ହାତ ବାନ୍ଧିଛି ନିଅଣ୍ଟିଆ ବର୍ଷା

ବଇଣ୍ଡା, ୨୧ା୭(ଡି.ଏନ.ଏ.) – ଚଳିତବର୍ଷ ଭଲ ବର୍ଷାର ପୂର୍ବାନୁମାନ ନେଇ ଚାଷୀକୁଳ ଉତ୍ସାହିତ ଥିଲେ। ବିଲରେ ହଳ ବୁଲାଇବା ସହ ତଳି ମଧ୍ୟ ପକାଇଥିଲେ। ହେଲେ ହାତ ବାନ୍ଧିଦେଇଛି ନିଅଣ୍ଟିଆ ବର୍ଷା। କେଉଁଠି ପାଣି ଅଭାବରୁ ତଳି ବଢ଼ିପାରୁନି ତ ଆଉକେଉଁଠି ରୁଆ କାର୍ଯ୍ୟ ଆଗେଇପାରୁ ନାହିଁ। ସମୟ ଗଡ଼ି ଯାଉଥିବାରୁ ପଛେଇଥିବା ଚାଷକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଚାଷୀକୁଳ।
କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ୨୪ ହଜାର ୧୯୫ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ୧୫ ହଜାର ୭୧୩ ହେକ୍ଟରରେ ଅଣଧାନ ଓ ୮ ହଜାର ୪୮୨ ହେକ୍ଟରରେ ଧାନ ଫସଲ ହୋଇଥାଏ। କିନ୍ତୁ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଚାଷ ପାଇଁ ସଙ୍କଟ ସୃଷ୍ଟି କରିଛି। ରୁଆ କାର୍ଯ୍ୟ ଏକପ୍ରକାର ପଛେଇ ଯାଇଛି। ବ୍ଲକର ୩୦ ପ୍ରତିଶତ ଜମି ପଡ଼ିଆ ପଡ଼ିଥିବା ବେଳେ କେତେକ ସ୍ଥାନରେ ପୋଖରୀରୁ ପାଣି ମଡାଇ ଧାନ ରୁଆ ହେଉଛି। ଗତ ଜୁନରେ ବ୍ଲକରେ ୨୪୬.୪ ମିଲିମିଟର ବର୍ଷା ଆବଶ୍ୟକ ଥିବାବେଳେ ୨୩୦.୨୦ ମିଲିମିଟର ବର୍ଷା ହୋଇଛି। ସେହିପରି ଜୁଲାଇରେ ୪୩୫.୦୯ ମିଲିମିଟର ସ୍ଥାନରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୭୬.୪୬ ମିଲିମିଟର ବର୍ଷା ହୋଇଛି। କେବଳ ବର୍ଷା ନୁହେଁ ସାର ଅଭାବ ମଧ୍ୟ ସମସ୍ୟାକୁ ଆହୁରି ବଢାଇ ଦେଇଛି। ବ୍ଲକ ପାଇଁ ୩ ହଜାର କୁଇଣ୍ଟାଲ ୟୁରିଆ ଓ ୨ ହଜାର କୁଇଣ୍ଟାଲ ଡିଏସ୍‌ପି ସାର ଆବଶ୍ୟକ। ଏହାର ଯୋଗାଣ ପାଇଁ ରଣିଆକଟା, ହିମିତିରା, ଉରୁକୁଳା, ଅଙ୍ଗପଡା, ଲୁହାମୁଣ୍ଡା, ହଣ୍ଡପା, ବାମୁର, ଧଉରାପାଲି ଆଦି ସେବା ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଲୁହାମୁଣ୍ଡା, ହଣ୍ଡପା, ବାମୁର, ଧଉରାପାଲି ସମିତିକୁ ମାତ୍ର ୧ ହଜାର କୁଇଣ୍ଟାଲ ୟୁରିଆ ସାର ଆସିଥିବାବେଳେ ଧଉରାପାଲି, ବାମୁର, ହିମିତିରା ସମିତିକୁ ୪୫୦ କୁଇଣ୍ଟାଲ ଡିଏସ୍‌ପି ସାର ଆସିଛି। ରଣିଆକଟା, ଉରୁକୁଳା, ଅଙ୍ଗପଡା ସମବାୟ ସମିତିକୁ ଆଦୌ ସାର ଆସିନାହିଁ। ଫଳରେ ଏହି ସମିତି ଉପରେ ନିର୍ଭର କରୁଥିବା ଧଡରପାଳ, ଅଙ୍ଗପଡା, ସଞ୍ଜାମୁରା, ରଣିଆକଟା, ଉରୁକୁଳା, ନାକିଚି, ଠେଲକନାଳୀ ଆଦି ୭ ପଞ୍ଚାୟତର ୩୦ ଗ୍ରାମର ଚାଷୀ ଆଦୌ ସାର ପାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ସେମାନେ ଚଢ଼ା ଦରରେ ବଇଣ୍ଡା, କିଶୋରନଗର, ବାମୁର ଅଞ୍ଚଳରୁ ସାର କିଣୁଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ବଇଣ୍ଡା କୃଷି ଅଧିକାରୀ ଚଣ୍ଡିପ୍ରସାଦ ମହାଳିକ କୁହନ୍ତି, କିଶୋରନଗର ବ୍ଲକରେ ଚାଷ କାର୍ଯ୍ୟ ଠକ୍‌ଠାକ୍‌ ଚାଲିଛି। କିଛି ପଞ୍ଚାୟତରେ ରୁଆ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ବର୍ଷା ପରିମାଣ ବଢ଼ିଲେ ସମସ୍ୟା ଦୂର ହୋଇଯିବ। ସେହିପରି ଆଠମଲ୍ଲିକ ସହକାରୀ ସଂଯୁକ୍ତ ସମବାୟ ପ୍ରବନ୍ଧକ ସୁରେନ୍ଦ୍ର କୁମାର ଜେନା କହିଛନ୍ତି, ଯେତିକି ସାର ଆବଶ୍ୟକ ତାହା ଆସିନାହିଁ। ୫ଟି ସୋସାଇଟିକୁ ଅଳ୍ପ ପରିମାଣର ଆସିଛି। ୩ଟି ସୋସାଇଟିକୁ ଆଦୌ ଆସିନାହିଁ। ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri