Posted inଜାତୀୟ

ଭାରତ ବନ୍ଧୁତାକୁ ସମ୍ମାନ ଦେବା ସହିତ ଆଖିରେ ଆଖି ମିଶାଇ ଜବାବ ବି ଦେଇପାରେ: ମୋଦି

ନୂଆଦିଲ୍ଲୀ, ୨୮।୬: ଭାରତ ବନ୍ଧୁତାକୁ ସମ୍ମାନ ଦେଇଥାଏ। ସେହିପରି ଆବଶ୍ୟକ ପଡ଼ିଲେ ଆଖିରେ ଆଖି ମିଶାଇ ଜବାବ ଦେବାକୁ ବି ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୬ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଲଦାଖର ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କର ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ। ଦେଶବାସୀ ଶହୀଦଙ୍କୁ ସର୍ବଦା ମନେ ରଖିବେ। ସୀମାରେ ଅଖଣ୍ଡ ଭାରତର ଅଖଣ୍ଡତା ପ୍ରତି କୌଣସି ପଦକ୍ଷେପକୁ ସହ୍ୟ କରାଯିବ ନାହିଁ ବୋଲି ମୋଦି କହିଛନ୍ତି। ଭାରତ ଅତୀତରେ ବିଭିନ୍ନ ସଙ୍କଟକୁ ଅତିକ୍ରମ କରିବା ଜାରି ରଖିଛି, ଏବଂ ଏହା ଅଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ। ଦେଶ ବାଧାବିଘ୍ନକୁ ହଟାଇ ଆଗେଇ ଚାଲିଛି। ଦେଶବାସୀ ଏହି ସଂକଳ୍ପକୁ ଗ୍ରହଣ କରିବାର ଆବଶ୍ୟକତା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତା ଅଗ୍ନିକାଣ୍ଡରେ ୯ ମୃତ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

କୋଲକାତା,୯ ।୩: ପଶ୍ଚିମବଙ୍ଗ କୋଲକାତାର କୋଲାଘାଟ ପ୍ରସାଦାର ୧୩ ମହଲାରେ ସୋମବାର ସନ୍ଧ୍ୟାରେ ଲାଗିଥିବା ନିଆଁରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି...

କରୋନା ମାର୍ଗଦର୍ଶିକା ପାଳନ ସହିତ ରାଜନୈତିକ ଦଳ ଚାହୁଁଛନ୍ତି ବିଧାନସଭା ନିର୍ବାଚନ, ସୂଚନା ଦେଲେ ଇସି…

ନୂଆଦିଲ୍ଲୀ, ୩୦।୧୨: ସମସ୍ତ ରାଜନୈତିକ ଦଳ କରୋନା ମାର୍ଗଦର୍ଶିକା ପାଳନ ସହିତ ଠିକ୍‌ ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଚାହୁଁଛନ୍ତିି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ...

ବିହାର ବିଧାନସଭା ନିର୍ବାଚନ: ଭାଜପା, ଜେଡିୟୁକୁ ଦେଇପାରେ ଆସନ ବୁଝାମଣାର ନୂଆ ଫର୍ମୁଲା

ପାଟନା,୧୬।୧: ବିହାର ବିଧାନସଭା ନିର୍ବାଚନରେ ଲୋକ ସଭାର ଫର୍ମୁଲା ଲାଗୁହୋଇପାରେ ବୋଲି ଶୁଣିବାକୁ ମିଳିଛି। ଆଲୋଚନା ହେଉଛି କି ଏହି ନିର୍ବାଚନ ପାଇଁ ଭାରତୀୟ ଜନତା...

ଆୟୁର୍ବେଦିକ ଚିକିତ୍ସକ ପି. କେ. ଓ୍ବାରିଅରଙ୍କ ପରଲୋକ

କୋଝିକୋଡ୍‌, ୧୧ା୭: ଆୟୁର୍ବେଦକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ଏବଂ ବୈଜ୍ଞାନିକ ଆଧାରରେ ଶାସ୍ତ୍ରୀୟ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ବଢ଼ାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ...

ନରମିଲେ ମମତା: ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ

କୋଲକାତା, ୨୯।୫: ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା କନ୍ଦଳରୁ ଫାଇଦା ଉଠାଇଛି ଭାଜପା। ସାଧାରଣ ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ସଫଳତା...

କରତାରପୁର କରିଡର: ଓ୍ବାଘା ପହଞ୍ଚିଲେ ଭାରତୀୟ ପ୍ରତିନିଧିମଣ୍ଡଳ

ଓ୍ବାଘା,୧୪।୭: କରତାରପୁର କରିଡର ସହ ସଂମ୍ପୃକ୍ତ ଯାନ୍ତ୍ରୀକ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରବିବାର ପାକିସ୍ତାନ ଓ ଭାରତୀୟ ପ୍ରତିନିଧିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ...

ରେଳଧାରଣାରେ ଯାଇଛି ୮,୭୦୦ ଜୀବନ

ନୂଆଦିଲ୍ଲୀ, ୩।୬(ପି.ଟି.): ୨୦୨୦ରେ ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଯଥେଷ୍ଟ ହ୍ରାସ ସତ୍ତ୍ୱେ ରେଳଧାରଣାରେ ୮,୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ...

ମହଙ୍ଗା ପଡିଲା ହାତରେ ମଦ ବୋତଲ ଧରି ଫଟୋ ଉଠାଇବା

ଭୋପାଳ,୧୯।୪: ମଧ୍ୟପ୍ରଦେଶ ରାଇସେନ ଜିଲାର ୩ ରାଜସ୍ବ ଅଧିକାରୀଙ୍କୁ ମହଙ୍ଗା ପଡିଛି ହାତରେ ମଦ ବୋତଲ ଧରି ଫଟୋ ଉଠାଇବା। ଏମାନଙ୍କର ଏହି ଫଟୋ ସୋସିଆଲ...

Advertisement
Archives

Model This Week