ବଡ଼ଦାଣ୍ଡ ନାଳରେ ପଡ଼ି ମୃତ୍ୟୁ

ରାଜ୍ୟର ବିଭିନ୍ନ ସ୍ଥାନରେ ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକଙ୍କ ମୃତ୍ୟୁ ଘଟିଥିବାର ଅନେକ ନଜିର ରହିଥିବାବେଳେ ପୁରୀ ବଡ଼ଦାଣ୍ଡରେ ଘଟିଛି ଅନୁରୂପ ଏକ ଘଟଣା। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ରିକ୍ସାଚାଳକ ମୁକୁଳା ନାଳରେ ପଡ଼ି ପ୍ରାଣ ହରାଇଛନ୍ତି। ପ୍ରଶାସନିକ ଦାୟିତ୍ୱହୀନତା ଯୋଗୁ ନାଳକୁ ଉପଯୁକ୍ତଭାବେ ଘୋଡ଼ା ଯାଇ ନ ଥିବାରୁ ଏକ ନିରୀହ ଜୀବନ ଚାଲିଗଲା। ଆଉ କେତେ ଜୀବନ ଗଲା ପରେ ସରକାରଙ୍କ ଚେତା ପଶିବ ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି।

ପୁରୀ ଅଫିସ୍‌, ୧୯।୫: ପୁରୀ ସହର ମାର୍କେଟ ଛକ ନିକଟସ୍ଥ ବଡ଼ଦାଣ୍ଡ ପାର୍ଶ୍ୱରେ ଥିବା ଏକ ମୁକୁଳା ନାଳରେ ପଡ଼ି ଜଣେ ରିକ୍ସା ଚାଳକଙ୍କ ଜୀବନ ଯାଇଛି। ନିଧି ଭୋଇ(୪୧) ନାମକ ରିକ୍ସାଚାଳକ ମଙ୍ଗଳବାର ରାତିରେ ନାଳରେ ପଡ଼ିଯାଇ ଉଠିପାରି ନ ଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ଅନ୍ଧାର ରାତିରେ ସହାୟତା ପାଇଁ ଚିତ୍କାର କରିଥିଲେ ମଧ୍ୟ ସାହାଯ୍ୟ କରିବାକୁ କେହି ନ ଥିଲେ। ବୁଧବାର ଭୋର ସମୟରେ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅପରପକ୍ଷରେ ନାଳ ସଫା ପରେ ସ୍ଲାବ୍‌ ନ ପକାଯାଇ ଦାୟିତ୍ୱହୀନ ଭାବେ ଏଗୁଡ଼ିକୁ ମୁକୁଳା ଛାଡ଼ି ଦିଆଯାଉଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ କହିବା ସହ ପୌର ପ୍ରଶାସନକୁ ଦାୟୀ କରିଛନ୍ତି। ଜିଲାପାଳ ପୌରସଂସ୍ଥାର ଅଧ୍ୟକ୍ଷ ଦାୟିତ୍ୱରେ ଥିବାରୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ନିଜେ ନେବା ସହ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ବୋଲି ସାଧାରଣରେ ଦାବି ଉଠିଛି।

ବୀରନରସିଂହପୁର ଗୋହରୀ ସାହିର ନିଧି ପ୍ରତିଦିନ ପୁରୀ ଆସି ରିକ୍ସା ଚଳାନ୍ତି। ମାର୍କେଟ ଛକଠାରେ ରାତିରେ ରିକ୍ସା ରଖି ଘରକୁ ଫେରନ୍ତି। ମାତ୍ର ମଙ୍ଗଳବାର ରାତିରେ ସେ ଘରକୁ ଫେରି ନ ଥିଲେ। ବୁଧବାର ଭୋର ସମୟରେ ତାଙ୍କ ମୃତ ଶରୀର ପୁରୀ ବଡ଼ଦାଣ୍ଡ ନାଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ପରିବାର ଲୋକେ ହସ୍ପିଟାଲରେ ପହଞ୍ଚତ୍ଥିଲେ। ପୋଷ୍ଟମର୍ଟମ ପରେ ପୁରୀ ସ୍ବର୍ଗଦ୍ୱାରରେ ନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ୟପକ୍ଷରେ କୁମ୍ଭାରପଡ଼ା ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀ କହିଛନ୍ତି ଯେ, ନିଧି ନାଳରେ ପଡ଼ି ପ୍ରାଣ ହରାଇଛନ୍ତି। ଶ୍ୱାସରୁଦ୍ଧ କାରଣରୁ ଏଭଳି ହୋଇଛି ଅଥବା ଅନ୍ୟ କେଉଁ କାରଣରୁ ତାହା ସ୍ପଷ୍ଟ ହୋଇପାରି ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ତେବେ ନାଳ କାହିଁକି ଖୋଲାଥିଲା ତାହାକୁ ନେଇ ସ୍ଥାନୀୟ ଲୋକେ ଓ ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଶେଷଦେବ ରଥଙ୍କ କହିବାନୁସାରେ ପାଖାପାଖି ୨ ମାସ ହେଲାଣି ନାଳ ସଫା କାମ ସରିଲାଣି। ମାତ୍ର ଏଠାରେ ସ୍ଲାପ୍‌ ପକାଯାଉ ନାହିଁ। ୪ଫୁଟ୍‌ ଗଭୀର ନାଳରେ ସ୍ଲାପ୍‌ ନ ପକାଇବା ଘଟଣାରେ ସ୍ଥାନୀୟ ଦୋକାନୀମାନେ ବାରମ୍ବାର ପୌର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ପ୍ରଶାସନ ଭ୍ରୂକ୍ଷେପ କରିନାହିଁ। ପୌରସଂସ୍ଥାର ଅବହେଳା ପାଇଁ ମୂଲ୍ୟବାନ ଜୀବନଟିଏ ଚାଲିଗଲା। ଯେଉଁଠାରେ ସ୍ଲାପ୍‌ ପଡ଼ିନାହିଁ, ସେଠାରେ ନିଷିଦ୍ଧାଞ୍ଚଳ ବୋଲି ଲେଖାଯିବା କଥା। ହେଲେ ତାହା ମଧ୍ୟ କରାଯାଇ ନ ଥିବା ରଥ କହିଛନ୍ତି। ଅନ୍ୟପକ୍ଷରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି ଯେ, ନାଳ ସଫା କାମ ପୂରା ସହରରେ ଚାଲିଛି। ସଂପୃକ୍ତ ସ୍ଥାନରେ ୧୫ ଦିନ ତଳେ ନାଳ ସଫା ହୋଇଥିଲା। ଅନ୍ୟ ସମସ୍ତ ସ୍ଥାନରେ ନାଳ ଉପରେ ସ୍ଲାପ୍‌ ପଡ଼ିଥିବାବେଳେ ସମ୍ପୃକ୍ତ ସ୍ଥାନରେ ଖୋଲା ରହି ଯାଇଥିଲା। କାହାରି ଜୀବନ ଚାଲିଯିବା ଦୁଃଖଦ ଖବର। ଏନେଇ ଏକ ତଦନ୍ତ କମିଟି ଗଠନ କରିଛୁ। କାହିଁକି ନାଳ ମୁକୁଳା ଥିଲା ସେନେଇ ତଦନ୍ତ ହେବ। ସଫେଇ କାର୍ଯ୍ୟ ଠିକା ସଂସ୍ଥା ଜାଗୃତି କରୁଛି। ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାଇଁ କହିଛନ୍ତି।

‘ଆହା ପଦେ କେହି କହିଲେ ନାହିଁ’

ପୌର ପ୍ରଶାସନର ଅବହେଳା ଯୋଗୁ ସ୍ବାମୀ ନିଧି ମୁକୁଳା ନାଳରେ ପଡ଼ି ପ୍ରାଣ ହରାଇଲେ, ହେଲେ ଆହା ପଦେ କହିବାକୁ କେହି ଟିକେ ଆସିଲେନି ବୋଲି ସ୍ତ୍ରୀ ସୁଲୋଚନା କ୍ଷୋଭର ସହ କହିଛନ୍ତି। ସ୍ବାମୀ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ପରିବାରର ସ୍ଥିତି ଖରାପ ଥିବାରୁ ଚଳିବା କଷ୍ଟକର। ଏବେ ୧୨ବର୍ଷ ପୁଅକୁ ପଢ଼ାଇବା ମଧ୍ୟ କାଠିକର ପାଠ ହୋଇଯିବ। ତେଣୁ ପ୍ରଶାସନ କ୍ଷତିପୂରଣ ଦେବାକୁ ଅନୁରୋଧ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?