Advertisement
Posted inଖେଳ

ଇଣ୍ଡିଆନ୍‌ ସୁପର ଲିଗ୍‌: ବେଙ୍ଗାଲୁରୁଠାରୁ ହାରିଲା ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୨(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଏଫ୍‌ସି ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। କ୍ୱାଲିଟି ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଇଷ୍ଟ ବେଙ୍ଗଲ ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲା। ପୁଣି ଆତ୍ମଘାତୀ ଗୋଲ ପାଇଁ ଦଳ ପରାସ୍ତ ହୋଇଥିଲା। ସ୍ଥାନୀୟ ତିଲକ ମଇଦାନରେ ଅନୁଷ୍ଠିତ ଏହି ମାଚ୍‌ରେ ବେଙ୍ଗାଲୁରୁ ତରଫରୁ ବ୍ରାଜିଲ ଷ୍ଟ୍ରାଇକର କ୍ଲେଇଟନ ସିଲ୍‌ଭା ୧୧ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ୪୫ତମ ମିନିଟ୍‌ରେ ଇଷ୍ଟ ବେଙ୍ଗଲର ଦେବଜିତ ମଜୁମଦାରଙ୍କ ଦ୍ୱାରା ଆତ୍ମଘାତୀ ଗୋଲ ହୋଇଥିଲା। ଫଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ବେଙ୍ଗାଲୁରୁ ୨-୦ରେ ଅଗ୍ରଣୀ ହାସଲ କରିଥିଲା। ଏହାପରେ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ବେଙ୍ଗାଲୁରୁ ବିଜୟୀ ହୋଇଥିଲା।
ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଇଷ୍ଟ ବେଙ୍ଗଲ ଯଥେଷ୍ଟ ଆଗରେ ଥିଲା। ଏଥିସହ ବେଙ୍ଗାଲୁରୁ ୧୫ଟି ମ୍ୟାଚ୍‌ ଖେଳି ୪ ବିଜୟ, ୬ ଡ୍ର ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୧୫ ମ୍ୟାଚ୍‌ ଖେଳି ୨ ବିଜୟ, ୭ ଡ୍ର ଓ ୬ ପରାଜୟ ସହ ୧୩ ପଏଣ୍ଟ ପାଇ ତାଲିକାର ଦଶମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ ଚେତାବନୀ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୩୧।୫: ଜୁନ୍‌ ୨ରୁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବ। ସେଠାରେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ବ୍ୟତୀତ ଇଂଲଣ୍ଡ ସହ ପାଞ୍ଚ ମ୍ୟାଚ...

ଜୋନାଥନ ହଲ୍‌ ଆଇସିସିର ଜେନେରାଲ କନସେଲ୍‌

ଦୁବାଇ, ୨୨ା୮ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗୁରୁବାର ଜେନାଥନ ହଲ୍‌ଙ୍କୁ ଏହାର ଜେନେରଲ କନ୍‌ସଲ ଏବଂ କମ୍ପାନୀ ସେକ୍ରେଟାରୀ ଭାବେ ମନୋନୀତ କରିଛି।...

କୋଭିଡ-୧୯: ୨୪ରେ ଟାଇଗର- ମିକେଲସନ ଚ୍ୟାରିଟି ଇଭେଣ୍ଟ

ହୋବ ସାଉଣ୍ଡ,୮।୫ (ଏପି): କୋଭିଡ-୧୯ ମହାମାରୀ ଲଢେଇ ଉଦ୍ଦ୍ୟେଶରେ ଆମେରିକୀୟ ତାରକା ଗଲ୍ଫର ଟାଇଗର ଉଡ୍ସ ଓ ଫିଲ ମିକେଲସନ ଏକ ପ୍ରଦର୍ଶନୀ ତଥା ଚ୍ୟାରିଟି...

‘କୌଣସି ଦ୍ୱନ୍ଦ୍ୱ ନାହିଁ କି ଚିନ୍ତା ନାହିଁ’; କେ.ଏଲ୍‌. ରାହୁଲଙ୍କୁ ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୧।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିଆସୁଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ନେଇଥିବାରୁ ଦଳ ସେମିଫାଇନାଲରେ ଖେଳିବ ବୋଲି...

ମିଡ୍‌ଲସେକ୍ସ ଦଳକୁ ରେକର୍ଡ ବିଜୟ ଦେଲେ ମୋର୍ଗାନ

ନ୍ୟୁୟର୍କ,୩୧।୮: ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଚମତ୍କାର ଫର୍ମ ଜାରି ରଖିଛନ୍ତି। ତାଙ୍କର ବିସ୍ଫୋରକ ୮୩ ରନ୍‌ର ଇନିଂସ ଯୋଗୁ ମିଡ୍‌ଲସେକ୍ସ...

ହାଇଦ୍ରାବାଦ ପିଛା ଛାଡ଼ୁନି ପରାଜୟ

ଦୁବାଇ,୨୨।୯: ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ଅତିସହଜରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୩୫ ରନ୍‌ର ମାମୁଲି ବିଜୟ ଲକ୍ଷ୍ୟକୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି କ୍ରିକେଟର

ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧। ଏଥିପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆରମ୍ଭ ହୋଇସାରିଛି। ଅନ୍ୟପଟେ ଦିଲ୍ଲୀ...

କିଟ୍‌ରେ ସିକ୍କିମ ତା’ର ସବୁ ଘରୋଇ କ୍ରିକେଟ ମ୍ୟାଚ୍‌ ଖେଳିବ

ଭୁବନେଶ୍ୱର,୨୮।୭(ସ୍ପୋଟର୍‌ସ ବ୍ୟୁରୋ)- କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଓ ସିକ୍କିମ କ୍ରିକେଟ ଆସୋସିଏଶନ (ଏସ୍‌ଆଇସିଏ) ମଧ୍ୟରେ ଏକ ବୁଝାମଣା ପତ୍ର ବା ଏମ୍‌ଓୟୁ...

Advertisement
Archives

Model This Week