Posted inଖେଳ

ଭାରତର ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଅଭିଯାନ ଏପ୍ରିଲ୍‌ରେ

ଲାଉସାନେ, ୧୦ା୭ (ପି.ଟି.)-ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ସଂଶୋଧିତ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରେ ବିଦେଶରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ଖେଳି ଭାରତୀୟ ପୁରୁଷ ହକି ଦଳ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଅଭିଯାନ ଆରମ୍ଭ କରିବ। ପ୍ରୋ-ଲିଗ୍‌ ଆରମ୍ଭ ହେବାପରେ ଭାରତ ଏପ୍ରିଲ ୧୦ ଓ ୧୧ରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ। ଉଭୟ ପୁରୁଷ ଓ ମହିଳା ବିଭାଗରେ ଜର୍ମାନୀ ସେପ୍ଟେମ୍ବର ୨୨ ଓ ୨୩ରେ ବେଲଜିୟମ ବିପକ୍ଷ ମ୍ୟାଚ ନିଜ ଦେଶରେ ଖେଳିବ। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବିଦେଶରେ ଗ୍ରେଟ୍‌ ବ୍ରିଟେନ ସହ ମେ ୮ ଓ ୯ ତାରିଖରେ ଖେଳିବ। ଦଳ ପରେ ସ୍ପେନ ଗସ୍ତ କରି ସେଠାରେ ଆୟୋଜକ ଦେଶକୁ ମେ ୧୨ ଓ ୧୩ରେ ଭେଟିବ। ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଭାରତ ଆୟୋଜକ ଜର୍ମାନୀ ବିପକ୍ଷରେ ମେ ୧୮ ଓ ୧୯ ତାରିଖରେ ଖେଳିବ। ଶେଷରେ ଦଳ ନିଜ ଦେଶରେ ନ୍ୟୁଜିଲାଣ୍ଡକୁ ମେ ୨୯ ଓ ୩୦ରେ ଭେଟିବ। କୋଭିଡ୍‌-୧୯ ଯୋଗୁ ବିଶ୍ୱବ୍ୟପୀ ସମସ୍ତ କ୍ରୀଡ଼ା ପ୍ରଭାବିତ ହୋଇଛି। ଏଥିପାଇଁ ଏଫ୍‌ଆଇଏଚ୍‌ ନୂଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇଛି।
ପ୍ରକୃତ କାର୍ଯ୍ୟସୂଚୀ ଅନୁସାରେ ଚଳିତ ବର୍ଷ ଜୁନ୍‌ ୧୪ରେ ସ୍ପେନ ବିପକ୍ଷ ମ୍ୟାଚ ଖେଳି ଭାରତ ଏହାର ପ୍ରୋ-ଲିଗ୍‌ ଅଭିଯାନ ଶେଷ କରିଥାନ୍ତା। ମାର୍ଚ୍ଚ ୧୯ରେ ଟୁର୍ନାମେଣ୍ଟ ସସ୍‌ପେଣ୍ଡ ହେବା ପୂର୍ବରୁ ଭାରତ ବର୍ଲିନଠାରେ ଜର୍ମାନୀକୁ ଏପ୍ରିଲ ୨୫ ଓ ୨୬ରେ ଏବଂ ଲଣ୍ଡନରେ ଗ୍ରେଟ୍‌ ବ୍ରିଟେନକୁ ମେ ୨ ଓ ୩ରେ ଭେଟିବା କାର୍ଯ୍ୟକ୍ରମ ରହିଥିଲା। ପରେ ଜୁନ ୫ ଓ ୬ରେ ଆର୍ଜେଣ୍ଟିନା ସହ ମୁକାବିଲା ପାଇଁ ଟୁକୁମାନ ଗସ୍ତ ପୂର୍ବରୁ ନିଜ ଦେଶରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ମେ୨୩ ଓ ୨୪ରେ ଖେଳିଥାନ୍ତା। ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ମଧ୍ୟରେ ପୁଣି କେବେ ହକି ମ୍ୟାଚ ହେବ ତାହାକୁ ହକି ପ୍ରେମୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ବୋଲି ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ନୂଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପୂର୍ବରୁ ସମସ୍ତ ୧୧ଟି ଦେଶ ସହିତ ଯୋଗାଯୋଗ କରାଯାଇଥିଲା। ଯେପର୍ଯ୍ୟନ୍ତ କରୋନା ମହାମାରୀ ନ ହଟିଛି ସେ ପର୍ଯ୍ୟନ୍ତ ହକି ଖେଳ ସମୟରେ ସୁସ୍ଥ ରହିବାକୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାର୍ଚ୍ଚ ୧ରୁ ଚେପକରେ ଧୋନୀ

ଚେନ୍ନାଇ,୧୬।୨- ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନେଇ ଅନିଶ୍ଚିତତା ଲାଗି ରହିଛି।...

କୋହଲିଙ୍କ ନାଁରେ ‘ଫେକ୍‌ ଫିଲ୍ଡିଂ’ ଅଭିଯୋଗ ଆଣିଲେ ବାଂଲାଦେଶ ଉଇକେଟ୍‌ କିପର

ଆଡିଲେଡ,୩।୧୧: ଟି -୨୦ ବିଶ୍ୱକପ୍‌ର ୩୫ତମ ମ୍ୟାଚରେ ଡକୱର୍ଥ-ଲୁଇସ ନିୟମ ଆଧାରରେ ଭାରତ ବାଂଲାଦେଶକୁ ପାଞ୍ଚ ରନ୍‌ରେ ପରାସ୍ତ କରିଛି। ଆଡିଲେଡରେ ହୋଇଥିବା ଏହି ବର୍ଷା...

କୋହଲି ଏବଂ ବିସିସିଆଇ ବିବାଦକୁ ନେଇ ପାକିସ୍ତାନ କ୍ରିକେଟର୍‌ କହିଲେ…

ଇସଲାମାବାଦ୍‌,୧୬।୧୨:ପାକିସ୍ତାନୀ କ୍ରିକେଟର ସଲମାନ ବଟ ବିରାଟ କୋହଲି ଏବଂ ବିସିସିଆଇ ବିବାଦକୁ ମଧ୍ୟକୁ ଜମ୍ପ୍‌ ମାରିଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ କଥା ରୋହିତ ଶର୍ମାଙ୍କୁ...

ଟେନିସ୍‌ ବଲ୍‌ରେ ରାହୁଲଙ୍କ ଅଭ୍ୟାସ

ସିଡ୍‌ନୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅବସରରେ ୟୁନାଇଟେଡ ଆରବ ଏମିରେଟ୍ସର ସ୍ଲୋ ଟ୍ରାକ୍‌ରେ ପାଖାପାଖି ୨ ମାସ ଖେଳିବାପରେ ତାରକା ଖଚିତ ଭାରତୀୟ ବ୍ୟାଟିଂ...

ଡବ୍ଲ୍ୟୁଟିସି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି ସଚିନ

ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଟେଷ୍ଟ ଫର୍ମାଟର ସବୁଠୁ ବଡ଼ ସମ୍ମାନ ପାଇଁ ଲଢ଼େଇ କରିବେ ନ୍ୟୁଜିଲାଣ୍ଡ ଓ ଟିମ୍‌ ଇଣ୍ଡିଆ। ବିଜେତାଙ୍କୁ ଟେଷ୍ଟ...

ରୋହିତଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଫେଭରାଇଟ୍‌ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ...

ରୋଇଂରେ ଭାରତକୁ ମିଳିଲା ୨ ବ୍ରୋଞ୍ଜ ପଦକ

ହାଙ୍ଗଝୋ,୨୫।୯: ଏସିଆନ ଗେମ୍ସର ରୋଇଂ ଇଭେଣ୍ଟରେ ସୋମବାର ଭାରତକୁ ଆଉ ୨ଟି ବ୍ରୋଞ୍ଜ ପଦକ ମିଳିଛି। ଫଳରେ ଓ୍ବାଟରସ୍ପୋର୍ଟରେ ଭାରତୀୟ ରୋୟର ୫ ପଦକ ସହ...

ଜୈବିକ କୃଷିକୁ ଆପଣେଇଛନ୍ତି ପୂର୍ବତନ ଫୁଟବଲ ଅଧିନାୟକ

ନୂଆଦିଲ୍ଲୀ, ୧୬।୬- କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ଯୋଗୁ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ଗୌରମାଙ୍ଗି ସିଂ ସମ୍ପ୍ରତି ପରିବାର ସହିତ ଇମ୍ଫାଲରେ...

Advertisement
Archives

Model This Week