ଧାନ ବିକି ନ ପାରି ଚାଷୀ ଦହଗଞ୍ଜ

ବରଗଡ଼ ଅଫିସ୍‌,୮।୧୨: ବରଗଡ଼ ଜିଲାରେ ନଭେମ୍ବର ୯ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଧାନ କିଣାବିକାରେ ଏବେ ମଧ୍ୟ ଅବ୍ୟବସ୍ଥା ଜାରି ରହିଛି। ଅମଳ କରିସାରିଥିଲେ ସୁଦ୍ଧା ଅନେକ ଚାଷୀ ସେମାନଙ୍କ ଧାନ ବିକ୍ରି କରି ପାରିନାହାନ୍ତି। ଫଳରେ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଦେବାରେ ଚାଷୀମାନଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି। ଚାଷୀ ଖରିଫ ଫସଲ ପାଇଁ କରିଥିବା ଧାର, କରଜ ପରିଶୋଧ କରି ପାରୁନାହିଁ କିମ୍ବା ଆସନ୍ତା ରବି ଫସଲ ପାଇଁ ପ୍ରସ୍ତୁତ ହୋଇପାରୁ ନାହିଁ । ଟୋକନ କଟକଣା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଯେଉଁ ଚାଷୀଙ୍କ ଟୋକନରେ ଧାନ ବିକ୍ରି ପାଇଁ ଦିବସ ନିର୍ଦ୍ଧାରିତ ହୋଇଛି ସେମାନଙ୍କ ଅମଳ ସରିନାହିଁ। ଅଥଚ ଅମଳ କରିସାରିଥିବା ଚାଷୀ ଟୋକନରେ ବିକ୍ରିଧାନ ପାଇଁ ଧାର୍ଯ୍ୟ ଦିବସ ବହୁ ବିଳମ୍ବରେ ରହିଛି। ଟୋକନ କଟକଣାରେ ଏଭଳି ଦୂରଦୃଷ୍ଟିହୀନତା ଯୋଗୁ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।
ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଅତାବିରା, ଗୋଡ଼ଭଗା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧିନରେ ମଣ୍ଡିଗୁଡ଼ିକ ଖୋଲଯାଇଛି। ଧାନକ୍ରୟ କେନ୍ଦ୍ରଗୁଡ଼ିକରେ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଜରିଆରେ ଯୋଗାଣ ନିଗମ ଧାନ କିଣୁଛି। ଜିଲାରେ ଏଥର ୪୪ଲକ୍ଷ ୭୫ହଜାର କୁଇଣ୍ଟାଲ ଧାନ କିଣିବାର ଲକ୍ଷ୍ୟ ରହିଛି। ତେବେ ରବିବାର ସୁଦ୍ଧା ୨୬ଲକ୍ଷ ୧୦ହଜାର ୩୧୫ କୁଇଣ୍ଟାଲ ଧାନ କ୍ରୟ ହୋଇ ସାରିଥିବା ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶ କହିଛନ୍ତି। ଅନ୍ୟପକ୍ଷେ ଆହୁରି ବହୁ ପରିମାଣରେ ଧାନ ବିକ୍ରି
ଅପେକ୍ଷାରେ କ୍ଷେତ, ଖଳାରେ ପଡ଼ି ରହିଛି।
