ଖ୍ରୀଷ୍ଟଚର୍ଚ୍ଚ,୨୯ା୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଫାଷ୍ଟ ବୋଲର ଆକାଶ ଦୀପ୍ କନ୍କସନ୍ରେ ପୀଡ଼ିତ ହେବାରୁ ଭାରତକୁ ଶକ୍ତ ଧକ୍କା ଲାଗିଛି।
ତାଙ୍କ ବଦଳ ଖେଳାଳି ଭାବେ ପ୍ରିସିଦ୍ଧ କ୍ରିଷ୍ଣଙ୍କୁ ଦଳରେ ସାମିଲ କରାଯାଇଛି। ଆକାଶ ପ୍ରଥମ ଇନିଂସରେ ୫ ଉଇକେଟ ଅକ୍ତିଆର କରିଥିବା ବେଳେ ବ୍ୟାଟିଂରେ ତାଙ୍କର ୨୯ରନ ଅବଦାନ ଥିଲା। ବ୍ୟାଟିଂ କରିଥିବା ବେଳେ ତାଙ୍କ ହେଲମେଟରେ ଦୁଇଥର ବଲ୍ ବାଜିଥିଲା। ଏହି ୨୯ ବର୍ଷୀୟ କ୍ରିକେଟରଙ୍କ ହେଲମେଟରେ ପ୍ରଥମେ ଜାକବ ଡୁଫି ଏବଂ ପରେ କାଇଲ ଜେମିସନଙ୍କ ବଲ ଆଘାତ ଦେଇଥିଲା। ମୁଣ୍ଡରେ ଦୁଇଥର ବଲ୍ ବିଜିବା ଦ୍ୱାରା ଆକାଶ କନ୍କସନର ଶିକାର ହୋଇଥିବା ଜଣାପଡ଼ିଥିଲା। ଫଳତଃ ତାଙ୍କୁ ମ୍ୟାଚରୁ ଓହରିଯିବାକୁ ହୋଇଥିଲା। ଆକାଶଙ୍କ ସ୍ଥାନରେ ବିକଳ୍ପ ଖେଳାଳି ଭାବେ ପ୍ରସିଦ୍ଧ ମ୍ୟାଚର ଅବଶିଷ୍ଟାଂଶ ଖେଳିବେ।

