Posted inଜାତୀୟ

୨୦ ବର୍ଷ ତଳର ଦୁଃଖର ପାହାଡ ପୁଣିଥରେ ମୋ ଉପରେ ଭାଙ୍ଗି ପଡିଲା: ବିଲକିସ ବାନୋ

ଅହମଦାବାଦ,୧୮ ।୮: ବିଲକିସ ବାନୋ ବଳାତ୍କାର ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତା ବିଲକିସ ବାନୋ । ସେ କହିଛନ୍ତି, ୧୫ ଅଗଷ୍ଟ ୨୦୨୨ରେ ମୋ ଉପରେ ଯେମିତି ୨୦ ବର୍ଷ ପୁରୁଣା ଦୁଃଖର ପାହାଡ ପୁଣିଥିରେ ଭାଙ୍ଗି ପଡିଛି । ଯେତେବେଳେ ମୁଁ ଶୁଣିଲି ମୋ ଜୀବନକୁ ସମ୍ପୂର୍ଣ୍ଣ ନଷ୍ଟ କିରିଦେଇଥିବା, ମୋ ଆଖି ସାମ୍ନାରେ ମୋ ପରିବାରକୁ ଶେଷ କରିଦେବା, ମୋ ୩ ବର୍ଷର ଝିଅକ ମୋଠାରୁ ଛଡାଇ ନେବା ଏ ସମସ୍ତ ଦୋଷର ୧୧ ଜଣ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦିଆଯାଇଛି । ଏବେ ସେମାନେ ଖୁସିରେ ବୁଲୁଛନ୍ତି । ଏହା ଶୁଣିବା ପରେ ମୋ ପାଖରେ ଆଉ କୌଣସି ଶବ୍ଦ ନାହିଁ କହିବାକୁ, ମୁଁ ନିର୍ବାକ ହୋଇଯାଇଛି ।
ମୁଁ କେବଳ ଏତିକି କହିପାରିବି, ଏହା କ’ଣ ଜଣେ ମହିଳାଙ୍କୁ ନ୍ୟାୟ ଦେବାର ଅନ୍ତ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ମୁଁ ଭରସା ରଖିଥିଲି, ମୁଁ ଏହି ବ୍ୟବସ୍ଥା ଉପରେ ବିଶ୍ୱାସ କରିଥିଲି, ମୁଁ ଧୀରେ ଧୀରେ ମୋ ଦୁଃଖ ଭିତରେ ବଞ୍ଚିବା ଶିଖୁଥିଲି । ହେଲେ ୧୧ ଦୋଷୀଙ୍କୁ ମୁକ୍ତ କରିବା ମୋ ଶାନ୍ତିକୁ ପୁଣି ଛଡାଇ ନେଇଛି ଓ ନ୍ୟାୟ ବ୍ୟବସ୍ଥା ଉପରେ ଥିବା ମୋ ଭରସାକୁ ଦୋହଲାଇ ଦେଇଛି । ତେବେ ଏହା କେବଳ ମୋ ପାଇଁ ନୁହେଁ ଆଇନର ଲଢେଇ ଲଢୁଥିବା ଦେଶର ସମସ୍ତ ମହିଳାଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟ କରିବା ଭଳି ରାୟ । ଏମାନଙ୍କୁ ମୁକ୍ତ କରିବା ପୂର୍ବରୁ ମୋତେ କେହି ଥରେ ପଚାରି ନାହାନ୍ତି ବା ମୋ ସୁରକ୍ଷା କଥା ଚିନ୍ତା କରି ନାହାନ୍ତି ବୋଲି କହିଛନ୍ତି ବାନୋ ।
ସଚନାଯୋଗ୍ୟ, ୨୭ ଫେବୃୟାରୀ ୨୦୦୨ରେ ଗୁଜରାଟର ଗୋଧରା ଷ୍ଟେଶନରେ ସାବରମତି ଏକ୍ସପ୍ରେସର କୋଚକୁ ଜଳାଇ ଦିଆଯାଇଥିଲା । ଏଥିରେ କରସେବକ ଅଯୋଦ୍ଧ୍ୟାରୁ ଫେରୁଥିଲେ । ଏହି କରସେବକଙ୍କ ମଧ୍ୟରୁ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଗୁଜରାଟରେ ଦଙ୍ଗା ଉପୁଜିଥିଲା । ଏହି ଦଙ୍ଗାର ନିଆଁରୁ ନିଜକୁ ବଞ୍ଚାଇବାକୁ ବିଲକିସ ବାନୋ ତାଙ୍କ ପିଲ ଓ ପରିବାର ସହ ଗାଁ ଛାଡି ଚାଲି ଯାଇଥିଲେ । ହେଲେ ସେମାନେ ଯେଉଁଠାରେ ଲୁଚି ରହିଥିଲେ ସେଠାରେ ୩ ମାର୍ଚ୍ଚ ୨୦୦୨ରେ ୨୦-୩୦ ଲୋକ ଭିଡ ଭିତରେ ଖଣ୍ଡା ଓ ଲାଠିରେ ଆକ୍ରମଣ କରିଥିଲେ । ଏହାସହ ଏହି ଭିଡ ଭିତରେ ବିଲକିସ ବାନୋଙ୍କୁ ବଳାତ୍କାର କରିଥିଲେ । ସେତେବେଳେ ବିଲକିସ ୫ ମାସର ଗର୍ଭବତୀ ଥିଲେ । କେବଳ ସେତିକି ନୁହେଁ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ । ଅନ୍ୟ ୬ ଜଣ ସେଠାରୁ ପଳାଇ ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri