Posted inଖେଳ

ବିରାଟ କୋହଲିଙ୍କ ଟେନସନ୍‌ ବଢାଇ ପାରନ୍ତି ଏହି ୨୧ ବର୍ଷୀୟ କ୍ରିକେଟର

ସିଡନୀ,୮।୧୨: ଏକଦିବସୀୟ ଏବଂ ଟି-୨୦ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆର ପୂର୍ବ ଗସ୍ତରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟେଷ୍ଟ ସିରିଜରେ ଐତିହାସିକ ବିଜୟ ହାସଲ କରିଥିଲା। କିନ୍ତୁ ଏଥର ଅଷ୍ଟ୍ରେଲିଆ ଭାରତ ଉପରେ ଭାରି ଥିବା ଜଣାପଡୁଛି। ଏହି ସମୟରେ, ୨୧ ବର୍ଷୀୟ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ଟେଷ୍ଟ ସିରିଜ ପୂର୍ବରୁ ଅଧିନାୟକ ବିରାଟ କୋହଲିଙ୍କ ଟେନସନ ବଢାଇ ଦେଇଛନ୍ତି। ଅଭ୍ୟାସ ମ୍ୟାଚରେ ଗ୍ରୀନ ଭାରତ ବିପକ୍ଷରେ ଏକ ଶତକ ଅର୍ଜନ କରିଛନ୍ତି। ଏହା ବ୍ୟତୀତ ସେ ଟିମ ଇଣ୍ଡିଆର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ମଧ୍ୟ ନେଇଥିଲେ। ତିନି ଦିନିଆ ଅଭ୍ୟାସ ମ୍ୟାଚର ଦ୍ୱିତୀୟ ଦିନରେ ଗ୍ରୀନ ୧୨୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୧୨ ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହା ପରେ ଗ୍ରୀନ ଦ୍ୱିତୀୟ ଇନିଂସରେ ଦୁଇଟି ଉଇକେଟ ନେଇଥିଲେ। ବିଶେଷ କଥା ହେଉଛି ସେ ଏହି ମ୍ୟାଚରେ ଉଭୟ ଭାରତର ଓପନର୍‌ ପୃଥ୍ବୀ ଶ’ ଏବଂ ଶୁଭମାନ ଗିଲଙ୍କୁ ଆଉଟ୍‌ କରିଛନ୍ତି। ସେ ପ୍ରଥମ ଇନିଂସରେ କୌଣସି ଉଇକେଟ ପାଇ ନ ଥିଲେ। ଭାରତ ବିପକ୍ଷ ଟେଷ୍ଟ ଦଳରେ ଗ୍ରୀନଙ୍କୁ ସାମିଲ କରାଯାଇଛି। ଏଭଳି ପରିସ୍ଥିତିରେ ସେ ଭାରତ ବିପକ୍ଷ ଚୂଡାନ୍ତ ଏକାଦଶରେ ମଧ୍ୟ ସେ ସ୍ଥାନ ପାଇପାରନ୍ତି ବୋଲି ଆଶା କରାଯାଉଛି। ଗତ ସପ୍ତାହରେ ଗ୍ରୀନ ଭାରତ ବିପକ୍ଷରେ ଏକଦିବସୀୟ ଡେବ୍ୟୁ କରିଥିଲେ। ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ସମୀକ୍ଷକ ଇଆନ ଚାପେଲ ମଧ୍ୟ କ୍ୟାମେରନ ଗ୍ରୀନଙ୍କୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଚ୍ୟାଲେଞ୍ଜର ଟ୍ରଫି:  ଆଜି ବାରବାଟୀରେ ଭାରତ ‘ଏ’, ‘ବି’ର ଅଭ୍ୟାସ

କଟକ ଅଫିସ,୩ା୧-  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଆସନ୍ତା ୪ରୁ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ୯ ତାରିଖ...

ମେସିଙ୍କ ଗୋଲରେ ବ୍ରାଜିଲକୁ ହରାଇଲା ଆର୍ଜେଣ୍ଟିନା

ରିୟାଦ,୧୬।୧୧- ଅନ୍ତର୍ଜାତୀୟ ବାସନ୍ଦାଦେଶ ପରେ ଫେରିଥିବା ଲିଓନେଲ ମେସିଙ୍କ ଗୋଲ ଯୋଗୁ ୧-୦ ଗୋଲରେ ବ୍ରାଜିଲକୁ ସୌଦି ଆରବରେ ହରାଇ ଦେଇଛି। ଦକ୍ଷିଣ ଆମେରିକା ଫୁଟ୍‌ବଲ...

ଲଭ୍‌ ନା ଆରେଞ୍ଜ ମ୍ୟାରେଜ କରିବେ ସ୍ମୃତି ମନ୍ଧାନା, ପ୍ରଶଂସକଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ…

ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ନିଜର ପ୍ରଶଂସକମାନଙ୍କୁ କେବେ ନିରାଶ କରନ୍ତି ନାହିଁ। ପ୍ରଶଂସକମାନେ ଯାହା ବି ପ୍ରଶ୍ନ ପଚାରନ୍ତି ସ୍ମୃତି ସୋସିଆଲ ମିଡିଆରେ...

ଅଭୟ ନେଗିଙ୍କ ନାମରେ ଦ୍ରୁତତ୍ତମ ଅର୍ଦ୍ଧଶତକ

ମେଘାଳୟର ଅଭୟ ନେଗି ସୟଦ ମୁସ୍ତାକ ଅଲି ଟି୨୦ କ୍ରିକେଟ୍‌ରେ ଦ୍ରୁତତ୍ତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମିଜୋରାମ ବିପକ୍ଷ...

ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳିବେ ସିଏସ୍‌କେ-ଜିଟି

ଆଇପିଏଲ ୨୦୨୩ର ୧୬ ତମ ସିଜନରେ ମଙ୍ଗଳବାରଠାରୁ ପ୍ଲେ ଅଫ ମ୍ୟାଚ ଖେଳାଯିବ। ତେବେ ଏହି ସିଜନର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଚେନ୍ନାଇ ସୁପର...

ଅଯୋଧ୍ୟା ଶୁଣାଣିକୁ ନେଇ ସେହ୍ବାଗଙ୍କ ଟୁଇଟ୍‌

ନୂଆଦିଲ୍ଲୀ,୯।୧୧- ସୁପ୍ରିମକୋର୍ଟ ପ୍ରାୟ ଶହେ ବର୍ଷର ବିବାଦୀୟ ଅଯୋଧ୍ୟା ଘଟଣା ଉପରେ ଶନିବାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ନେତୃତ୍ୱରେ ରାମ...

ଆବଶ୍ୟକତାରୁ ଜନ୍ମ ନିଏ ନୂତନତ୍ୱ – ପ୍ରମାଣ କଲେ ଭଦ୍ରକ ଚାଷୀ

ଭଦ୍ରକ ଅଫିସ, ୧୯।୩ – କଥାରେ ଅଛି ଆବଶ୍ୟକତାରୁ ଜନ୍ମ ନିଏ ନୂଆ ନୂତନତ୍ୱ। ଏହାକୁ ପ୍ରମାଣ କରି ଦେଖାଇନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ...

ପଦାର୍ପଣ ରଣଜୀ ମ୍ୟାଚ୍‌ରେ ଇତିହାସ ରଚିଲେ ଧୂଲ

ନୂଆଦିଲ୍ଲୀ,୨୦।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ୟଶ ଧୂଲ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି। ୧୮ ମାସ...

Advertisement
Archives

Model This Week