Posted inଖେଳ

କ୍ରିକେଟ ପାଇଁ ମା’ଙ୍କଠାରୁ ଖାଉଥିଲେ ମାଡ, ଏବେ ଶାହରୁଖ ଖାନ୍‌ଙ୍କ ଟିମ୍‌କୁ କନ୍ଦାଇଲେ

ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଶଂସକମାନେ ପ୍ରାୟତଃ ରନ ବର୍ଷା ହେଉଥିବା ଦେଖନ୍ତି, କିନ୍ତୁ ବେଳେବେଳେ ବୋଲରମାନେ ମଧ୍ୟ ବୋଲିଂ କରି ବ୍ୟାଟ୍ସମ୍ୟାନ୍‌ଙ୍କୁ ହଇରାଣ କରନ୍ତି। ଆଇପିଏଲ ୨୦୨୦ର ୩୯ତମ ମ୍ୟାଚରେ ତାହା ଦେଖିବାକୁ ମିଳିଥିଲା ଏହି ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଦଳ ମାତ୍ର ୮୪ ରନରେ ଅଲଆଉଟ୍‌ ହୋଇଥିଲା। ବାଙ୍ଗାଲୋରର ପ୍ରତ୍ୟେକ ବୋଲର କୋଲକାତା ବିପକ୍ଷରେ ଦମ୍‌ଦାର ବୋଲିଂ କରିଥିଲେ। ୟୁଜବେନ୍ଦ୍ର ଚହଲ ୪ ଓଭରରେ ୧୫ ରନ ଦେଇ ୨ ଉଇକେଟ ନେଇଥିଲେ। ୱାଶିଂଟନ ସୁନ୍ଦର ୪ ଓଭରରେ ୧୪ ରନ ପାଇଁ ୧ ଉଇକେଟ ନେଇଥିଲେ। କିନ୍ତୁ ମହମ୍ମଦ ସିରାଜ ସବୁଠୁ ଭଲ ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

କୋଲକାତା ବିପକ୍ଷରେ ୮ ରନ ପାଇଁ ସିରାଜ ୩ ଉଇକେଟ ନେଇଥିଲେ। ସିରାଜ ପ୍ରଥମ ଓଭରରୁ ଶାହରୁଖ ଖାନଙ୍କ ଦଳର ବ୍ୟାଟ୍ସମ୍ୟାନଙ୍କ ଅସୁବିଧାରେ ପକାଇଥିଲେ। ପ୍ରଥମ ଓଭରରେ କ୍ରମାଗତ ଦୁଇଟି ବଲରେ ସିରାଜ ରାହୁଲ ତ୍ରିପାଠୀ ଏବଂ ନୀତୀଶ ରାଣାଙ୍କୁ ଆଉଟ୍‌ କରିଥିଲେ। ଏହା ପରେ ସେ ଟମ ବଣ୍ଟନଙ୍କ ଉଇକେଟ ମଧ୍ୟ ନେଇଥିଲେ। ସିରାଜ ତାଙ୍କର ପ୍ରଥମ ଦୁଇ ଓଭର୍‌ ମେଡେନ୍‌ ପକାଇଥିଲେ। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଖେଳାଳି ଏହି ଉପଲବ୍ଧି ହାସଲ କରିଛନ୍ତି। ମହମ୍ମଦ ସିରାଜ କେକେଆର୍‌ ବିପକ୍ଷରେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଗୋଟିଏ ବି ଚୌକା ଦେଇ ନ ଥିଲେ।

ମହମ୍ମଦ ସିରାଜଙ୍କ କ୍ରିକେଟରେ ଯାତ୍ରା ଏତେ ସହଜ ନ ଥିଲା। ସିରାଜ ହାଇଦ୍ରାବାଦର ଅତ୍ୟନ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତା ଜଣେ ଅଟୋ ଡ୍ରାଇଭର ଥିଲେ। ଅଟୋ ଡ୍ରାଇଭର ହୋଇଥିଲେ ମଧ୍ୟ ପିତା ସିରାଜଙ୍କୁ କ କୌଣସି ଜିନିଷରୁ ବଞ୍ଚିତ ହେବାକୁ ଦେଇ ନ ଥିଲେ। ସିରାଜ ଦିନସାରା କ୍ରିକେଟ ଅଭ୍ୟାସ କରୁଥିଲେ। ଏପରିକି ସେ ରାତିରେ ଅଭ୍ୟାସ କରିବାକୁ ଯାଉଥିଲେ। ଅଧିକ ଅଭ୍ୟାସ ହେତୁ, ମା’ ମଧ୍ୟ ତାଙ୍କୁ ଅନେକ ଥର ମାଡ ମାରିଥିଲେ କିନ୍ତୁ ଏହି ଜିଦ ତାଙ୍କୁ ଆଇପିଏଲ୍‌କୁ ନେଇଗଲା। ମହମ୍ମଦ ସିରାଜଙ୍କୁ ଆଇପିଏଲ ୨୦୧୭ରେ ୨.୬ କୋଟି ମୂଲ୍ୟରେ ସନରାଇଜର୍ସ ହାଇଦ୍ରାବାଦ କିଣିଥିଲା ଏବଂ ଏହା ପରେ ଏହି ବୋଲର ପଛକୁ ଚାହିଁ ନ ଥିଲେ। ୨୦୧୭ରେ ସିରାଜ ଭାରତ ପାଇଁ ଟି-୨୦ ଡେବ୍ୟୁ କରିଥିଲେ ଏବଂ ୨୦୧୯ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏଏକଦିବସୀୟ ଡେବ୍ୟୁ କରିଥିଲେ। ସିରାଜ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଛାପ ଛାଡି ପାରି ନାହାଁନ୍ତି କିନ୍ତୁ ଆଇପିଏଲରେ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?