୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି । ଗତ ଅଗଷ୍ଟରେ ଖଚୁରା ମୁଦ୍ରାସ୍ଫୀତି ହାର ୪.୮୩ ପ୍ରତିଶତ ରହିଥିଲାବେଳେ ସେପ୍ଟେମ୍ବରରେ ଏଥିରେ ପୁଣି ୦.୭୨ ପ୍ରତିଶତ ବୃଦ୍ଧି ଘଟି ଏହା ୫.୫୪ ପ୍ରତିଶତ ଛୁଇଁଛି ବୋଲି ସୋମବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଯାହାକି ଗତ ୨୨ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ରିପୋର୍ଟ ତଥ୍ୟ ଅନୁଯାୟୀ, ବିଭିନ୍ନ କିସମର ଖାଦ୍ୟସାମଗ୍ରୀ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁ ହାରାହାରି ଭାବେ ଖାଉଟି ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉପଭୋକ୍ତା ଖାଦ୍ୟ ମୂଲ୍ୟ ସୂଚକାଙ୍କ (ସିଏଫ୍‌ପିଆଇ) ଅନୁଯାୟୀ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୯୭ ପ୍ରତିଶତ ରହିଥିଲା। କିନ୍ତୁ ସେପ୍ଟେମ୍ବରରେ ଏହା ୭.୭୪% କୁ ବୃଦ୍ଧି ପାଇଛି। ପିଆଜ, ଅଦା, ରସୁଣ, ଲେମ୍ବୁ ଏବଂ ଟମାଟୋ ଭଳି କେତେକ ଅତ୍ୟାବଶ୍ୟକ ପରିବା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବାରୁ ହାରାହାରି ଭାବେ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି।
ସଂଶୋଧିତ ୨୦୨୪ ବର୍ଷକୁ ଆଧାର କରି ଗଣନା କରାଯାଇଥିବା ସର୍ବଶେଷ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ତଥ୍ୟରୁ ଜଣାପଡିଛି ଯେ, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ଅଧିକ ରହିଛି। ଗ୍ରାମୀଣ ମୁଦ୍ରାସ୍ଫୀତି ଅଗଷ୍ଟରେ ୫.୨୪ ପ୍ରତିଶତ ରହିଥିବାବେଳେ ସେପ୍ଟେମ୍ବରରେ ଏହା ୬.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସହରାଞ୍ଚଳ ମୁଦ୍ରାସ୍ଫୀତି ୪.୩୧ ପ୍ରତିଶତରୁ ୪.୮୮ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୦୬ ପ୍ରତିଶତ ରହିଥିଲାବେଳେ ସହରାଞ୍ଚଳରେ ଏହା ୭.୧୮% ଥିଲା। ତେବେ ହାରାହାରି ଭାବେ ଖାଦ୍ୟ ସାମଗ୍ରୀ ଏବଂ କେତେକ ଅତ୍ୟାବଶ୍ୟକ ସାମଗ୍ରୀର ଲଗାତର ମୂଲ୍ୟବୃଦ୍ଧି ଖାଉଟିମାନଙ୍କ ଚିନ୍ତା ବଢାଇଛି। ଆଗକୁ ପାର୍ବଣ ଆସୁଥିବାରୁ ମହଙ୍ଗା ଦରକୁ ନେଇ ସାଧାରଣ ଖାଉଟିଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବା ଆଶଙ୍କା ଦେଖାଦେଇଛି।
ବିଭିନ୍ନ ସାମଗ୍ରୀ ମଧ୍ୟରେ ପିଆଜ ଦରରେ ୧୦୮ ପ୍ରତିଶତ ବୃଦ୍ଧି ଘଟିଛି। ଅଗଷ୍ଟରେ ପିଆଜ ମୁଦ୍ରାସ୍ଫୀତି ୪୮.୭୮% ଥିବାବେଳେ ସେପ୍ଟେମ୍ବରରେ ଏହା ୧୦୮.୦୯%କୁ ବୃଦ୍ଧି ପାଇଛି। ସେହିପରି ଅଦା ଦର ୬୨.୮୫%, ରସୁଣ ୫୪.୬୨% ଏବଂ ଲେମ୍ବୁ ୩୬.୪୧% ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀ ବ୍ୟତୀତ ସେପ୍ଟେମ୍ବରରେ ରେଷ୍ଟୁରାଣ୍ଟ ଏବଂ ହୋଟେଲ ରହଣି, ପରିବହନ, ପୋଷାକ ଏବଂ ଜୋତା-ଚପଲ ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?