Posted inଖେଳ

ଭାରତର ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଅଭିଯାନ ଏପ୍ରିଲ୍‌ରେ

ଲାଉସାନେ, ୧୦ା୭ (ପି.ଟି.)-ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ସଂଶୋଧିତ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରେ ବିଦେଶରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ଖେଳି ଭାରତୀୟ ପୁରୁଷ ହକି ଦଳ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଅଭିଯାନ ଆରମ୍ଭ କରିବ। ପ୍ରୋ-ଲିଗ୍‌ ଆରମ୍ଭ ହେବାପରେ ଭାରତ ଏପ୍ରିଲ ୧୦ ଓ ୧୧ରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ। ଉଭୟ ପୁରୁଷ ଓ ମହିଳା ବିଭାଗରେ ଜର୍ମାନୀ ସେପ୍ଟେମ୍ବର ୨୨ ଓ ୨୩ରେ ବେଲଜିୟମ ବିପକ୍ଷ ମ୍ୟାଚ ନିଜ ଦେଶରେ ଖେଳିବ। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବିଦେଶରେ ଗ୍ରେଟ୍‌ ବ୍ରିଟେନ ସହ ମେ ୮ ଓ ୯ ତାରିଖରେ ଖେଳିବ। ଦଳ ପରେ ସ୍ପେନ ଗସ୍ତ କରି ସେଠାରେ ଆୟୋଜକ ଦେଶକୁ ମେ ୧୨ ଓ ୧୩ରେ ଭେଟିବ। ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଭାରତ ଆୟୋଜକ ଜର୍ମାନୀ ବିପକ୍ଷରେ ମେ ୧୮ ଓ ୧୯ ତାରିଖରେ ଖେଳିବ। ଶେଷରେ ଦଳ ନିଜ ଦେଶରେ ନ୍ୟୁଜିଲାଣ୍ଡକୁ ମେ ୨୯ ଓ ୩୦ରେ ଭେଟିବ। କୋଭିଡ୍‌-୧୯ ଯୋଗୁ ବିଶ୍ୱବ୍ୟପୀ ସମସ୍ତ କ୍ରୀଡ଼ା ପ୍ରଭାବିତ ହୋଇଛି। ଏଥିପାଇଁ ଏଫ୍‌ଆଇଏଚ୍‌ ନୂଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇଛି।
ପ୍ରକୃତ କାର୍ଯ୍ୟସୂଚୀ ଅନୁସାରେ ଚଳିତ ବର୍ଷ ଜୁନ୍‌ ୧୪ରେ ସ୍ପେନ ବିପକ୍ଷ ମ୍ୟାଚ ଖେଳି ଭାରତ ଏହାର ପ୍ରୋ-ଲିଗ୍‌ ଅଭିଯାନ ଶେଷ କରିଥାନ୍ତା। ମାର୍ଚ୍ଚ ୧୯ରେ ଟୁର୍ନାମେଣ୍ଟ ସସ୍‌ପେଣ୍ଡ ହେବା ପୂର୍ବରୁ ଭାରତ ବର୍ଲିନଠାରେ ଜର୍ମାନୀକୁ ଏପ୍ରିଲ ୨୫ ଓ ୨୬ରେ ଏବଂ ଲଣ୍ଡନରେ ଗ୍ରେଟ୍‌ ବ୍ରିଟେନକୁ ମେ ୨ ଓ ୩ରେ ଭେଟିବା କାର୍ଯ୍ୟକ୍ରମ ରହିଥିଲା। ପରେ ଜୁନ ୫ ଓ ୬ରେ ଆର୍ଜେଣ୍ଟିନା ସହ ମୁକାବିଲା ପାଇଁ ଟୁକୁମାନ ଗସ୍ତ ପୂର୍ବରୁ ନିଜ ଦେଶରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ମେ୨୩ ଓ ୨୪ରେ ଖେଳିଥାନ୍ତା। ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ମଧ୍ୟରେ ପୁଣି କେବେ ହକି ମ୍ୟାଚ ହେବ ତାହାକୁ ହକି ପ୍ରେମୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ବୋଲି ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ନୂଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପୂର୍ବରୁ ସମସ୍ତ ୧୧ଟି ଦେଶ ସହିତ ଯୋଗାଯୋଗ କରାଯାଇଥିଲା। ଯେପର୍ଯ୍ୟନ୍ତ କରୋନା ମହାମାରୀ ନ ହଟିଛି ସେ ପର୍ଯ୍ୟନ୍ତ ହକି ଖେଳ ସମୟରେ ସୁସ୍ଥ ରହିବାକୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri