ଏଇ ଭାରତରେ

ବୁକ୍‌ ବ୍ୟାଙ୍କ ଦ୍ୱାରା ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକମାନଙ୍କର ଏକ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି ହରିୟାଣାରେ। ବାବା ସରସାଇନାଥ ବୁକ୍‌ ବ୍ୟାଙ୍କ ୱେଲ୍‌ଫେୟାର ଟ୍ରଷ୍ଟ ପଢିବାରେ ଅଭାବୀ ପିଲାମାନଙ୍କୁ ସାହାଯ୍ୟ କରୁଛି। ଏହି ବୁକ୍‌ ବ୍ୟାଙ୍କ ଠିକ୍‌ ସମୟରେ ପିଲାମାନଙ୍କୁ ବହି ଯୋଗାଇଦେଉଛି। ସିରସାର ଶ୍ରୀଗୋଶାଳାରେ ବାବା ସରସାଇନାଥ ବୁକ୍‌ ବ୍ୟାଙ୍କ ୱେଲ୍‌ଫେୟାର ଟ୍ରଷ୍ଟ ୨୫ ଜୁଲାଇ ୨୦୨୧ରେ ପ୍ରତିଷ୍ଠା କରାଯାଇଥିଲା। କେବଳ ୧୦୦ ପୁସ୍ତକରୁ ଆରମ୍ଭ ହୋଇଥିବା ଏହି ବୁକ୍‌ ବ୍ୟାଙ୍କରେ ଏବେ ୯ମରୁ ଦ୍ୱାଦଶ ଏବଂ ସ୍ନାତକୋତ୍ତର ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ୧୦ ହଜାରରୁ ଅଧିକ ପୁସ୍ତକ ଅଛି। ଟ୍ରଷ୍ଟର ସଦସ୍ୟମାନଙ୍କର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରୀଛାତ୍ରମାନେ ଯେଭଳି ପୁସ୍ତକ ଅଭାବରୁ ସେମାନଙ୍କ ପଢ଼ା ବନ୍ଦ ନ କରିବେ। ଏହି ବୁକ୍‌ ବ୍ୟାଙ୍କରେ ୧୫ ଜଣ ସଦସ୍ୟ ଅଛନ୍ତି। କରୋନା ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ସହ ଜଡିତ ଶିକ୍ଷକ ଓ କେତେଜଣ ସାମାଜିକ କର୍ମୀ ଏହି ବ୍ୟାଙ୍କ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ଏନେଇ ସହଯୋଗ କରିଥିଲେ। ବୁକ୍‌ ବ୍ୟାଙ୍କ ସଭାପତି ଗୁରୁଦୀପ ସାଇନି କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀର ୭୦୦ ପିଲାଙ୍କୁ ମାଗଣା ପୁସ୍ତକ ବଣ୍ଟନ କରାଯାଇଛି। ବହି ଦେବା ପୂର୍ବରୁ ଛାତ୍ରୀଛାତ୍ରମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡ଼ିଥାଏ। ଯେଉଁଥିରେ ବହିଗୁଡ଼ିକୁ ଭଲ ସ୍ଥିତିରେ ରଖିବା ଏବଂ ପରୀକ୍ଷା ପରେ ଫେରସ୍ତ କରିବାକୁ କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri