Posted inଜାତୀୟ

ୟୁକ୍ରେନୀୟଙ୍କ ରକ୍ତ କିଣୁଛି ଭାରତ

ନୂଆଦିଲ୍ଲୀ/କିଭ୍‌, ୧୮ା୮: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ମସ୍କୋରୁ ଭାରତ ଅଶୋଧିତ ତୈଳ କିଣିବା ନିଷ୍ପତ୍ତି ଯଥାର୍ଥ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଉଚ୍ଚ ଦରରେ ଏନର୍ଜୀ କ୍ରୟ କରିବା ପାଇଁ ଅଧିକାଂଶ ଭାରତୀୟ ସକ୍ଷମ ନୁହନ୍ତି। ତେଣୁ ଦେଶବାସୀଙ୍କୁ ସର୍ବୋତ୍ତମ ଡିଲ୍‌ ଦେବା ନୈତିକ କର୍ତ୍ତବ୍ୟ ବୋଲି ବୁଧବାର ଥାଇଲାଣ୍ଡର ବ୍ୟାଙ୍କ୍‌କଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର ପ୍ରକାଶ କରିଛନ୍ତି। ଏହାକୁ ନେଇ ୟୁକ୍ରେନ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଆସିଛି। ରୁଷିଆରୁ ତେଲ ଆକାରରେ ଭାରତ ୟୁକ୍ରେନୀୟଙ୍କ ରକ୍ତ କିଣୁଛି ବୋଲି ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି।

ଭାରତୀୟ ସମୁଦାୟଙ୍କୁ ଉଦ୍‌ବୋଧନ ଦେଇ ଜୟଶଙ୍କର କହିଥିଲେ, ଆମେ ଆମର ହିତକୁ ନେଇ ବେଶ୍‌ ସଚ୍ଚୋଟ ରହିଛୁ। ଭାରତର ମୁଣ୍ଡପିଛା ଆୟ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା। ପ୍ରତି ଭାରତୀୟ ଉଚ୍ଚ ମୂଲ୍ୟରେ ତୈଳ, ଗ୍ୟାସ୍‌ ଆଦି କିଣିବା ପାଇଁ ସକ୍ଷମ ନୁହନ୍ତି। ତେଣୁ ସେମାନଙ୍କ ସୁବିଧା ପାଇଁ କମ୍‌ ମୂଲ୍ୟରେ ତୈଳ ଆଦି ଯୋଗାଇଦେବା ନୈତିକ କର୍ତ୍ତବ୍ୟ। ସମ୍ପ୍ରତି ତୈଳ ଏବଂ ଗ୍ୟାସ୍‌ ଦର ଆକାଶଛୁଆଁ ହୋଇଛି। ଭାରତର ଅନେକ ତୈଳ ଯୋଗାଣକାରୀ ପାର୍ଟନର ତଥା ଦେଶଗୁଡ଼ିକ ଏବେ ୟୁରୋପମୁହଁ। ରୁଷିଆରୁ ତୈଳ କ୍ରୟ କମ୍‌ କରିବା ପାଇଁ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ନଜର ପକାଇଛନ୍ତି, ଯେଉଁମାନେ ଭାରତକୁ ତେଲ ଯୋଗାଇପାରିବେ।

ତେଣୁ ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁଠି ପ୍ରତ୍ୟେକ ଦେଶ ସେମାନଙ୍କ ପାଇଁ ଉପଯୁକ୍ତ ଡିଲ୍‌ ସୁନିଶ୍ଚିତ କରିବା ପାଇଁ ଲାଗିଛନ୍ତି। ଭାରତ ମଧ୍ୟ ଅନୁରୂପ କାମ କରୁଛି ବୋଲି ଜୟଶଙ୍କର କହିଛନ୍ତି। ଏହା ଉପରେ ୟୁକ୍ରେନ୍‌ ପ୍ରତିପକ୍ଷ କୁଲେବା କହିଛନ୍ତି, ଭାରତଠାରୁ ଆମେ ଅଧିକ ସମର୍ଥନ ଓ ସହଯୋଗ ଆଶା କରୁ। ୟୁକ୍ରେନ୍‌ ଭାରତର ଏକ ଭରସାଯୋଗ୍ୟ ସହଯୋଗୀ। କିନ୍ତୁ ନୂଆଦିଲ୍ଲୀ ରୁଷିଆରୁ ତୈଳ କ୍ରୟ କରି ରୁଷିଆର ଯୁଦ୍ଧ ଇଞ୍ଜିନ୍‌କୁ ଇନ୍ଧନ ଯୋଗାଉଛି ବୋଲି କୁଲେବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri