ପୁଣି ଦିଲ୍ଲୀ-ମୁମ୍ବାଇରେ ବଢ଼ୁଛି କରୋନା ମିଟର

ନୂଆଦିଲ୍ଲୀ/ମୁମ୍ବାଇ,୧୫।୬: ଦେଶରେ କରୋନା ଭାଇରସ୍‌ ଏବେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। କୋଭିଡର ପୂର୍ବ ଲହର ଭଳି ଦିଲ୍ଲୀ ଏବଂ ମୁମ୍ବାଇର ଅବସ୍ଥା ପୁଣି ଥରେ ଖରାପ ହେବାରେ ଲାଗିଛି। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ୧ହଜାରରୁ ଉର୍ଦ୍ଧ୍ୱ ଓ ମୁମ୍ବାଇରେ ୧୭୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିଯୋଗୁ ବୁଧବାର ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ କୋଭିଡ ମାମଲା ସହିତ ସଂକ୍ରମଣ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାର ସଂକ୍ରମଣ ହାର ୬.୫୦ପ୍ରତିଶତରେ ପହଞ୍ଚିଛି। ମଙ୍ଗଳବାର ଦିଲ୍ଲୀରେ ୧,୧୧୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହା ପୂର୍ବ ଦିନର ସଂଖ୍ୟା ତୁଳନାରେ ୮୨ପ୍ରତିଶତ ଅଧିକ ରହିଥିଲା। ଦିଲ୍ଲୀରେ କ୍ରମାଗତ ପଞ୍ଚମ ଦିନରେ ୬୦୦ରୁ ଅଧିକ ମାମଲା ଚିହ୍ନଟ ହେଉଛି। ଫଳରେ ଦିଲ୍ଲୀରେ କୋଭିଡ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଭି.କେ ସାକ୍ସେନା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସମସ୍ତ ପଜିଟିଭ୍‌ ନମୁନାଗୁଡ଼ିକର ଜିନୋମ ସିକ୍ୱେନ୍ସିଂ କରାଯିବ। ସେହିପରି ଆର୍ଥିକ ରାଜଧାନୀ ମୁମ୍ବାଇରେ ମଙ୍ଗଳବାର ରାତି ପର୍ଯ୍ୟନ୍ତ ୧,୭୨୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ସମଗ୍ର ମହାରାଷ୍ଟ୍ରରେ ୨,୯୫୬ଜଣ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ମୁମ୍ବାଇର ସଂଖ୍ୟା ସର୍ବାଧିକ ରହିଥିଲା। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୧୮ହଜାରରେ ପହଞ୍ଚିଛି। ମୁମ୍ବାଇରେ ଓମିକ୍ରନର ବିଏ-୫ ସବ୍‌-ଭାରିଆଣ୍ଟ ଚିନ୍ତାର କାରଣ ପାଲଟିଛି। ଠାଣେରେ ଦୁଇ ରୋଗୀଙ୍କ ମଧ୍ୟରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଛି। ଏଥିରେ ୨୫ବର୍ଷ ବୟସ୍କା ମହିଳା ଏବଂ ୩୨ବର୍ଷ ବୟସ୍କା ପୁରୁଷ ରହିଛନ୍ତି। ଉଭୟ କୋଭିଡ ଟିକା ନେଇଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ଶହରୁ ୫ ଶହ ଟଙ୍କା ହେଲା ବାର୍ଦ୍ଧକ୍ୟ ଭତ୍ତା

ଲକ୍ଷ୍ନୌ,୧୧।୬: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ବୃଦ୍ଧାବସ୍ଥାରେ ମିଳୁଥିବା ଭତ୍ତାର ପରିମାଣକୁ...

୨ ହଜାର ବର୍ଷ ତଳେ ହରପ୍ପାନ୍‌ ସଭ୍ୟତାରେ ତିଆରି ହେଉଥିଲା ପିଜା

ଇନ୍ଦୋର,୨୯।୫: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକ ପିଜା ଖାଇବାକୁ ପସନ୍ଦ କରିଥାନ୍ତି। ଏହାର ପ୍ରସ୍ତୁତି ଶୈଳୀର ପେଟେଣ୍ଟ ଅନ୍ୟ ରାଷ୍ଟ୍ର ନାମରେ ରହିଛି। ତେବେ ୨...

ଆଗନ୍ତୁକଙ୍କ ଉପରେ କଡ଼ା ନଜର

କୋମାକ୍ଷାନଗର, ୬।୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସତର୍କ ହୋଇଉଠିଛି କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ। ସହରାଞ୍ଚଳକୁ ଆସୁଥିବା ଆଗନ୍ତୁକଙ୍କ ଉପରେ କଡ଼ା ନଜର ରଖାଯିବା ସହ ସାମାଜିକ ଦୂରତା...

ବିଚାରପତି ନିଯୁକ୍ତିରେ ସିଜେଆଇ ରମନାଙ୍କ ରେକର୍ଡ…

ନୂଆଦିଲ୍ଲୀ, ୭।୮ : ଉଚ୍ଚ ନ୍ୟାୟପାଳିକାରେ ସର୍ବାଧିକ ସଂଖ୍ୟକ ବିଚାରପତି ନିଯୁକ୍ତି କରିବାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ଦେଶର ପ୍ରଥମ ପ୍ରଧାନ ବିଚାରପତି...

ପଳାତକ ତାଲିକାରେ ୫୧ଜଣଙ୍କ ନାମ: ୧୭ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ

ନୂଆଦିଲ୍ଲୀ,୪।୧୨: ଦେଶରେ କୋଟି କୋଟି ଟଙ୍କାର ଠକେଇ କରି ବିଦେଶ ପଳାଇଥିବା ପଳାତକ ତାଲିକାରେ ୫୧ ଜଣଙ୍କ ନାମ ରହିଛି। ସେମାନେ ୧୭ ହଜାର କୋଟିରୁ...

୫ ବର୍ଷରେ ଲକ୍ଷପତିରୁ କୋଟିପତି ପାଲଟୁଛନ୍ତି ବିଧାୟକ…

ଲକ୍ଷ୍ନୌ, ୩।୨ : ରାଜନେତାଙ୍କ ଘରେ ଟଙ୍କା ଗଛ ଲଗାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ୫...

କରୋନା ପାଇଁ ଟ୍ରେନ୍‌ ବଗିକୁ ଆଇସୋଲେଶନ ଓ୍ବାର୍ଡରେ କରାଗଲା ପରିବର୍ତ୍ତନ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ କବଳରେ ଭାରତ। ଏବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯ଶହ ଛୁଇଁବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ୨୦ ଅତିକ୍ରମ କରି ସାରିଲାଣି।...

ବଲିଉଡ୍‌ରେ ଛାଇଲା ଶୋକର ଛାୟା

ନୂଆଦିଲ୍ଲୀ,୨୧।୧: କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜାଙ୍କ ଶାଳକ ଜାସନ ଓ୍ବାଟକିନ୍ସ ମୃତଦେହ ମୁମ୍ବାଇର ମିଲାତ ନଗର ସ୍ଥିତ ତାଙ୍କ ବାସଭବନରୁ ମିଳିଛି। ପୋଲିସ ଅନୁଯାୟୀ, ଓ୍ବାଟକିନ୍ସଙ୍କ...

Advertisement
Archives

Model This Week