ଧାନ ବିକି ନ ପାରି ଚାଷୀ ଦହଗଞ୍ଜ

ବରଗଡ଼ ଅଫିସ୍‌,୮।୧୨: ବରଗଡ଼ ଜିଲାରେ ନଭେମ୍ବର ୯ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଧାନ କିଣାବିକାରେ ଏବେ ମଧ୍ୟ ଅବ୍ୟବସ୍ଥା ଜାରି ରହିଛି। ଅମଳ କରିସାରିଥିଲେ ସୁଦ୍ଧା ଅନେକ ଚାଷୀ ସେମାନଙ୍କ ଧାନ ବିକ୍ରି କରି ପାରିନାହାନ୍ତି। ଫଳରେ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଦେବାରେ ଚାଷୀମାନଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି। ଚାଷୀ ଖରିଫ ଫସଲ ପାଇଁ କରିଥିବା ଧାର, କରଜ ପରିଶୋଧ କରି ପାରୁନାହିଁ କିମ୍ବା ଆସନ୍ତା ରବି ଫସଲ ପାଇଁ ପ୍ରସ୍ତୁତ ହୋଇପାରୁ ନାହିଁ । ଟୋକନ କଟକଣା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଯେଉଁ ଚାଷୀଙ୍କ ଟୋକନରେ ଧାନ ବିକ୍ରି ପାଇଁ ଦିବସ ନିର୍ଦ୍ଧାରିତ ହୋଇଛି ସେମାନଙ୍କ ଅମଳ ସରିନାହିଁ। ଅଥଚ ଅମଳ କରିସାରିଥିବା ଚାଷୀ ଟୋକନରେ ବିକ୍ରିଧାନ ପାଇଁ ଧାର୍ଯ୍ୟ ଦିବସ ବହୁ ବିଳମ୍ବରେ ରହିଛି। ଟୋକନ କଟକଣାରେ ଏଭଳି ଦୂରଦୃଷ୍ଟିହୀନତା ଯୋଗୁ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।
ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଅତାବିରା, ଗୋଡ଼ଭଗା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧିନରେ ମଣ୍ଡିଗୁଡ଼ିକ ଖୋଲଯାଇଛି। ଧାନକ୍ରୟ କେନ୍ଦ୍ରଗୁଡ଼ିକରେ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଜରିଆରେ ଯୋଗାଣ ନିଗମ ଧାନ କିଣୁଛି। ଜିଲାରେ ଏଥର ୪୪ଲକ୍ଷ ୭୫ହଜାର କୁଇଣ୍ଟାଲ ଧାନ କିଣିବାର ଲକ୍ଷ୍ୟ ରହିଛି। ତେବେ ରବିବାର ସୁଦ୍ଧା ୨୬ଲକ୍ଷ ୧୦ହଜାର ୩୧୫ କୁଇଣ୍ଟାଲ ଧାନ କ୍ରୟ ହୋଇ ସାରିଥିବା ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶ କହିଛନ୍ତି। ଅନ୍ୟପକ୍ଷେ ଆହୁରି ବହୁ ପରିମାଣରେ ଧାନ ବିକ୍ରି
ଅପେକ୍ଷାରେ କ୍ଷେତ, ଖଳାରେ ପଡ଼ି ରହିଛି।
ଅତାବିରାର ଚାଷୀନେତା ରବିନ୍ଦ୍ର ବିଶି କହିଛନ୍ତି, ଚିରାଚରିତ ଢ଼ଙ୍ଗରେ ଧାନ କିଣାବିକା ଚାଲିଛି। ମଣ୍ଡିରେ ଯେତିକି ଧାନ ଉଠାଯାଉଛି, ତାହାଠାରୁ ଅଧିକ ଧାନ ଫଲ୍ସ ଏଣ୍ଟ୍ରି ତଥା ସ୍ଲିପ୍‌ କାଟି କିଣାଯାଉଛି। ଅନେକ ମଣ୍ଡିରେ ଆଲଟମେଣ୍ଟ ମିଳିଥିଲେ ସୁଦ୍ଧା ସମ୍ପୃକ୍ତ ମିଲର୍ସମାନେ ସେଠାକୁ ଧାନ ଉଠାଇବାକୁ ଯାଉନାହାନ୍ତି। ମାତ୍ର ବେପାରୀ ମାଧ୍ୟମରେ କ୍ରୟଧାନକୁ ସିଧାସଳଖ କେତେକ ରାଇସ୍‌ ମିଲକୁ ନିଆଯାଉଛି। କାଗଜ କଲମରେ କେବଳ ଧାନ ସଂଗ୍ରହ ପ୍ରକ୍ରିୟା ସୀମିତ ରହିଛି ଏବଂ ଚାଷୀଙ୍କ ଦୁଃଖ ବଢ଼ି ଚାଲିଛି ବୋଲି ବିଶି କହିଛନ୍ତି। ସେହିପରି ସରକଣ୍ଡା ଗ୍ରାମର ଚାଷୀନେତା ହର ବଣିଆ କହିଛନ୍ତି ଯାହାଙ୍କ ଧାନ ଅମଳ ହୋଇ ସାରିଛି ସେମାନଙ୍କୁ ମିଳିଥିବା ଟୋକନର ଧାର୍ଯ୍ୟ ଦିବସ ଆସିନାହିଁ। ଯେଉଁମାନଙ୍କ ଟୋକନରେ ଧାନବିକ୍ରି ପାଇଁ ନିର୍ଦ୍ଧାରିତ ଦିବସ ଆସିଛି, ସେମାନଙ୍କ ଧାନ ଅମଳ ହୋଇନାହିଁ । ଏପରିକି ସେ ୩୦୦ ପ୍ୟାକେଟ୍‌ ଧାନ ଗତ ନଭେମ୍ବର ମାସରୁ ଅମଳ କରି ସାରିଛନ୍ତି ଏବଂ ତାଙ୍କ ଧାନବିକ୍ରି ଦିବସ ଡିସେମ୍ବର ୨୪ରେ ଅଛି ବୋଲି ବଣିଆ କହିଛନ୍ତି। ତାଙ୍କ ଭଳି ଅନେକ ଚାଷୀ ଏଭଳି ଅସୁବିଧାରେ ଅଛନ୍ତି ବୋଲି ସେ କହିଛନ୍ତି।
ଚାଷୀ ଲକ୍ଷ୍ମଣ ପ୍ରଧାନ କହିଛନ୍ତି ଯେ, ସେ ୪ଏକର ଧାନ ଚାଷ କରିଥିଲେ। ପ୍ରାୟ ଶହେ କୁଇଣ୍ଟାଲ ଅମଳ ହୋଇଛି। କିନ୍ତୁ ତାଙ୍କ ଟୋକନରେ ମାତ୍ର ୪୦କୁଇଣ୍ଟାଲ ଧାନ ବିକ୍ରି ପାଇଁ ଡିସେମ୍ବର ୧୫ତାରିଖ ନିର୍ଦ୍ଧାରିତ ହୋଇଛି। ଫଳରେ ମଜୁରୀ, ସାର, କୀଟନାଶକ ଦେୟ ତଥା ଘରର ଆନୁସଙ୍ଗିକ କାର୍ଯ୍ୟ ତୁଲାଇବାରେ ଅସୁବିଧା ହେଉଛି। ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶଙ୍କୁ ପଚାରିବାରୁ ଧାନ କିଣାବିକା ସୁରୁଖୁରୁରେ ଚାଲିଥିବା କହିଛନ୍ତି। ରବିବାର ସେ ପଦ୍ମପୁର ଉପଖଣ୍ଡର ଝାରବନ୍ଧ, ଅମଠି, ଲଉଡ଼ିଦର୍ହା, ଲଖମରା ଆଦି ମଣ୍ଡି ପରିଦର୍ଶନରେ ଯାଇଥିଲେ ଏବଂ ସେଠାରେ ଧାନ କିଣାବିକା ପ୍ରକ୍ରିୟା ଠିକ୍‌ ରହିଛି। ଏପରିକି ଧାନ କିଣାବିକା ପ୍ରକ୍ରିୟାରେ କିଛି ଅନିୟମିତତା ତାଙ୍କ ଦୃଷ୍ଟିକୁ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଜିଲା
ଯୋଗାଣ ଅଧିକାରୀ ଦାଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?