ବାଟବଣା ହୋଇଛି ‘ବସୁଧା’

ପରଜଙ୍ଗ, ୮।୧୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଭାଜପା। ବର୍ଷକ ମଧ୍ୟରେ ‘ବସୁଧା’ ଯୋଜନାରେ ନିର୍ମିତ ୪ ପାଣି ଟାଙ୍କି ଏବଂ କୂଅ ଭୁଶୁଡ଼ି ପଡ଼ିଲାଣି। ଏଥିରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି। ପ୍ରକଳ୍ପ ଲକ୍ଷ୍ୟ ବାଟବଣା ହୋଇଛି। ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ କାମରେ ବ୍ୟାପକ ଅନିୟମିତତା ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗକୁ ଜନଆନ୍ଦୋଳନ କରାଯିବ ବୋଲି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ଭାଜପା କାର୍ଯ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଅଭିଯୋଗ ଅନୁଯାୟୀ, ପ୍ରକଳ୍ପ ନିର୍ମାଣ ବେଳେ ବିଭାଗ ପକ୍ଷରୁ ଠିକ୍‌ ଭାବେ ତଦାରଖ କରାଯାଉନାହିଁ। ଉପର ଠାଉରିଆ ଭାବେ କାମ ହେଉଛି। ଠିକାଦାରଙ୍କ ଉପରେ ଅଙ୍କୁଶ ରହୁନାହିଁ। ସେମାନେ କାମ ଆଣି ଦକ୍ଷତା ନ ଥିବା ପେଟି କଣ୍ଟ୍ରାକ୍ଟରଙ୍କୁ ଦେଉଛନ୍ତି। ଉପରୁ ତଳ ଯାଏ ସମସ୍ତେ ପିସି କାରବାରରେ ବୁଡ଼ି ରହିଛନ୍ତି। ଅଧିକ ଲାଭ ଆଶାରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି। ପ୍ରକଳ୍ପର ସ୍ଥାୟିତ୍ୱ ରହୁନାହିଁ। ଏହି କାରଣରୁ କଙ୍କଡ଼ାସୋଡ଼ା, କୁଆଳୋରେ ପ୍ରକଳ୍ପ କୂଅ ଭୁଶୁଡ଼ି ପଡ଼ିଥିଲା। ଅନୁରୂପ ଭାବେ କଟାବାହାଳରେ ପାଣିଟାଙ୍କି ଛାତ ମାଡ଼ି ବସିଥିଲା। ସମାନ ଘଟଣା ଘଟିଛି କଣ୍ଢେଇଖୋଲରେ। ଚଳିତ ମାସ ୨ ତାରିଖରେ ପଞ୍ଚାୟତକୁ ହସ୍ତାନ୍ତର ହୋଇଥିବା ପ୍ରକଳ୍ପ କୂଳ ଭୁଶୁଡ଼ି ପଡ଼ିଛି। ଶତାଧିକ ପରିବାର ଶୁଦ୍ଧ ପାନୀୟ ଜଳ ଯୋଗାଣରୁ ବଞ୍ଚତ୍ତ ହୋଇଛନ୍ତି। ଏସବୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଖବରଦାତା ସମ୍ମିଳନୀରେ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଧାନଙ୍କ ସମେତ ଅଷ୍ଟଶମ୍ଭୁ ମଣ୍ଡଳ ସଭାପତି ଦୟାନିଧି ସାହୁ, ୨ନଂ. ମଣ୍ଡଳ ସଭାପତି ରମେଶ ସାହୁ, ୩ନଂ. ଜୋନ୍‌ ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ପ୍ରବକ୍ତା ଦୁର୍ଗା ପ୍ରସାଦ ସାହୁ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଦୀପକ ଗୋଚ୍ଛାୟତ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରୁ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୬୧

ଭୁବନେଶ୍ୱର,୩।୫(ବ୍ୟୁରୋ): ବାଲେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଞ୍ଚିଛି। ଏନେଇ ରବିବାର ଅପରାହ୍ନରେ...

ବ୍ୟାଙ୍କରୁ ଟଙ୍କା ଚୋରି କରି କର୍ମଚାରୀ ବହିଷ୍କୃତ

ପୁରୀ ଅଫିସ,୧୧।୯: ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କର ମାର୍କେଟ ଛକସ୍ଥିତ ଶାଖା କାର୍ଯ୍ୟାଳୟ ଲକରରୁ ୪୩ ହଜାର ଟଙ୍କା ଚୋରି ଅଭିଯୋଗ ହୋଇଛି। ଖୋଳତାଡ଼ ପରେ...

ବଞ୍ଚତ୍ବାକୁ କିଛି ସହାୟତା ଦିଅ

ଅନୁଗୋଳ ଅଫିସ, ୨୫ ।୧ ମା’ ବାପା ସ୍ବର୍ଗବାସୀ ହେବା ପରେ ୩ ମାସ ହେଲା ଦୁଇ ଭଉଣୀ ଅନାଥ, ଅସହାୟ ହୋଇପଡ଼ିଛୁ। କେମିତି ଜୀବନ...

ଲଘୁଚାପଜନିତ ବର୍ଷା ଉଜାଡିଲା ଧାନଚାଷ

ବାହାନଗା, ୨୭ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ଲଗାଣ ଲଘୁଚାପଜନିତ ବର୍ଷାରେ ବିଲଗୁଡିକ ଜଳମଗ୍ନ ହୋଇଥିବାରୁ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଲୋକମାନେ ନୟନଯୋରିକୁ ପୋତି...

ପ୍ରତିଶ୍ରୁତି ପୂରଣ କଲାନି ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ, ଅନଶନରେ ବସିଲେ ବଡକାଳୀମାଟି ଗ୍ରାମବାସୀ

ଚମ୍ପୁଆ ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର ଦୁବୁନାଠାରେ ଥିବା ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ବଡକାଳୀମାଟି ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ...

ଆଜି ଲୋକାର୍ପଣ ହେବ ମନୋହରପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ୩ୟ ରେଳପଥ

ରାଉରକେଲା ଅଫିସ,୧୮ା୫: ଝାରସୁଗୁଡ଼ାରୁ ମନୋହରପୁର ମଧ୍ୟରେ ୩ୟ ରେଳଲାଇନ ଗୁରୁବାର ଲୋକାର୍ପଣ ହେବ। ଏ ନେଇ ବୁଧବାର ବନ୍ଧମୁଣ୍ଡା ଏଆର୍‌ଏମ୍‌ ରାଜକିଶୋର ମହାନ୍ତି ସୂଚନା ଦେଇଛନ୍ତି।...

ଭଙ୍ଗା ଘରେ ଚାଲିଛି ପାଠପଢ଼ା

ବାହାନଗା,୪ା୭(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ପଞ୍ଚାୟତରେ ଥିବା ନେତାଜୀ ହାଇସ୍କୁଲର ଛାତ୍ରୀଛାତ୍ର ବିପଦସଙ୍କୁଳ ଭଙ୍ଗାଘରେ ଓ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ୧୯୯୪ରେ ପୂର୍ଣ୍ଣଚନ୍ଦ୍ର...

କରୋନା କଟକଣାକୁ ଫୁ: ହାଟରେ ରହୁନି ସାମାଜିକ ଦୂରତା

ଆର୍‌.ଉଦୟଗିରି,୨୫ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରିରହିଛି। ଏପଟେ ସରକାର ଚାଷୀ ଓ ସାଧାରଣ ଲୋକଙ୍କ ଅସୁବିଧାକୁ ନଜର ରଖି ସାପ୍ତାହିକ ହାଟରେ ପନିପରିବା...

Advertisement
Archives

Model This Week