Posted inଖେଳ

ସ୍ଲୋ ଓଭର ରେଟ୍‌ ବୋଲିଂ ପାଇଁ ଭାରତକୁ ଜରିମାନା

ସିଡ୍‌ନୀ, ୧୦ା୧୨ (ପି.ଟି.)-ଏଠାରେ ମଙ୍ଗଳବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ସ୍ଲୋ ଓଭର-ରେଟ୍‌ ବୋଲିଂ ପାଇଁ ଭାରତୀୟ କ୍ରିକେଟ ଦଳକୁ ଏହାର ମ୍ୟାଚ୍‌ ଫି’ର ୨୦ ପ୍ରତିଶତ ଜରିମାନା ହୋଇଛି। ବୋଲିଂ ପାଇଁ ରହିଥିବା ଟର୍ଗେଟ୍‌ ସମୟ ଭିତରେ ଭାରତୀୟ ଦଳ ଗୋଟିଏ ଓଭର ପଛରେ ରହିଯାଇଥିଲା। ଏହାଦ୍ୱାରା ଦଳ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆଚରଣ ସଂହିତାର ଅନୁଚ୍ଛେଦ ୨.୨୨ର ଉଲ୍ଲଂଘନ କରିଥିଲା। ଅଧିନାୟକ ବିରାଟ କୋହଲି ଭୁଲ୍‌ ମାନିଯିବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା। ଅନ୍‌-ଫିଲ୍ଡ ଅମ୍ପାୟର ରଡ୍‌ ଟକ୍କର, ଜେରାର୍ଡ ଆବୁଡ୍‌, ଟିଭି ଅମ୍ପାୟର ପଲ୍‌ ଓ୍ବିଲସନ ଏବଂ ଚତୁର୍ଥ ଅମ୍ପାୟର ସାମ୍‌ ନୋଗାଜସ୍କି ସ୍ଲୋ ଓଭର-ରେଟ୍‌ ପାଇଁ ଭାରତୀୟ ଦଳ ବିପକ୍ଷରେ ରିପୋର୍ଟ କରିଥିଲେ। ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଅନ୍ତର୍ଜାତୀୟ ଟି୨୦ରେ ଭାରତ ୧୨ରନରେ ପରାଜିତ ହୋଇଥିଲା କିନ୍ତୁ ୩ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri