Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ମୁମ୍ବାଇ ସିଟି

ମାର୍ଗୋଆ,୬।୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ୩-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ମୁମ୍ବାଇ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏଥିସହିତ ୯ଟି ମ୍ୟାଚ୍‌ ଖେଳି ମୁମ୍ବାଇ ୭ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ମୋଟ୍‌ ୨୨ ପଏଣ୍ଟ ପାଇ ତାଲିକାରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ କରିଛି। ଆଇଏସ୍‌ଏଲ୍‌ରେ ବେଙ୍ଗାଲୁରୁ ଏଥିସହିତ ପ୍ରଥମଥର ପାଇଁ କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ବେଙ୍ଗାଲୁରୁ ୯ଟି ମ୍ୟାଚ୍‌ ଖେଳି ୩ଟି ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୧୨ ପଏଣ୍ଟ ପାଇ ତାଲକାର ପଞ୍ଚମ ସ୍ଥାନରେ ରହିଛି।
ମୁମ୍ବାଇ ତରଫରୁ ମୌରଟାଡା ଫଲ୍‌ ନବମ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ୧୫ତମ ମିନିଟ୍‌ରେ ବିପିନ ସିଂ ଆଉ ଏକ ଗୋଲ ଦେଇ ମୁମ୍ବାଇ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ମ୍ୟାଚ୍‌ର ୭୯ତମ ମିନିଟ୍‌ରେ ବେଙ୍ଗାଲୁରୁ ତରଫରୁ ଅଧିନାୟକ ସୁନୀଲ ଛେତ୍ରୀ ପେନାଲ୍ଟି ଜରିଆରେ ଗୋଲ ଦେଇ ଗୋଲ ବ୍ୟବଧାନକୁ କମାଇଥିଲେ। ଏହାର ୫ ମିନିଟ୍‌ ପରେ ବାର୍ଥୋଲୋମ୍ୟୁ ଓଗୋବେଚେ ଗୋଲ ଦେଇ ମୁମ୍ବାଇକୁ ୩-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ମ୍ୟାଚ୍‌ରେ ଗୋଲ ସ୍କୋର ନ ହେବାରୁ ମୁମ୍ବାଇ ବିଜୟୀ ହୋଇଥିଲା। ମୁମ୍ବାଇର ଅହମ୍ମଦ ଜାହୋଉ ୮୬ତମ ମିନିଟ୍‌ରେ ରେଡ୍‌ କାର୍ଡ ପାଇଥିଲେ। ବଲ୍‌ ପଜେସନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମୁମ୍ବାଇ ବେଙ୍ଗାଲୁରୁଠାରୁ ଯଥେଷ୍ଟ ଆଗରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୯ା୬: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଓ ତାଙ୍କ ଟିମ୍‌ମେଟ୍‌ ଗସ୍‌ ଆଟକିନସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟରୁ ବାଦ୍‌ ପଡ଼ିଛନ୍ତି। ଦଳର ପ୍ରୋଟୋକଲ ଭଙ୍ଗ…

ଆୟର୍ଲାଣ୍ଡ, ଇଂଲଣ୍ଡ ଟୁରରୁ ସିରାଜଙ୍କୁ ବିଶ୍ରାମ, କାହିଁକି ଜାଣନ୍ତୁ…

ମୁମ୍ବାଇ, ୯ା୬: ଭାରତୀୟ ପେସର ମହମ୍ମଦ ସିରାଜଙ୍କୁ ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟର ଅଂଶ ଭାବେ ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଟୁରରୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ପ୍ରସିଦ୍ଧ…

ଆଫଗାନିସ୍ତାନ ସିରିଜ୍‌ ଖେଳିବେ ରୋହିତ, ହାର୍ଦ୍ଦିକ

ନୂଆ ଚଣ୍ଡିଗଡ଼,୯ା୬- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭେଟେରାନ ଷ୍ଟାର ଓପନର ରୋହିତ ଶର୍ମା ଆସନ୍ତା ରବିବାରଠାରୁ ଧର୍ମଶାଳାରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌…

ଭାରତ-ଇଂଲଣ୍ଡ ଟି୨୦ ମ୍ୟାଚ୍‌ ୧ ଘଣ୍ଟା ଆଗୁଆ ଖେଳାଯିବ, କାହିଁକି ଜାଣନ୍ତୁ…

ଲଣ୍ଡନ,୮ା୬: ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଭାରତ ବିପକ୍ଷରେ ଖେଳାଯିବାକୁଥିବା ଟି୨୦ ମ୍ୟାଚ୍‌ ୧ ଘଣ୍ଟା ଆଗୁଆ ଅର୍ଥାତ ଭାରତୀୟ ସମୟ ରାତି ୧୦ଟାରୁ…

FIFA World Cup ଆଉ ୨ ଦିନ : ପରସ୍ପର ବିପକ୍ଷରେ ଖେଳିବେ ଭାଇ-ଭାଇ

ଓ୍ବାଶିଂଟନ୍‌,୯।୬: ଫିଫା ବିଶ୍ୱକପ୍‌କୁ ଆଉ ୨ ଦିନ। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଆରମ୍ଭ…

ମାହିରା ଶର୍ମାଙ୍କୁ ଡେଟ କରୁଛନ୍ତି ଅଭିଷେକ ଶର୍ମା? ଏକ ‘ସିକ୍ରେଟ’ ଇନଷ୍ଟାଗ୍ରାମ ପୋଷ୍ଟ ପରେ ତୀବ୍ର ହୋଇଛି ଚର୍ଚ୍ଚା

ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ତାଙ୍କୁ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri