ବଢ଼ାନ୍ତୁ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି

ସାଧାରଣତଃ ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଡ଼ମାନଙ୍କ ତୁଳନାରେ ଖୁବ୍‌ କମ୍‌; ଯେଉଁଥିଲାଗି ସେମାନେ ସହଜରେ ଥଣ୍ଡା, ଜ୍ୱର, କାଶ ଭଳି ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ଜାଣି ରଖନ୍ତୁ ସେ ସମ୍ପର୍କରେ…

ଯଥା ସମ୍ଭବ ବାହାର ଖାଦ୍ୟ ପରିବର୍ତ୍ତେ ମା’ର କ୍ଷୀର ଅଧିକ ଖୁଅନ୍ତୁ। ମା’ ନିଜ କ୍ଷୀରର ଗୁଣବତ୍ତା ବୃଦ୍ଧିଲାଗି ଭିଟାମିନ୍‌ ସି ଏବଂ ଭିଟାମିନ୍‌ ଇ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। କାରଣ ମା’ କ୍ଷୀରରୁ ଶିଶୁକୁ ସମସ୍ତ ମାଇକ୍ରୋନ୍ୟୁଟ୍ରିଏଣ୍ଟ ମିଳିଥାଏ; ଯାହାକି ତା’ର ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଶିଶୁ ସଲିଡ୍‌ ଖାଦ୍ୟ ଖାଇବା ଆରମ୍ଭ କରିବା ପରେ ସବୁ ପ୍ରକାରର ପରିବା ସିଝା, ଫଳ ଆଦି ଖାଇବାକୁ ଦିଅନ୍ତୁ।
ସମ୍ପୂର୍ଣ୍ଣ ଘର ଭିତରେ ନ ରଖି ପ୍ରତିଦିନ କିଛି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆଣନ୍ତୁ। ବିଶେଷ କରି ସକାଳ ସୂର୍ଯ୍ୟ କିରଣ ସବୁଠାରୁ ଉପକାରୀ। ଏହାଦ୍ୱାରା ଦ୍ୱାରା ଶିଶୁକୁ ପର୍ଯ୍ୟାପ୍ତ ଭିଟାମିନ୍‌ ଇ ମିଳିବା ସହ ରୋଗପ୍ରତିରୋଧକ ଶକ୍ତି ବଢିଥାଏ; ଯାହାକି ଥଣ୍ଡା, କାଶ, ଛିଙ୍କ, ଜ୍ୱର ଏବଂ ଅନ୍ୟାନ୍ୟ ଭାଇରାଲ୍‌ ଡିଜିଜ୍‌ରୁ ରକ୍ଷା କରିଥାଏ।
ପ୍ରତିଦିନ ତେଲ ମସାଜ କରିବା ବି ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। କାରଣ ଏହାଦ୍ୱାରା ସେମାନଙ୍କ ହାଡ ସହ ମାଂସପେଶୀକୁ ମଜଭୁତ କରିଥାଏ ଏବଂ ପିଲାଙ୍କୁ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ।
ପରିଷ୍କାର ପରିଚ୍ଛନ ରଖିବା ଏକ ଭଲ ଅଭ୍ୟାସ। ହେଲେ ଏଥିପାଇଁ ସେମାନଙ୍କୁ ବାହାରେ ଖେଳିବା କିମ୍ବା କୌଣସି ଜିନିଷ ଛୁଇଁବା ଆଦିରୁ ନିବୃତ୍ତ କରିବା ଠିକ୍‌ ନୁହେଁ। ସେମାନଙ୍କୁ ଏସବୁ କରିବାକୁ ଦିଅନ୍ତୁ ଏବଂ ଖେଳିବା ପରେ ଭଲ ଭାବେ ହାତ, ଗୋଡ ଆଦି ସଫା କରି ଦିଅନ୍ତୁ। ଏପରି କରିବା ଦ୍ୱାରା ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବଢିବ। ନଚେତ୍‌ ହଠାତ୍‌ ପିଲା ବଡ ହେଲେ ଏଭଳି କୌଣସି ଜିନିଷ ସଂସ୍ପର୍ଶରେ ଆଜିଲେ ଆଲର୍ଜି ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର...

୨୦୨୨ ଏହି ୨ ରାଶିଙ୍କ ଭାଗ୍ୟ ବଦଳାଇବ; ଧନ ଲାଭ ହେବାର ଏକରୁ ବଳି ଏକ ସୁଯୋଗ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି। ଏହାକୁ ନେଇ ଏବେଠାରୁ ମନରେ ଅନେକ ପ୍ରଶ୍ନ। ତେବେ ନୂତନ ବର୍ଷ ଗ୍ରହ-ନକ୍ଷତ୍ରଙ୍କ ମଧ୍ୟରେ...

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୨ ଥର…

ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଛତୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସପ୍ତାହରେ...

ପ୍ରଦୂଷଣମୁକ୍ତ ଫଳ

କଦଳୀ କାନ୍ଦି ଗଛରେ ଝୁଲୁଥିବା ଅବସ୍ଥାରେ କଦଳୀ ଶୀଘ୍ର ବଢ଼ି ପାକଳ ହେବା ପାଇଁ ଚାଷୀ କାନ୍ଦିରୁ ଭଣ୍ଡାକୁ ବାହାରକରି ସେ ସ୍ଥାନରେ କିଛି ୟୁରିଆ...

ଏହି ୪ ରାଶିର ଯୁବକ-ଯୁବତୀଙ୍କୁ ୩୦ ବର୍ଷ ଯାଏ କରିବାକୁ ପଡ଼ିଥାଏ ସଂଘର୍ଷ; ପରେ ପାଦ ଚୁମେ ସଫଳତା

ସଫଳତା ପାଇବାକୁ ହେଲେ ପ୍ରତ୍ୟେକ ମଣିଷକୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏଥିପାଇଁ କାହାକୁ କମ୍‌ ତ କାହାକୁ ଅଧିକ ସମୟ ଲାଗିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କାହାକୁ...

ଏସବୁ ଖାଦ୍ୟ ନବଦମ୍ପତିଙ୍କୁ ମନା…

କର୍ନଫ୍ଲେକ୍ସକୁ ଅଧିକାଂଶଙ୍କ ପାଇଁ ଏକ ଲୋକପ୍ରିୟ ଖାଦ୍ୟ। ଏହାକୁ ଖାଇଲେ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ଟରୋଣ୍ଟୋ ବିଶ୍ୱବଦ୍ୟାଳୟରେ ହୋଇଥିବା...

ଶୀତଦିନେ କେଶର ଯତ୍ନ

ଶୀତଦିନରେ ଶରୀର ସହିତ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ...

ସ୍ବାସ୍ଥ୍ୟୋପକାରୀ ସେଓ ଚୋପା

ସେଓ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହା ସହ ସେଓ ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହି ଚୋପା...

Advertisement
Archives

Model This Week