ଧଳା ବଦଳରେ…

ମହାଭାରତ ଯୁଦ୍ଧ ସରିଗଲା। ରାଜଗାଦିରେ ଅଧିଷ୍ଠିତ ହେବାକୁ ଥିବା ଧର୍ମାମତ୍ା ଯୁଧିଷ୍ଠିର କିନ୍ତୁ ଅତ୍ୟନ୍ତ ବିମର୍ଷ ଥାଇ ଚିନ୍ତା କରୁଥାନ୍ତି ”ଭାଇ, ବନ୍ଧୁ, ଗୁରୁ ଓ ଦୁଇପଟରୁ ଅସଂଖ୍ୟ ସୈନିକ ତଥା ହାତୀ, ଘୋଡ଼ା ଇତ୍ୟାଦିଙ୍କ ମୃତ୍ୟୁରୁ ପାଇଲି କ’ଣ? ବରଂ ଭିକ୍ଷା ମାଗି ଚଳିଯିବି, କିନ୍ତୁ ରାଜଗାଦି ଦରକାର ନାହିଁ। ସୂର୍ଯ୍ୟାଲୋକରେ ଭିକ ମାଗିବାକୁ ଗଲେ ଲାଜ ଲାଗିବ। ତେଣୁ ସୂର୍ଯ୍ୟାସ୍ତ ପରେ ଅନ୍ଧାରରେ ମୁହଁ ଲୁଚେଇ, ଦୁଇତିନି ଘରୁ ଯାହା ମିଳିବ ସେଇଥିରେ ଚଳିଯିବି।“
କେହି କେହି ଏହି ଯୁଦ୍ଧଟି ଖ୍ରୀଷ୍ଟପୂର୍ବ ୩୧୦୨ ବା ଆଜକୁ ପ୍ରାୟ ୫୩୦୦ ବର୍ଷ ତଳେ ସଂଗଠିତ ହୋଇଥିଲା ବୋଲି କହିଥା’ନ୍ତି। ତାହାର ପ୍ରାୟ ୫୨୨୬ ବର୍ଷ ପରେ ୧୯୪୭ ଅଗଷ୍ଟ ୧୪/୧୫ ତାରିଖ ସନ୍ଧିକ୍ଷଣରେ ସମଗ୍ର ଭାରତବାସୀ ସ୍ବାଧୀନତାପ୍ରାପ୍ତି ଅବସରରେ ଆମତ୍ହରା ହୋଇ ଖୁସିରେ ମସ୍‌ଗୁଲ ହେଉଥିବା ସମୟରେ, ଏହି ସଂଗ୍ରାମର କର୍ଣ୍ଣଧାର ତଥା ଏ ଯୁଗର ମହାମତ୍ା, ଗାନ୍ଧିଜୀ ଦଙ୍ଗାଗ୍ରସ୍ତ କଲିକତାରେ ଅଳ୍ପ କିଛି ସହକର୍ମୀଙ୍କ ସହ ବୁଲି ବୁଲି ସେଥିରୁ ନିବୃତ୍ତ ରହିବାକୁ ଲୋକଙ୍କୁ ବୁଝାଉଥିଲେ। ମହାମତ୍ା ଯୁଧିଷ୍ଠିର ଏତେ ବୈରାଗ୍ୟ ସତ୍ତ୍ୱେ ପୁଣି ରାଜା ହୋଇଥିଲେ। କିନ୍ତୁ ମହାମତ୍ା ଗାନ୍ଧୀ ରାଜଗାଦିକୁ ତୁଚ୍ଛ ମଣିଥିଲେ। ଏବେ ତ ତାଙ୍କ ପୁଣ୍ୟତିଥିରେ ତାଙ୍କ ଫଟୋକୁ ନକଲି ପିସ୍ତଲରୁ ଗୁଳି ମରାଯାଇ, ତାଙ୍କ ଶରୀରରୁ ନକଲି ରକ୍ତ ବୁହାଯାଇ ଓ ‘ଜୟ ଗଡ୍‌ସେ’ ଧ୍ୱନି ପକାଯାଇ, ଲଡୁ ବଣ୍ଟାଯାଇ ଖୁସିର ମାହୋଲ ସୃଷ୍ଟି କରାଯାଉଛି। ଗାନ୍ଧିବାଦକୁ ଧ୍ୱଂସ କରିବାକୁ ପ୍ରୟାସ କରାଯାଉଛି।
ମହାମତ୍ା ଗାନ୍ଧୀଙ୍କ ଡାକରାରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଅନେକେ ଗୁଳିବରଣ କରିଥିଲେ, ଫାଶୀ ପାଇଥିଲେ ଓ ସବୁକିଛି ହରେଇଥିଲେ। ସେହି ସଂଗ୍ରାମରେ ଭାଗ ନେଇଥିବା ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ବାଗଲପୁରର ଅଠରଜଣ ସ୍ବାଧୀନତା ସଂଗ୍ରାମୀଙ୍କ ଭିିତରୁ ଦଳିତବର୍ଗର ତଥା ଅତି ଗରିବ ଚନ୍ଦ୍ରମଣି ସାମଲଙ୍କ ସ୍ମୃତି ଲଗାଏତ ସମସ୍ତଙ୍କ ପାଇଁ ସମର୍ପିତ ବୋଲି ମୋର ମତ। ସେହି ତିନିଜଣଙ୍କ ଭିତରୁ ରାଜେନ୍ଦ୍ର ନାଥ ଲାହାଡ଼ି ଓ ଠାକୁର ରୋଶନ ସିଂହ ଫାଶୀ ପାଇଥିଲେ। ଶ୍ରୀମତୀ ବୀଣା ଦାସ, ବି.ଏ. ପାସ୍‌ କରି ସମାବର୍ତ୍ତନ ଉତ୍ସବରେ ପ୍ରମାଣପତ୍ର ନେବା ବଦଳରେ ସେଠାରେ ଉପସ୍ଥିତ ବଙ୍ଗପ୍ରଦେଶର ତତ୍କାଳୀନ ଗଭର୍ନର ଷ୍ଟାନ୍‌ଲି ଜାକ୍‌ସନଙ୍କ ଉପରକୁ ଗୁଳି ଚଳାଇ ନଅବର୍ଷ ଜେଲ ଯାଇଥିଲେ। ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ସେ ପୁଣି ତିନିବର୍ଷ ଜେଲ ଯାଇଥିଲେ।
ସ୍ବାଧୀନତା ସଂଗ୍ରାମୀ ଜାତୀୟ କବି ବୀରକିଶୋର ଦାସ ଲେଖିଥିଲେ ”ଧଳା (ବ୍ରିଟିଶ୍‌) ବଦଳରେ କଳା (ଭାରତୀୟ) ହେଲେ ଜୋକ (ଶାସକ ରହି), କଟିବ କି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି, ତୁମେ କେତେଜଣ ଜୀବନକୁ ପାଣି ଛଡ଼େଇ ନ ଦେଲେ ଚଳିବ କି?“ ‘ଧଳାବର୍ଗ’ ତ ଗଲେ, କିନ୍ତୁ କଳାବର୍ଗ ଯାହା କରୁଛନ୍ତି, ତାହା ଅନୁଧ୍ୟାନ କଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିବା ‘ମହାମତ୍ା କଷଣ, ମହାମତ୍ା ସାଧନ-ନଯାଏ ଜଗତେ କେବେ ଅକାରଣ’ ଆମ ଦେଶର ପରିସ୍ଥିତି ପରିପ୍ରେକ୍ଷୀରେ ‘ଅକାରଣ’ ହୋଇଛି କି? ଯଦି ଏହାର ଉତ୍ତର ‘ନା’, ତେବେ ତ ଭଲକଥା; କିନ୍ତୁ ଯଦି ‘ହଁ’, ତେବେ ଏଥିରୁ ରକ୍ଷା ପାଇବାର ବାଟ କ’ଣ।
– ତୁଷାରକାନ୍ତ

ମୋ: ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri