Posted inଜାତୀୟ

ମହାକାଶରେ ଭାରତର ସ୍ଥିତି ସୁଦୃଢ଼ ହେବା ଜରୁରୀ…

ନୂଆଦିଲ୍ଲୀ, ୧୫।୬ : ମହାକାଶରେ ଉପଲବ୍ଧ ଉତ୍ସଗୁଡିକର ବ୍ୟବହାର ଉପରେ ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ମହାକାଶରେ ଉପସ୍ଥିତ ଆମର ସମ୍ବଳ ବାୟୁ ସାମରିକ ଦକ୍ଷତାକୁ ଆହୁରି ମଜବୁତ କରିପାରିବ। ସ୍ପେସ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜିଓ ଇଣ୍ଟେଲିଜେନ୍ସ ୨୦୨୨ନାମକ ଏକ ସମ୍ମିଳନୀରେ ଏୟାର ଚିଫ ମାର୍ଶଲ କହିଛନ୍ତି ଯେ ମହାକାଶରେ ବାୟୁସେନାର ବିସ୍ତାର ହେବା ଅପରିହାର୍ଯ୍ୟ ହୋଇପଡ଼ିଛି।

ଭବିଷ୍ୟତରେ ଯୁଦ୍ଧର ଫଳାଫଳ ଏବଂ ବିଜୟ ମହାକାଶରେ ଆମର ସୁଦୃଢ଼ ସ୍ଥିତି ଉପରେ ନିର୍ଭର କରିବ। ତେଣୁ ମହାକାଶରେ ଭାରତର ସ୍ଥିତି ସୁଦୃଢ଼ ହେବା ଜରୁରୀ। ସେ କହିଛନ୍ତି ଯେ ସଶସ୍ତ୍ର ବାହିନୀର ପ୍ରମୁଖ କ୍ଷେତ୍ର ହେଉଛି ଏସଏସଏ ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ରାଡାରର ବିକାଶ, ସ୍ପେସ ଆଧାରିତ ସେନ୍ସର ଏବଂ ଅପ୍ଟିକାଲ ଟେଲିସ୍କୋପ ଯାହା ଶତ୍ରୁ ବସ୍ତୁ ଉପରେ ନଜର ରଖିବ। ତେଣୁ ଇସ୍ରୋ ଏବଂ ଡ୍ରଆରଡିଓର ବିଦ୍ୟମାନ ସାମର୍ଥ୍ୟକୁ ଏକୀଭୂତ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଆଗାମୀ ଦିନରେ ସଶସ୍ତ୍ର ବାହିନୀର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଫେନ୍ସ ସ୍ପେସ ଏଜେନ୍ସି (ଡିଏସଏ) ସିଭିଲ-ମିଲିଟାରୀ ସ୍ପେସ ସହଯୋଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ମହାକାଶରେ ସ୍ଥିତି ସୁଦୃଢ଼ ହେଲେ ଶତ୍ରୁର ଉଦ୍ଦେଶ୍ୟ ବୁଝିବା ବେଶ୍‌ ସହଜ ହୋଇପାରିବ। ବାୟୁସେନାର ରଣନୀତି ହେଉଛି ବାୟୁ ଏବଂ ମହାକାଶ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ଏକୀଭୂତ କରିବା। ଏହା ଦ୍ୱାରା ଦେଶର ସାମରିକ ଶକ୍ତିରେ ବୃଦ୍ଧି ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତି ପ୍ରଦର୍ଶନ କଲେ ତିନି ସେନା: ପରେଡରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସାମିଲ

ନୂଅ।ଦିଲ୍ଳୀ,୨୬୧: ମଙ୍ଗଳବାର ୭୨ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର ରାଜପଥରେ ତିନି ସେନା ପରେଡ଼ କରିଛନ୍ତି। ଏହି ଅବସରରେ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର...

ଧର୍ମନିରପେକ୍ଷତା ଭରି ରହିଛି ଆମ ରକ୍ତରେ, କହିଲେ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ, ୯।୭ : ଭାରତକୁ ବିଶ୍ୱର ସବୁଠାରୁ ସହନଶୀଳ ଦେଶ ଭାବେ ବର୍ଣ୍ଣନା କରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶନିବାର କହିଛନ୍ତି ଯେ କୌଣସି ସରକାର...

ଡବ୍ଲ୍ୟୁଏଚ୍‌ଓର ନେତୃତ୍ୱ ନେବ ଭାରତ

ନୂଆଦିଲ୍ଲୀ,୨୪ା୪: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟାଳୟରେ ଭାରତ ନେତୃତ୍ୱ ଭୂମିକା ନେବ। ସାରା ବିଶ୍ୱ କରୋନା ମହାମାରୀ କବଳିତ ହୋଇଥିବାବେଳେ ଆସନ୍ତା ମାସରେ ଡବ୍ଲ୍ୟୁଏଚ୍‌ଓ...

୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ରାହୁଲ କହିଲେ, ସତ୍ୟ ମୋର ଭଗବାନ

ନୂଆଦିଲ୍ଲୀ,୨୩।୩: ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ...

ଖୁସି ଖବର, ପୁଣି ୨ କରୋନା ଟିକାକୁ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ୨ଟି କରୋନା ଟିକାର ଜରୁରୀକାଳୀନ ବ୍ୟବହାର...

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର...

ରାଫାଲ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ଯାଇଛି ସିଂହଭାଗ, ଜେପିସି ଯାଞ୍ଚ୍‌ ଦାବି କଲା କଂଗ୍ରେସ …

ନୂଆଦିଲ୍ଲୀ,୪।୭: ଭାରତ ଏବଂ ଫ୍ରାନ୍ସ୍‌ ମଧ୍ୟରେ ହୋଇଥିବା ରାଫାଲ୍‌ ଯୁଦ୍ଧ ବିମାନ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ସିଂହଭାଗ ଯାଇଛି। ଏନେଇ ଏବେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମହାମାରୀ ସଙ୍କଟରେ ବି ରାଜସ୍ବ ସଂଗ୍ରହ ଲୋଭ, ଆର୍‌ଟି-ପିସିଆର୍‌ ପରୀକ୍ଷା ଦାମ୍‌ ଆକାଶ ଛୁଆଁ…

ନୂଆଦିଲ୍ଲୀ, ୧୨।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସରକାରୀ ବିମାନବନ୍ଦରରେ...

Advertisement
Archives

Model This Week