ଅତାବିରାର ଚାଷୀନେତା ରବିନ୍ଦ୍ର ବିଶି କହିଛନ୍ତି, ଚିରାଚରିତ ଢ଼ଙ୍ଗରେ ଧାନ କିଣାବିକା ଚାଲିଛି। ମଣ୍ଡିରେ ଯେତିକି ଧାନ ଉଠାଯାଉଛି, ତାହାଠାରୁ ଅଧିକ ଧାନ ଫଲ୍ସ ଏଣ୍ଟ୍ରି ତଥା ସ୍ଲିପ୍‌ କାଟି କିଣାଯାଉଛି। ଅନେକ ମଣ୍ଡିରେ ଆଲଟମେଣ୍ଟ ମିଳିଥିଲେ ସୁଦ୍ଧା ସମ୍ପୃକ୍ତ ମିଲର୍ସମାନେ ସେଠାକୁ ଧାନ ଉଠାଇବାକୁ ଯାଉନାହାନ୍ତି। ମାତ୍ର ବେପାରୀ ମାଧ୍ୟମରେ କ୍ରୟଧାନକୁ ସିଧାସଳଖ କେତେକ ରାଇସ୍‌ ମିଲକୁ ନିଆଯାଉଛି। କାଗଜ କଲମରେ କେବଳ ଧାନ ସଂଗ୍ରହ ପ୍ରକ୍ରିୟା ସୀମିତ ରହିଛି ଏବଂ ଚାଷୀଙ୍କ ଦୁଃଖ ବଢ଼ି ଚାଲିଛି ବୋଲି ବିଶି କହିଛନ୍ତି। ସେହିପରି ସରକଣ୍ଡା ଗ୍ରାମର ଚାଷୀନେତା ହର ବଣିଆ କହିଛନ୍ତି ଯାହାଙ୍କ ଧାନ ଅମଳ ହୋଇ ସାରିଛି ସେମାନଙ୍କୁ ମିଳିଥିବା ଟୋକନର ଧାର୍ଯ୍ୟ ଦିବସ ଆସିନାହିଁ। ଯେଉଁମାନଙ୍କ ଟୋକନରେ ଧାନବିକ୍ରି ପାଇଁ ନିର୍ଦ୍ଧାରିତ ଦିବସ ଆସିଛି, ସେମାନଙ୍କ ଧାନ ଅମଳ ହୋଇନାହିଁ । ଏପରିକି ସେ ୩୦୦ ପ୍ୟାକେଟ୍‌ ଧାନ ଗତ ନଭେମ୍ବର ମାସରୁ ଅମଳ କରି ସାରିଛନ୍ତି ଏବଂ ତାଙ୍କ ଧାନବିକ୍ରି ଦିବସ ଡିସେମ୍ବର ୨୪ରେ ଅଛି ବୋଲି ବଣିଆ କହିଛନ୍ତି। ତାଙ୍କ ଭଳି ଅନେକ ଚାଷୀ ଏଭଳି ଅସୁବିଧାରେ ଅଛନ୍ତି ବୋଲି ସେ କହିଛନ୍ତି।
ଚାଷୀ ଲକ୍ଷ୍ମଣ ପ୍ରଧାନ କହିଛନ୍ତି ଯେ, ସେ ୪ଏକର ଧାନ ଚାଷ କରିଥିଲେ। ପ୍ରାୟ ଶହେ କୁଇଣ୍ଟାଲ ଅମଳ ହୋଇଛି। କିନ୍ତୁ ତାଙ୍କ ଟୋକନରେ ମାତ୍ର ୪୦କୁଇଣ୍ଟାଲ ଧାନ ବିକ୍ରି ପାଇଁ ଡିସେମ୍ବର ୧୫ତାରିଖ ନିର୍ଦ୍ଧାରିତ ହୋଇଛି। ଫଳରେ ମଜୁରୀ, ସାର, କୀଟନାଶକ ଦେୟ ତଥା ଘରର ଆନୁସଙ୍ଗିକ କାର୍ଯ୍ୟ ତୁଲାଇବାରେ ଅସୁବିଧା ହେଉଛି। ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶଙ୍କୁ ପଚାରିବାରୁ ଧାନ କିଣାବିକା ସୁରୁଖୁରୁରେ ଚାଲିଥିବା କହିଛନ୍ତି। ରବିବାର ସେ ପଦ୍ମପୁର ଉପଖଣ୍ଡର ଝାରବନ୍ଧ, ଅମଠି, ଲଉଡ଼ିଦର୍ହା, ଲଖମରା ଆଦି ମଣ୍ଡି ପରିଦର୍ଶନରେ ଯାଇଥିଲେ ଏବଂ ସେଠାରେ ଧାନ କିଣାବିକା ପ୍ରକ୍ରିୟା ଠିକ୍‌ ରହିଛି। ଏପରିକି ଧାନ କିଣାବିକା ପ୍ରକ୍ରିୟାରେ କିଛି ଅନିୟମିତତା ତାଙ୍କ ଦୃଷ୍ଟିକୁ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଜିଲା
ଯୋଗାଣ ଅଧିକାରୀ ଦାଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri