ଚାଉଳ ହେରଫେର ଅଭିଯୋଗର ତଦନ୍ତ

ବଇଣ୍ଡା,୨୮ା୪ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତର ଜଣେ ଡିଲର ରାଶନକାର୍ଡଧାରୀଙ୍କ ଚାଉଳରେ ହେରଫେର କରୁଥିବା ନେଇ ଅଭିଯୋଗ ହେବା ପରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଆଠମଲ୍ଲିକ ଉପ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଠମଲ୍ଲିକ ବିଡିଓ ସୌଭାଗ୍ୟ ବେହେରା, ସହକାରୀ ଜିଲାପାଳ ସୁଜିତ କୁମାର ଭୋଇ, ଉପଖଣ୍ଡ ଯୋଗାଣ ଅଧିକାରୀ ଶିବାଶିଷ ଜେନା ପଞ୍ଚାୟତରେ ପହଞ୍ଚି ତଦନ୍ତ କରିଛନ୍ତି।
ପ୍ରକାଶ ଯେ, ପେଡିପଥର ସରପଞ୍ଚ ଭରତ ଚନ୍ଦ୍ର ସାହୁ ପଞ୍ଚାୟତର ଜଣେ ଡିଲରଙ୍କ ବିରୋଧରେ ସୋମବାର ଗୁରୁତର ଅଭିଯୋଗ ଆଣିଥିଲେ। ଅଭିଯୋଗପତ୍ରରେ ସରପଞ୍ଚ ଉଲ୍ଲେଖ କରିଥିଲେ, ପେଡିପଥର ପଞ୍ଚାୟତର ଜଣେ ଡିଲର ରାଜନେତାଙ୍କ ଠାରୁ ସୁରକ୍ଷା ପାଇ ପ୍ରତ୍ୟେକ ମାସରେ ୧୫ କୁଇଣ୍ଟାଲ ଚାଉଳ ହେରଫେର କରୁଛନ୍ତି। ଅନେକ ରାଶନକାର୍ଡଧାରୀଙ୍କ ଠାରୁ ୫ କିଲୋ ଲେଖାଏ ଚାଉଳ କାଟି ଅନ୍ୟତ୍ର ବିକ୍ରି କରୁଛନ୍ତି। ଏପରି କି ମୃତ ବ୍ୟକ୍ତି ଓ ବିବାହ କରି ଶାଶୁଘର ଚାଲିଯାଇଥିବା ଝିଅଙ୍କ ନାମରେ ଚାଉଳ ଉଠାଣ କରି ସାପ୍ତାହିକ ହାଟରେ ବିକ୍ରି କରୁଛନ୍ତି। ସମ୍ପୃକ୍ତ ଡିଲରଙ୍କ ପରିବାର ନାମରେ ଅନ୍ତଦ୍ୟୋୟ କାର୍ଡ ଥିବାବେଳେ ସେ ପ୍ରତ୍ୟେକ ମାସରେ ୩୫ କିଲୋ ଲେଖାଏ ଚାଉଳ ବେଆଇନ ଭାବରେ ଉଠାଣ କରୁଛନ୍ତି। ରାଜନେତାଙ୍କ ବାହୁ ଛାୟା ତଳେ ରହି ଦୀର୍ଘ ୫ ବର୍ଷ ହେବ ଏଭଳି ବେଆଇନ କାରବାର କରୁଥିବା ବେଳେ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଛି। ହେଲେ ତାଙ୍କ ବିରୋଧରେ ତଦନ୍ତ କରାଯାଉ ନ ଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ଭିଜିଲାନ୍ସ ତଦନ୍ତ ନିମନ୍ତେ ଅନୁଗୋଳ ଜିଲାପାଳ, ରାଜ୍ୟ ଯୋଗାଣ ମନ୍ତ୍ରୀ, ଆଠମଲ୍ଲିକ ଉପ ଜିଲାପାଳ, ବିଡଓ, ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଆଠମଲ୍ଲିକ ଉପଖଣ୍ଡ ଯୋଗାଣ ଅଧିକାରୀ ଶିବାଶିଷ ଜେନା କହିଛନ୍ତି, ଉକ୍ତ ଚାଉଳ ହେରଫେର ଅଭିଯୋଗର ତଦନ୍ତ କରାଯାଇଛି। ଚାଉଳ ବେଆଇନ ଭାବରେ ଉଠାଣ ହୋଇଥିବା ଜଣାପଡିଛି। ଖୁବ୍‌ଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?