ନଦୀ ମଝିରେ ପୂଜା ପାଉଛନ୍ତି ପଶ୍ଚିମେଶ୍ୱର

କଟକ ଅଫିସ, ୩୦ା୧: ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପୁରାତନ ଶକ୍ତିପୀଠ ରହିଛି। କେତେକ ସ୍ଥାନରେ କେବଳ ଦେବୀ ପୂଜା ପାଉଥିବାବେଳେ ଆଉ କେତେକ ସ୍ଥାନରେ ଶିବ ଓ ଶକ୍ତିଙ୍କ ମୂର୍ତ୍ତି ପୂଜା କରାଯାଉଛି । ଏପରି ଏକ ଧର୍ମପୀଠ କଟକ ଜିଲାରେ ରହିଛି। ଆଠଗଡ଼ ବ୍ଲକ ଅଧୀନ କନ୍ଦରପୁର ଗ୍ରାମ ନିକଟ ମହାନଦୀ ମଝିରେ ରହିଛି ଏକ ଛୋଟ ସୁନ୍ଦର ଦ୍ୱୀପ। ସେଠାରେ ପୂଜା ପାଉଛନ୍ତି ଅମଙ୍ଗେଇ ଠାକୁରାଣୀ ଓ ପଶ୍ଚିମେଶ୍ୱର ମହାଦେବ। ତେବେ ଅମଙ୍ଗେଇ ଠାକୁରାଣୀଙ୍କ ନାମରେ ଦ୍ୱୀପର ନଁା ଅମଙ୍ଗେଇ କୁଦ ହୋଇଛି। ପଶ୍ଚିମେଶ୍ୱର ମନ୍ଦିର ନିର୍ମାଣ ସମ୍ପର୍କରେ ଠିକ୍‌ ତଥ୍ୟ ନ ଥିବାବେଳେ ଏହା ସପ୍ତମରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମାଣ କରାଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ପଶ୍ଚିମେଶ୍ୱର ମନ୍ଦିରର ଡାହାଣ ପାର୍ଶ୍ୱରେ ଅମଙ୍ଗେଇ ଠାକୁରାଣୀ ପୂଜା ପାଉଛନ୍ତି। ସେହିପରି ମୁଖ୍ୟମନ୍ଦିରର ୩ ପାର୍ଶ୍ୱରେ ତିନି ଠାକୁର ପୂଜା ପାଉଛନ୍ତି। ମନ୍ଦିର ସମ୍ମୁଖ ଭାଗକୁ ପୁନରୁଦ୍ଧାର କରାଯାଇଥିବାରୁ ଉକ୍ତ କାନ୍ଥରେ କୌଣସି କାରୁକାର୍ଯ୍ୟ ଦେଖିବାକୁ ମିଳେନାହିଁ। ହେଲେ ପଛପାର୍ଶ୍ୱ କାନ୍ଥରେ ଅନେକ ପୁରାତନ ଐତିହ୍ୟ ରହିଛି। ସେହିପରି ଉପର ଭାଗରେ ୨ ଧାଡି ଶ୍ରୀ ବିଚିତ୍ରବୀର ଲେଖା ହୋଇଛି, ଯାହାକି ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି।

ମୁଖ୍ୟପର୍ବ
ପ୍ରତିବର୍ଷ ମାଘ ସପ୍ତମୀ ଓ ଜାଗରରେ ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ। ଏହା ବ୍ୟତୀତ କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ଯାତ୍ରା ହୋଇଥାଏ। ଏହି ସମୟରେ ଜନଗହଳି ଦେଖିବାକୁ ମିଳେ।

ଏଠାକୁ କେମିତି ଯିବେ
କଟକରୁ ଏହି ସ୍ଥାନର ଦୂରତା ପ୍ରାୟ ୩୫ କିମି। ଏଠାକୁ ଯିବା ପାଇଁ ହେଲେ କଟକରୁ ଆଠଗଡ଼ ମାର୍କେଟ୍‌ ପାଇଁ ବସ୍‌ ବ୍ୟବସ୍ଥା ରହିଛି। ସେଠାରୁ କନ୍ଦରପୁର ଗ୍ରାମକୁ ଅଟୋରେ ଯିବାକୁ ପଡିବ। ପରେ ଉକ୍ତ ଗ୍ରାମ ନିକଟ ମହାନଦୀରେ ପ୍ରାୟ ୧କିମି ଜଳଯାତ୍ରା କରି ଅମଙ୍ଗେଇକୁଦରେ ପହଞ୍ଚିହେବ ା

ନିକଟବର୍ତ୍ତୀ ସ୍ଥାନ
ଏହା ନିକଟରେ ଅଂଶୁପା ହ୍ରଦ ରହିଛି, ଯାହାର ଦୂରତା ୧୫ କିମି। ସେହିପରି ଏହି ସ୍ଥାନଠାରୁ ୨୫ କିମି ଦୂରରେ ଧବଳେଶ୍ୱର ମନ୍ଦିର ଓ ୨୦ କିମି ଦୂରରେ ବାଙ୍କୀର ଚର୍ଚ୍ଚିକା ମନ୍ଦିର ରହିଛି।

ପଶ୍ଚିମେଶ୍ୱର ମହାଦେବ ମନ୍ଦିର ବହୁ ପୁରାତନ। ରାଜରାଜୁଡା ସମୟରେ ଏହାକୁ ନିର୍ମାଣ କରାଯାଇଥିଲା। ମାତ୍ର କଳାପାହାଡ଼ ଆସି ଏହାକୁ ଭାଙ୍ଗିବା ପରେ ସେଭଳି ଅବସ୍ଥାରେ ରହିଥିଲା। ୧୯୯୮ ମସିହାରେ ଏହାର ପୁନରୁଦ୍ଧାର କରାଯାଇଥିଲା। ହେଲେ ଦୀର୍ଘବର୍ଷ ପରେ ବି ଭକ୍ତଙ୍କ ପାଇଁ ଏଠାରେ ମୌଳିକ ସୁବିଧା କରାଯାଇନାହିଁ।
ବିକାଶ ମହାପାତ୍ର, ମନ୍ଦିର ପୂଜକ

ଏହି ମନ୍ଦିରର ଯେଉଁଭଳି ଭାବେ ଉନ୍ନତିକରଣ କାର୍ଯ୍ୟ କରାଯିବା କଥା, ସେଭଳି ହୋଇନାହିଁ। ଏପରି କି ଦ୍ୱୀପରେ ବିଦ୍ୟୁତ୍‌ ଓ ପାନୀୟଜଳର ସୁବିଧା ନାହିଁ। ସରକାର ଯାହା ସାହାଯ୍ୟ କଲେ, ବାକି କାମ ଗଁା ଲୋକମାନେ ମିଳିମିଶି କରୁଛୁ।
ଛବି ଧଳ, ସ୍ଥାନୀୟ ବାସିନ୍ଦା

ପଶ୍ଚିମେଶ୍ୱର ମହାଦେବ ମନ୍ଦିର ପ୍ରାଚୀନ କଳିଙ୍ଗ ଶିଳ୍ପକଳାର ଏକ ଅପୂର୍ବ ନିଦର୍ଶନ। ମନ୍ଦିର କାନ୍ଥରେ ଥିବା ପ୍ରାଚୀନ ଅଭିଲେଖକୁ ବିଚାର କଲେ ଏହା ଅଷ୍ଟମ କିମ୍ବା ନବମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି। ତେବେ ପିଢ଼ା ଶୈଳୀରେ ନିର୍ମିତ ଜଗମୋହନ ତଥା ସମ୍ମୁଖରେ ଥିବା ସ୍ତମ୍ଭଯୁକ୍ତ ମଣ୍ଡପ ସମ୍ଭବତଃ ପରବର୍ତ୍ତୀ ସମୟରେ ଗଙ୍ଗବଂଶ କିମ୍ବା ସୂର୍ଯ୍ୟବଂଶୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ମୁଖ୍ୟ ମନ୍ଦିର କାନ୍ଥରେ ଥିବା ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଅବକ୍ଷୟ ହେବାକୁ ବସିଲାଣି। ତୁରନ୍ତ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିରର ରକ୍ଷଣାବେକ୍ଷଣ ଉପରେ ତତ୍ପର ହେବା ଆବଶ୍ୟକ ା
ଦୀପକ କୁମାର ନାୟକ, ଗବେଷକ


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?