Posted inଖେଳ

ପ୍ରଥମ ଟେଷ୍ଟରେ ନ ଖେଳିପାରନ୍ତି ଜାଡେଜା

ନୂଆଦିଲ୍ଲୀ, ୭।୧୨- ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ନ ଖେଳି ପାରନ୍ତି। ପ୍ରଥମ ଟି୨୦ ମ୍ୟାଚ୍‌ରେ ମୁଣ୍ଡରେ ବଲ ବାଜିବା ଓ ମାଂସପେଶୀରେ ଆଘାତ କାରଣରୁ ତାଙ୍କୁ ବିଶ୍ରାମ ମିଳିପାରେ। ୩୨ ବର୍ଷୀୟ ଅଲରାଉଣ୍ଡରଙ୍କୁ ୩ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏଣୁ ଆଡିଲେଡ୍‌ଠାରେ ଚଳିତ ମାସ ୧୭ ତାରିଖରୁ ଦିବା-ରାତ୍ର ଭିତ୍ତିରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ରେ ଜାଡେଜାଙ୍କ ଖେଳିବାର ବିଶେଷ ସମ୍ଭାବନା ନାହିଁ। ଏପରି କି ଆସନ୍ତା ୨୬ ତାରିଖରୁ ହେବାକୁ ଥିବା ମେଲବୋର୍ନ ଟେଷ୍ଟରୁ ମଧ୍ୟ ସେ ବାଦ୍‌ ପଡ଼ିପାରନ୍ତି।

ଆଇସିସି କନକ୍‌ସନ ନିୟମ ଅନୁଯାୟୀ, ମୁଣ୍ଡରେ ବଲ ବାଜିଲେ ଖେଳାଳିଙ୍କୁ ୭ରୁ ୧୦ ଦିନ ବିଶ୍ରାମ ଦିଆଯିବା ଦରକାର। ଏହି କାରଣରୁ ସିଡ୍‌ନୀଠାରେ ଆସନ୍ତା ୧୧ ତାରିଖରୁ ଖେଳାଯିବାକୁ ୩ ଦିନିଆ ଦିବା-ରାତ୍ର ଅଭ୍ୟାସ ଟେଷ୍ଟ ମ୍ୟାଚ୍‌ରେ ଜାଡେଜା ଖେଳି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧୀ, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୧୪।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଭିତରେ ଆଭ୍ୟନ୍ତରୀଣ ଫାଟ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…

ଜୁଆଆଡ୍ଡା, ଅବୈଧ ମଦ କାରବାର ଉପରେ ପୋଲିସର ଚଢ଼ାଉ: ୧୧ ଗିରଫ

ପାରଳାଖେମୁଣ୍ଡି,୧୪।୬ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜୁଆ ଖେଳ ଓ ଅବୈଧ ମଦ କାରବାର ସହ ଜଡ଼ିତ ମୋଟ ୧୧…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri