Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ପ୍ଲେ- ଅଫ୍‌ରେ ଗୋଆ, ବେଙ୍ଗାଲୁରୁ ଆଶା ଧୂଳିସାତ୍‌

ମାର୍ଗାଓ,୨୨।୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଗୋଆ ପକ୍ଷରୁ ଆଇଗର ଅଙ୍ଗୁଲୋ ୨୦ ଓ ରିଡିମ ଟିଲାଙ୍ଗ ୨୩ତମ ମିନିଟରେ ଗୋଲ ଦେଇଥିଲେ। ସେହିପରି ୩୩ତମ ମିନିଟ୍‌ରେ ବେଙ୍ଗାଲୁରୁ ତରଫରୁ ସୁରେଶ ସିଂ ଓ୍ବାଙ୍ଗ୍‌ଜାମ ଗୋଟିଏ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏହି ବିଜୟ ସହ ଗୋଆ ପ୍ଲେ- ଅଫ୍‌ରେ ନିଜର ସ୍ଥାନ ନିଶ୍ଚିତ କରିଛି ଓ ଗତ ୧୨ଟି ମ୍ୟାଚ୍‌ରେ ଅପରାଜେୟ ରହିଛି। ଅନ୍ୟପଟେ ଏହି ପରାଜୟ ସହ ବେଙ୍ଗାଲୁରୁ ପ୍ଲେ- ଅଫ୍‌ ଆଶା ଧୂଳିସାତ୍‌ ହୋଇଛି। ସେହିପରି ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ କେରଳ ବ୍ଲାଷ୍ଟର୍ସ ଓ ଚେନ୍ନାଇନ ଏଫ୍‌ସି ପରସ୍ପରକୁ ଭେଟିଥିଲେ ଓ ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଚେନ୍ନାଇନ୍‌ ତରଫରୁ ଫାଟଖୁଲୋ ଫାଟଖୁଲେଭ ଦଶମ ମିନିଟ୍‌ରେ ଗୋଲ ଦେଇଥିବା ବେଳେ କେରଳ ତରଫରୁ ୧୯ତମ ମିନିଟ୍‌ରେ ଗ୍ୟାରୀ ହୁପର ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବଲ୍ସ ର଼୍ୟାଙ୍କିଙ୍ଗ୍‌: ଟପ୍‌- ୧୦୦ରୁ ବାଦ୍‌ ପଡିଲେ ପେସ୍‌

ନୂଆଦିଲ୍ଲୀ,୧୧।୧୧(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଗତ ୧୯ ବର୍ଷ ପ୍ରଥମଥର ପାଇଁ ବିଶ୍ୱ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ-୧୦୦ରୁ ବାଦ୍‌ ପଡିଛନ୍ତି। ୫ଟି ସ୍ଥାନ...

ସର୍ଫରାଜଙ୍କ ବହିଷ୍କାର : ଅସମ୍ବେଦନଶୀଳ ଟୁଇଟ୍‌ ନେଇ ପିସିବି କ୍ଷମା ମାଗିଲା

ନୂଆଦିଲ୍ଲୀ, ୧୯।୧୦: ଏକ ଅସମ୍ବେଦନଶୀଳ ଟୁଇଟ୍‌ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶେଷରେ କ୍ଷମା ମାଗିଛି। ସର୍ଫରାଜ ଅହମ୍ମଦଙ୍କୁ ଟେଷ୍ଟ ଓ ଟି୨୦ ଅଧିନାୟକ...

୭ ନଂ ଜର୍ସି ପିନ୍ଧିବାର କାରଣ କହିଲେ ଧୋନୀ

ଚେନ୍ନାଇ,୧୮।୩: ପୂରା କ୍ୟାରିୟର ୭ ନଂ ଜର୍ସି ପିନ୍ଧି ଖେଳିଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ସ୍ବତନ୍ତ୍ର ନମ୍ବର ପଛର କାରଣ ପ୍ରକାଶ...

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌:ସାଇନା-ସିନ୍ଧୁ ମୁକାବିଲା ସମ୍ଭବ

ନୂଆଦିଲ୍ଲୀ, ୧୧ା୮ (ପି.ଟି.)-ସୁଇଜରଲାଣ୍ଡର ବାସେଲଠାରେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଡ୍ର’ ଅନୁଷ୍ଠିତ ହୋଇଯାଇଛି।...

ନାବାଳିକାଙ୍କୁ ଅସଦାଚରଣ, ବିଦା ହେଲେ ସନ୍ତରଣ କୋଚ୍‌

ନୂଆଦିଲ୍ଲୀ,୫।୯(ପିଟି): ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦା ହୋଇଛନ୍ତି ସନ୍ତରଣ କୋଚ୍‌। ଘଟଣାର ଭିଡିଓ ଭାଇରାଲ ହୋଇଥିବାରୁ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କୋଚ୍‌ଙ୍କ ବିରୋଧରେ କଡ଼ା...

ବାବରଙ୍କଠାରୁ ପଛରେ କୋହଲି

କରାଚୀ,୩୦।୯: ପାକିସ୍ତାନ ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜାମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୧ତମ ଶତକ ଲଗାଇବାରେ ଭାରତୀୟ ସେନସେଶନ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଭାରତୀୟ...

କରାଟେରେ ବ୍ଲାକ୍‌ ବେଲ୍ଟ ଜିତିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୧।୭- ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ ନିଜର ଶାଣିତ ବୋଲିଂ ଲାଗି ବିଶ୍ୱ କ୍ରିକେଟରେ ବେଶ୍‌ ପରିଚିତ ଲାଭ...

ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌: ୨୫ ମି. ଟିମ୍‌ ପିସ୍ତଲରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୬।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ମହିଳାମାନେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଚିଙ୍କି ଯାଦବ, ମନୁ ଭାକର ଓ...

Advertisement
Archives

Model This Week