ଭାରତ ଉପରେ ନିର୍ଭରଶୀଳ ହୋଇଯିବେ। ଆନୁଷଙ୍ଗିକ ଯନ୍ତ୍ରପାତି, ସଫ୍ଟୱେର ଆଦି ଯୋଗାଇ ଦେବା ପାଇଁ ଅନେକ ନୂତନ ଘରୋଇ ଷ୍ଟାର୍ଟଅପ୍‌ ଓ ଉଦ୍ୟୋଗ ଗଢିଉଠିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଭାରତରେ ସ୍ପେସ୍‌ ଷ୍ଟାର୍ଟ ଅପ୍‌ ସଂଖ୍ୟା ୧୪୦ରୁ ଅଧିକ ଓ ଏହିସବୁ ଉଦ୍ୟୋଗ ବିପୁଳ ନିଯୁକ୍ତି ସୃଷ୍ଟି କରି ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ ଲାଗିଛି। ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ, ମୂଲ୍ୟବାନ ଖଣିଜର ଉତ୍ତୋଳନ ଓ ଆନ୍ତଃ ଗ୍ରହୀୟ ଗବେଷଣା ପାଇଁ ଚନ୍ଦ୍ରର ଉତ୍ପତ୍ତି ଓ ପ୍ରକୃତି ବିଷୟରେ ଅଧ୍ୟୟନ ଏକାନ୍ତ ଆବଶ୍ୟକ ଯାହା ଏପର୍ଯ୍ୟନ୍ତ ଅନେକ ଦେଶ ଏହି ବିଷୟରେ ଅଧ୍ୟୟନ ଆରମ୍ଭ କରିସାରିଛନ୍ତି । ତେବେ ଭାରତର ଏହି ସଫଳତା ୧୯୪୭ ଅଗଷ୍ଟ ୧୫ ପ୍ରଥମ ସକାଳର ଖୁସି ପରି ସମଗ୍ର ଭାରତକୁ ଉତ୍ସବମୁଖର କରି ଆତ୍ମହରା କରିଛି କହିଲେ ଭୁଲ୍‌ ହେବ ନାହିଁ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟ ଯବାନ,ଜୟ କିଷାନ ସ୍ଲୋଗାନ ସହ ବାଜପେୟୀ ଜୟ ବିଜ୍ଞାନକୁ ଯୋଡ଼ିଥିଲେ, ଯାହା ଆଜି ଯଥାର୍ଥ ସାବ୍ୟସ୍ତ ହୋଇଛି।
ମୋ-୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri