Posted inଖେଳ

ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ

ଜୋହାନ୍ସବର୍ଗ, ୬ା୧(ଏ.ପି.)-ସ୍ଥାନୀୟ ଓ୍ବାଣ୍ଡର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଓ ଅନ୍ତିମ ଟେଷ୍ଟ ମ୍ୟାଚ ୩ ଦିନ ଭିତରେ ଶେଷ ହୋଇଛି। ଏଥିରେ ଦକ୍ଷିଣଆଫ୍ରିକା ୧୦ ଉଇକେଟରେ ବିଜୟ ଲାଭ କରିବା ସହ ସିରିଜ ୨-୦ରେ ଜିତିନେଇଛି। ମଙ୍ଗଳବାର ୧୫୦/୪ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋରରୁ ଖେଳ ଆରମ୍ଭ କରିଥିବା ଶ୍ରୀଲଙ୍କାକୁ ଦକ୍ଷିଣ ଆଫ୍ରିକା ୨୧୧ ରନରେ ଅଲଆଉଟ କରିଦେଇଥିଲା। ପୂର୍ବଦିନରୁ ୯୧ରନ କରି ଅପରାଜିତ ରହିଥିବା ଅଧିନାୟକ ଦିମୁଥ କରୁଣାରନେତ୍ (୧୦୩) ଯଦିଓ ଶତକ ହାସଲ କରିଥିଲେ ୫ ଓଭର ଭିତରେ ସେ ଆଉଟ ହୋଇଯାଇଥିଲେ। ତାଙ୍କ ପରେ ଶ୍ରୀଲଙ୍କା ଏହାର ଅବଶିଷ୍ଟ ୫ଉଇକେଟ ମାତ୍ର ୩୫ରନରେ ହରାଇଥିଲା।
ପେସ୍‌ ବୋଲିଂକୁ ସୁହାଉଥିବା ଓ୍ବାଣ୍ଡର୍ସ ପିଚ୍‌ରେ ଘରୋଇ ଦଳ ୬୭ରନ ଟାର୍ଗେଟକୁ ମାତ୍ର ୧୩.୨ ଓଭରରେ ହାସଲ କରିନେଇଥିଲା। ଏଡେନ୍‌ ମାରକ୍ରମ ୩୬ ଓ ଡିନ୍‌ ଏଲ୍‌ଗାର ୩୧ ରନ କରି ଅପରାଜିତ ରହିଥିଲେ। ଏଲ୍‌ଗାର ଉଭୟ ମ୍ୟାନ ଅଫ୍‌ ଦି ମ୍ୟାଚ ଓ ସିରିଜ ବିବଚେିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ପ୍ରଥମ ଇନିଂସ: ୧୫୭
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୩୦୨
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୨୧୧ (ଦିମୁଥ କରୁଣାରନେତ୍-୧୦୩, ନିରୋଶାନ ଡିକ୍‌ଓ୍ବେଲା-୩୬, ଲୁନ୍‌ଗି ଏନ୍‌ଗିଡି-୪/୪୪, ଲୁଥୋ ସିପାମ୍ଲା-୩/୪୦ )।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ: ୬୭/୦ (ଏଡେନ୍‌ ମାରକ୍ରାମ-୩୬*, ଡିନ୍‌ ଏଲ୍‌ଗାର-୩୧*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri