Posted inଜାତୀୟ

୨୦ ବର୍ଷ ତଳର ଦୁଃଖର ପାହାଡ ପୁଣିଥରେ ମୋ ଉପରେ ଭାଙ୍ଗି ପଡିଲା: ବିଲକିସ ବାନୋ

ଅହମଦାବାଦ,୧୮ ।୮: ବିଲକିସ ବାନୋ ବଳାତ୍କାର ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତା ବିଲକିସ ବାନୋ । ସେ କହିଛନ୍ତି, ୧୫ ଅଗଷ୍ଟ ୨୦୨୨ରେ ମୋ ଉପରେ ଯେମିତି ୨୦ ବର୍ଷ ପୁରୁଣା ଦୁଃଖର ପାହାଡ ପୁଣିଥିରେ ଭାଙ୍ଗି ପଡିଛି । ଯେତେବେଳେ ମୁଁ ଶୁଣିଲି ମୋ ଜୀବନକୁ ସମ୍ପୂର୍ଣ୍ଣ ନଷ୍ଟ କିରିଦେଇଥିବା, ମୋ ଆଖି ସାମ୍ନାରେ ମୋ ପରିବାରକୁ ଶେଷ କରିଦେବା, ମୋ ୩ ବର୍ଷର ଝିଅକ ମୋଠାରୁ ଛଡାଇ ନେବା ଏ ସମସ୍ତ ଦୋଷର ୧୧ ଜଣ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦିଆଯାଇଛି । ଏବେ ସେମାନେ ଖୁସିରେ ବୁଲୁଛନ୍ତି । ଏହା ଶୁଣିବା ପରେ ମୋ ପାଖରେ ଆଉ କୌଣସି ଶବ୍ଦ ନାହିଁ କହିବାକୁ, ମୁଁ ନିର୍ବାକ ହୋଇଯାଇଛି ।
ମୁଁ କେବଳ ଏତିକି କହିପାରିବି, ଏହା କ’ଣ ଜଣେ ମହିଳାଙ୍କୁ ନ୍ୟାୟ ଦେବାର ଅନ୍ତ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ମୁଁ ଭରସା ରଖିଥିଲି, ମୁଁ ଏହି ବ୍ୟବସ୍ଥା ଉପରେ ବିଶ୍ୱାସ କରିଥିଲି, ମୁଁ ଧୀରେ ଧୀରେ ମୋ ଦୁଃଖ ଭିତରେ ବଞ୍ଚିବା ଶିଖୁଥିଲି । ହେଲେ ୧୧ ଦୋଷୀଙ୍କୁ ମୁକ୍ତ କରିବା ମୋ ଶାନ୍ତିକୁ ପୁଣି ଛଡାଇ ନେଇଛି ଓ ନ୍ୟାୟ ବ୍ୟବସ୍ଥା ଉପରେ ଥିବା ମୋ ଭରସାକୁ ଦୋହଲାଇ ଦେଇଛି । ତେବେ ଏହା କେବଳ ମୋ ପାଇଁ ନୁହେଁ ଆଇନର ଲଢେଇ ଲଢୁଥିବା ଦେଶର ସମସ୍ତ ମହିଳାଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟ କରିବା ଭଳି ରାୟ । ଏମାନଙ୍କୁ ମୁକ୍ତ କରିବା ପୂର୍ବରୁ ମୋତେ କେହି ଥରେ ପଚାରି ନାହାନ୍ତି ବା ମୋ ସୁରକ୍ଷା କଥା ଚିନ୍ତା କରି ନାହାନ୍ତି ବୋଲି କହିଛନ୍ତି ବାନୋ ।
ସଚନାଯୋଗ୍ୟ, ୨୭ ଫେବୃୟାରୀ ୨୦୦୨ରେ ଗୁଜରାଟର ଗୋଧରା ଷ୍ଟେଶନରେ ସାବରମତି ଏକ୍ସପ୍ରେସର କୋଚକୁ ଜଳାଇ ଦିଆଯାଇଥିଲା । ଏଥିରେ କରସେବକ ଅଯୋଦ୍ଧ୍ୟାରୁ ଫେରୁଥିଲେ । ଏହି କରସେବକଙ୍କ ମଧ୍ୟରୁ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଗୁଜରାଟରେ ଦଙ୍ଗା ଉପୁଜିଥିଲା । ଏହି ଦଙ୍ଗାର ନିଆଁରୁ ନିଜକୁ ବଞ୍ଚାଇବାକୁ ବିଲକିସ ବାନୋ ତାଙ୍କ ପିଲ ଓ ପରିବାର ସହ ଗାଁ ଛାଡି ଚାଲି ଯାଇଥିଲେ । ହେଲେ ସେମାନେ ଯେଉଁଠାରେ ଲୁଚି ରହିଥିଲେ ସେଠାରେ ୩ ମାର୍ଚ୍ଚ ୨୦୦୨ରେ ୨୦-୩୦ ଲୋକ ଭିଡ ଭିତରେ ଖଣ୍ଡା ଓ ଲାଠିରେ ଆକ୍ରମଣ କରିଥିଲେ । ଏହାସହ ଏହି ଭିଡ ଭିତରେ ବିଲକିସ ବାନୋଙ୍କୁ ବଳାତ୍କାର କରିଥିଲେ । ସେତେବେଳେ ବିଲକିସ ୫ ମାସର ଗର୍ଭବତୀ ଥିଲେ । କେବଳ ସେତିକି ନୁହେଁ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ । ଅନ୍ୟ ୬ ଜଣ ସେଠାରୁ ପଳାଇ ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?