Posted inଜାତୀୟ

ପୃଥିବୀର ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କଲା ଭାରତ…

ନୂଆଦିଲ୍ଲୀ/ନ୍ୟୁୟର୍କ, ୧୯।୫ : ଭାରତ ପୃଥିବୀର ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛି। କେନ୍ଦ୍ରୀୟ ବହିର୍ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ ବୁଧବାର ନ୍ୟୁୟର୍କରେ ’ଗ୍ଲୋବାଲ ଫୁଡ ସିକ୍ୟୁରିଟି-କଲ ଟୁ ଆକ୍ସନ’ ଉପରେ ଏକ ଉଚ୍ଚ ସ୍ତରୀୟ ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ପୃଥିବୀର ଖାଦ୍ୟ ନିରାପତ୍ତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ନ୍ୟୁୟର୍କରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ବୈଠକରେ ସଭାପତିତ୍ୱ କରିଥିଲେ।

ବୈଠକରେ କେନ୍ଦ୍ର ମନ୍ତ୍ରୀ ମୁରଲୀଧରନ କହିଛନ୍ତି ଯେ କରୋନା ମହାମାରୀ ଏବଂ ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବିକାଶଶୀଳ ଦେଶକୁ ପ୍ରଭାବିତ କରିବା ସହିତ ଶକ୍ତି କ୍ଷେତ୍ର ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ପୃଥିବୀର ସାମଗ୍ରୀ ଯୋଗାଣ ଶୃଙ୍ଖଳାକୁ ବ୍ୟାହତ କରିଛି।

ମୁରଲୀଧରନ ତାଙ୍କ ଅଭିଭାଷଣରେ ଖାଦ୍ୟ ସଙ୍କଟ ଉପରେ ଏକ ବିଶ୍ୱସ୍ତରୀୟ ରିପୋର୍ଟ ସମ୍ପର୍କରେ କହିଛନ୍ତି ଯେ ୨୦୨୨ ରିପୋର୍ଟ ଅନୁଯାୟୀ ପୃଥିବୀର ୧୩୯ ନିୟୁତ ଲୋକଙ୍କ ପାଖରେ ଖାଦ୍ୟ ସୁରକ୍ଷା ନାହିଁ। ସେ କହିଛନ୍ତି ଯେ ଏହି ପରିସ୍ଥିତି ଏକ ଗୁରୁତର ପ୍ରସଙ୍ଗ ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଅଧିକ ପ୍ରଭାବିତ ଲୋକଙ୍କ ଦୁଃଖକୁ ହ୍ରାସ କରିବା ପାଇଁ ଆମ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ଖାଦ୍ୟ, ଶକ୍ତି ଏବଂ ଅର୍ଥ ଉପରେ ଏକ ଗ୍ଲୋବାଲ କ୍ରାଇସିସ ରେସପନ୍ସ ଗ୍ରୁପ ଗଠନ ପାଇଁ ଆମେ ଜାତିସଂଘ ସେକ୍ରେଟେରୀ ଜେନେରାଲଙ୍କ ପଦକ୍ଷେପ ଉପରେ ଧ୍ୟାନ ଦେଇଛୁ ବୋଲି ସେ କହିଛନ୍ତି।

ମୁରଲୀଧରନ କହିଛନ୍ତି ଯେ କେତେକ ଦେଶର ଲୋକମାନେ ଖାଦ୍ୟ ଶସ୍ୟର ମୂଲ୍ୟକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶ୍ୱ ଗହମ ମୂଲ୍ୟରେ ହଠାତ୍‌ ବୃଦ୍ଧି ଖାଦ୍ୟ ସୁରକ୍ଷା ତଥା ପଡୋଶୀ ଦେଶ ତଥା ଅନ୍ୟାନ୍ୟ ଅସୁରକ୍ଷିତ ଦେଶକୁ ବିପଦରେ ପକାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ମୁରଲୀଧରନ କହିଛନ୍ତି ଯେ ବିଶ୍ୱର ଖାଦ୍ୟ ନିରାପତ୍ତା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଏଥି ସହିତ ବିଶ୍ୱର ଖାଦ୍ୟ ନିରାପତ୍ତାକୁ ଆଗକୁ ନେବାରେ ଭାରତ ଉଚିତ ଭୂମିକା ଗ୍ରହଣ କରିବ ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ମନ୍ଦିର ଦର୍ଶନ କଲେ ଆମିର

ଅମୃତସର,୩୦।୧୧: ବଲିଉଡ୍‌ ଅଭିନେତା ଆମିର ଖାଁ ଶନିବାର ପଞ୍ଜାବର ଅମୃତସରଠାରେ ଥିବା ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି। ସେ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ...

ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତିରେ ଖୋଲିଲା କୋର୍ଟ

ରୋହତକ,୧୫ା୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯେପରି ସବୁ କିଛି ଥମିଯାଇଛି। ଏଥିରୁ ବିବାହ ମଧ୍ୟ ବାଦ୍‌ ପଡ଼ିନାହିଁ। ପୂର୍ବରୁ ଠିକ୍‌ ହୋଇ ସାରିଥିବା ବିବାହ ତାରିଖକୁ...

ସିଏଏ, ଏନ୍‌ଆର୍‌ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର: ଶେଖ ହସିନା

ଦୁବାଇ,୧୯।୧: ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲାବେଳେ ଏହାକୁ ନେଇ ରାଜନୀତି...

କରୌଲି ଦଙ୍ଗା: ୧୫ ଜଣଙ୍କୁ ସୁରକ୍ଷା ଦେଇଥିଲେ ମହିଳା

ଜୟପୁର,୧୬।୪: ରାଜସ୍ଥାନର କରୌଲିରେ ସାମ୍ପ୍ରଦାୟିକ ଦଙ୍ଗା ବେଳେ ଜଣେ ୪୮ ବର୍ଷୀୟ ମହିଳା ଦୁଃସାହସିକତା ଦେଖାଇ ୧୫ ଜଣଙ୍କୁ ସୁରକ୍ଷା ଦେଇପାରିଥିଲେ। ଗତ ୨ ତାରିଖରେ...

ଅଖିଳେଶଙ୍କ ବଡ଼ ଘୋଷଣା, ଲଢ଼ିବିନି ନିର୍ବାଚନ…

ଲକ୍ଷ୍ନୌ,୧।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ପକ୍ଷରୁ ଅଖିଳେଶ ଯାଦବ ବଡ଼ ଘୋଷଣା କରିଛନ୍ତି। ଅଖିଳେଶ କହିଛନ୍ତି ଯେ, ସେ ଆସନ୍ତା ବିଧାନସଭା...

ବାବ୍ରି ବିଧ୍ୱଂସ ସମ୍ପର୍କିତ ସମସ୍ତ ମାମଲା ବନ୍ଦ, ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ନୂଆଦିଲ୍ଲୀ, ୩୦।୮ : ୬ ଡିସେମ୍ବର ୧୯୯୨ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ବାବ୍ରି ବିଧ୍ୱଂସ ସମ୍ପର୍କିତ ସମସ୍ତ ମାମଲାକୁ । ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତି। ଏହା...

କାହାର ନକଲ କଲେ ହେବନି ଭାରତର ବିକାଶ: ମୋହନ ଭାଗଓ୍ବତ…

ନୂଆଦିଲ୍ଲୀ, ୨୦।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ କହିଛନ୍ତି ଯେ ବିକାଶ ପାଇଁ ଭାରତକୁ ଅନ୍ୟ କୌଣସି ଦେଶର ନକଲ କରିବା ପରିବର୍ତ୍ତେ ଭାରତ...

ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ତୁଳସୀରାମ-ଗୋବିନ୍ଦ ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ଭୋପାଳ,୩।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ...

Advertisement
Archives

Model This Week