Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ପ୍ଲେ- ଅଫ୍‌ରେ ଗୋଆ, ବେଙ୍ଗାଲୁରୁ ଆଶା ଧୂଳିସାତ୍‌

ମାର୍ଗାଓ,୨୨।୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଗୋଆ ପକ୍ଷରୁ ଆଇଗର ଅଙ୍ଗୁଲୋ ୨୦ ଓ ରିଡିମ ଟିଲାଙ୍ଗ ୨୩ତମ ମିନିଟରେ ଗୋଲ ଦେଇଥିଲେ। ସେହିପରି ୩୩ତମ ମିନିଟ୍‌ରେ ବେଙ୍ଗାଲୁରୁ ତରଫରୁ ସୁରେଶ ସିଂ ଓ୍ବାଙ୍ଗ୍‌ଜାମ ଗୋଟିଏ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏହି ବିଜୟ ସହ ଗୋଆ ପ୍ଲେ- ଅଫ୍‌ରେ ନିଜର ସ୍ଥାନ ନିଶ୍ଚିତ କରିଛି ଓ ଗତ ୧୨ଟି ମ୍ୟାଚ୍‌ରେ ଅପରାଜେୟ ରହିଛି। ଅନ୍ୟପଟେ ଏହି ପରାଜୟ ସହ ବେଙ୍ଗାଲୁରୁ ପ୍ଲେ- ଅଫ୍‌ ଆଶା ଧୂଳିସାତ୍‌ ହୋଇଛି। ସେହିପରି ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ କେରଳ ବ୍ଲାଷ୍ଟର୍ସ ଓ ଚେନ୍ନାଇନ ଏଫ୍‌ସି ପରସ୍ପରକୁ ଭେଟିଥିଲେ ଓ ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଚେନ୍ନାଇନ୍‌ ତରଫରୁ ଫାଟଖୁଲୋ ଫାଟଖୁଲେଭ ଦଶମ ମିନିଟ୍‌ରେ ଗୋଲ ଦେଇଥିବା ବେଳେ କେରଳ ତରଫରୁ ୧୯ତମ ମିନିଟ୍‌ରେ ଗ୍ୟାରୀ ହୁପର ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri