‘କୋଟା’ର ମୃତ୍ୟୁଫାଶ ଓ ମେଧାବୀ

ଡା. ସମ୍ରାଟ କର

 

‘ରାଜସ୍ଥାନର କୋଟା ସହରରେ ବାରମ୍ବାର ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଛି। । କେବଳ ଚଳିତ ବର୍ଷ କୋଟାରେ ଆତ୍ମହତ୍ୟା କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି।’ – ବଡ଼ ବ୍ୟସ୍ତଭରା କଣ୍ଠରେ କହିଗଲେ ମୋ ଅନୁଜ ପ୍ରତିମ ଶ୍ରୀକାନ୍ତ। ମୁଁ ତାଙ୍କ ବ୍ୟସ୍ତତା ଓ କୋଟାରେ ଆଶାୟୀ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣାକୁ ଲକ୍ଷ୍ୟରଖି ସବୁ ଜାଣିପାରି କହିଲି, କଥା ଆଜିର ନୁହେଁ। ୮୦ଦଶକରୁ ଛାତ୍ରଙ୍କୁ ଏଠି ଜୀବନ୍ତ ମେଶିନ ବନେଇବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ଗୋଟିଏ କୋଚିଂ ସେଣ୍ଟରର ଛାତ୍ରମାନେ ଆଇଆଇଟି ପାଇବା ପରେ ତାହା ବିଖ୍ୟାତ ହୋଇଗଲା। ତା’ପରେ ଛତୁ ଫୁଟିଲା ପରି କୋଟାରେ ଅନ୍ୟ କୋଚିଂ ସେଣ୍ଟରଗୁଡ଼ିକ ଗଢ଼ିଉଠିଲା। ଛାତ୍ରସଂଖ୍ୟା ବଢ଼ିଲା ଏବଂ ସେମାନଙ୍କ ପାଇଁ ହଷ୍ଟେଲ ସଂଖ୍ୟା ମଧ୍ୟ ବଢ଼ିଲା।
ବାସ୍ତବ କଥା ହେଉଛି, ଆପଣ କୋଟା ଗଲେ ରେଳ ଷ୍ଟେଶନରୁ ବାହାରିବା ମାତ୍ରେ ଅଟୋ ଚାଳକମାନେ ଆପଣଙ୍କୁ ଘେରିଯିବେ। କିଏ କହିବ ଆପଣଙ୍କ ପିଲା ପାଇଁ ଭଲ ହଷ୍ଟେଲ ଯୋଗାଇଦେବ, କିଏ କହିବ ଶସ୍ତାରେ ସବୁଠାରୁ ଭଲ କୋଚିଂ ସେଣ୍ଟରରେ ନଁା ଲେଖାଇଦେବ। ରେଳ ଷ୍ଟେଶନରୁ ହିଁ କୋଚିଂ ସେଣ୍ଟରଗୁଡ଼ିକ ପାଇଁ ମାର୍କେଟିଂ ଆରମ୍ଭ ହୋଇଯାଏ।
ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଛାତ୍ରୀଛାତ୍ର ଏଣ୍ଟ୍ରାନ୍ସ ପରୀକ୍ଷା ପ୍ରସ୍ତୁତି ପାଇଁ କୋଟା ଆସିଛନ୍ତି। ରବିବାର ଏଠି ପିଲାଙ୍କ ପାଇଁ ଛୁଟି ନାହିଁ। କେଉଁଠି ପିଲା ପରୀକ୍ଷା ଦେବାକୁ କୋଚିଂ ସେଣ୍ଟର ଯାଇଥାଏ ଆଉ କେଉଁଠି ରାତି ଅନିଦ୍ରା ମେଣ୍ଟାଇବା ପାଇଁ ବିଶ୍ରାମ ନେଉଥାଏ। ପିଲାମାନେ ନିଜର ଲୁଗାପଟା ବି ସଫା କରିପାରନ୍ତିନାହିଁ। ତାହା ହଷ୍ଟେଲ କର୍ମଚାରୀ କରନ୍ତି। କୋଚିଂ କ୍ଲାସ୍‌ ସକାଳ ସାଢ଼େ ୬ଟାରୁ ଆରମ୍ଭ ହୁଏ ଏବଂ ପିଲାମାନେ ରାତି ୨ଟା ଯାଏ ପାଠ ପଢ଼ନ୍ତି। ସେମାନଙ୍କ ରୁଟିନ ଏତେ ଟାଇଟ୍‌ ଯେ ନିଃଶ୍ୱାସ ନେବାକୁ ସମୟ ନ ଥାଏ। ତେବେ କଠିନ ପରିଶ୍ରମ ସତ୍ତ୍ୱେ ସବୁ ପିଲା ଆଇଆଇଟି ବା ମେଡିକାଲ ପାଆନ୍ତିନାହିଁ। କେତେକ ପିଲା ଭଗ୍ନ ସ୍ବପ୍ନ ନେଇ ଘରକୁ ଫେରନ୍ତି ଓ ଆଉ କେତେକେ ଫେରନ୍ତିନାହିଁ।
ଜଣେ ଛାତ୍ରଙ୍କ କହିବା ଅନୁସାରେ ସେ ଲେଖକ ହେବାକୁ ଚାହୁଁଥିଲେ। ସେ କିଛି ଗପ ଲେଖିଥିଲେ ଯାହାକୁ ତାଙ୍କ ବାପା ଚିରିଦେଲେ। ତାଙ୍କ ମାଆ ତାଙ୍କ ସହ କଥାବାର୍ତ୍ତା ହେବା ବନ୍ଦ କରିଦେଲେ। ଏବେ ସେ କୋଟାରେ ରହି ଡାକ୍ତର ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ପିଲାମାନଙ୍କୁ ନିଜର ସ୍ବପ୍ନକୁ ଚୂରମାର କରି ବାପାମାଆଙ୍କ ସ୍ବପ୍ନ ପୂରଣ କରିବାକୁ ବାଧ୍ୟ କରାଯାଉଛି। ଶେଷରେ ମାନସିକ ଚାପ, ହତାଶା ଓ ଅବସାଦରେ ଅନେକ ଛାତ୍ର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।
ପ୍ରତିବର୍ଷ ଭାରତର ପ୍ରାୟ ସମସ୍ତ ଅଞ୍ଚଳରୁ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର କୌଣସି ଗୋଟିଏ ଅଗ୍ରଣୀ ଇଞ୍ଜିନିୟରିଂ ବା ମେଡିକାଲ କଲେଜରେ ନାମ ଲେଖାଇବାର ସ୍ବପ୍ନ ନେଇ ଏହି ସହରରେ ପ୍ରବେଶ କରୁଥିବା ଅଭିଭାବକଗଣ ଏ ନେଇ ସଚେତନ ଥାଆନ୍ତି ଯେ ଏହି ସ୍ବପ୍ନଭୁକ୍‌ମାନଙ୍କ ମଧ୍ୟରୁ କିୟଦଂଶ ମାତ୍ର ଆଶାନୁରୂପକ ସାଫଲ୍ୟ ଲାଭ କରିବେ ଏବଂ ଅବଶିଷ୍ଟ ବିଫଳତାର ଗ୍ଲାନି ବହନକରି ଅଗତ୍ୟା କୋଟାରୁ ରିକ୍ତହସ୍ତରେ ପ୍ରତ୍ୟାବର୍ତ୍ତନ କରିବେ। ତଥାପି ବିସ୍ମୟର ବିଷୟ ହେଲା ବର୍ଷ ପରେ ବର୍ଷ କୋଟାର ଦୁର୍ବାର ମୋହରୁ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ମୁକ୍ତି ମିଳୁନାହିଁ। ଏହାର କାରଣ କ’ଣ?
ପ୍ରବେଶିକା ପରୀକ୍ଷାଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ସଫଳତାକୁ ନେଇ ଯେଉଁଭଳି ପ୍ରଶସ୍ତି ଓ ବିଜ୍ଞାପନର ବନ୍ୟା ସୃଷ୍ଟି କରାଯାଏ, ତହିଁରେ କୋଟା ଅଧିକ ଆକର୍ଷଣୀୟ ହୋଇ ଉଠେ ସତ, କିନ୍ତୁ ସଂଖ୍ୟାଧିକ ଛାତ୍ରୀଛାତ୍ର ସମସ୍ତଙ୍କ ଅଲକ୍ଷ୍ୟରେ ବିଫଳତାର ଅନ୍ଧକାର ମଧ୍ୟରେ ପ୍ରଦର୍ଶନ ଆଧାରରେ ଅତ୍ୟନ୍ତ ନିଷ୍ଠୁର ଏବଂ କଠୋର ବର୍ଗୀକରଣର ଶିକାର ହୁଅନ୍ତି। ଫଳରେ ଅପେକ୍ଷାକୃତ ନିମ୍ନ ପ୍ରଦର୍ଶନକାରୀମାନେ ଗଭୀର ହୀନମନ୍ୟତା ମଧ୍ୟକୁ ନିକ୍ଷେପିତ ହୁଅନ୍ତି ଏବଂ ତାରକା ଛାତ୍ରୀଛାତ୍ର ମଧ୍ୟ ଆଶା ଅନୁକୂଳ ପ୍ରଦର୍ଶନ ବଜାୟ ରଖିବା ଲାଗି ଭୀଷଣ ଚାପର ବଶବର୍ତ୍ତୀ ହୋଇଥାଆନ୍ତି। ଏଭଳି ସ୍ଥଳେ ପ୍ରତିଦ୍ୱନ୍ଦ୍ୱିତାର ଅସହନୀୟ ଚାପରୁ ଚିରନ୍ତନ ମୁକ୍ତି ପାଇବା ଲାଗି ସେମାନଙ୍କ ମଧ୍ୟରୁ କେହି କେହି ହୁଏତ ଚରମପନ୍ଥା ବାଛିନେବାକୁ ବାଧ୍ୟ ହୁଅନ୍ତି। ଏଥିରେ ଦ୍ୱିରୁକ୍ତି ନାହିଁ ଯେ, କୈଶୋର ଏବଂ ଆଦ୍ୟ ତାରୁଣ୍ୟର ସନ୍ଧିସ୍ଥଳରେ ଉପସ୍ଥିତ ଏହି ଛାତ୍ରୀଛାତ୍ରମାନେ ପରିବାରଠାରୁ ଦୂରରେ ଏକ ନିଃସଙ୍ଗ ବାତାବରଣରେ ସ୍ବପ୍ନ ଚରିତାର୍ଥ କରିବାର ସଂଘର୍ଷରେ ଲିପ୍ତଥିବା ବେଳେ ଆଉ ଯେଉଁ ଏକ ଗ୍ଲାନିବୋଧ ସେମାନଙ୍କୁ ଅହରହ ଦଂଶନକରି ଚାଲିଥାଏ, ତାହା ହେଲା ସେମାନଙ୍କ ଲାଗି ସେମାନଙ୍କର ପରିବାର ବହନ କରୁଥିବା ଆର୍ଥିକ ବୋଝ, ଯାହା ବାର୍ଷିକ ୨ଲକ୍ଷରୁ ଆରମ୍ଭକରି ୫ଲକ୍ଷ ପର୍ଯ୍ୟନ୍ତ ହୋଇପାରେ। ଏଭଳି ସ୍ଥିତିରେ ଉତ୍ତମ ପ୍ରଦର୍ଶନରେ ବିଫଳତା ଅନେକ ଛାତ୍ରୀଛାତ୍ରଙ୍କୁ ଆତ୍ମହତ୍ୟାକାମୀ କରାଇଥାଏ।
ମୂଳକଥା ହେଉଛି ଆଜିର ଛାତ୍ରୀଛାତ୍ରମାନେ ନିଜ ଭବିଷ୍ୟତକୁ ଚିନ୍ତାକରି କ୍ୟାରିୟର ମନସ୍କ ହୁଅନ୍ତି। କିନ୍ତୁ ଏହାକୁ ନେଇ ଅତ୍ୟଧିକ ଚାପକୁ ନିମନ୍ତ୍ରଣ କରନ୍ତୁ ନାହିଁ, କାରଣ ଜୀବନଟି ଖୁବ୍‌ ଲମ୍ବା। ଗୋଟିଏ ନିର୍ଦ୍ଦିଷ୍ଟ ଉପଲବ୍ଧିକୁ ହାସଲ କରିବାକୁ ହେଲେ ଜୀବନଟାକୁ ବଳିଦାନ ଦେବା ଉଚିତ କି? ସେହିପରି ଅନ୍ୟ ଏକ କଥା ହେଉଛି ଅଭିଭାବକମାନେ ପିଲାମାନଙ୍କ ଉପରେ ଅତ୍ୟଧିକ ଚାପ ଦିଅନ୍ତୁ ନାହିଁ। କାରଣ ଅତ୍ୟଧିକ ଚାପ ଜଣକୁ ବ୍ୟସ୍ତ ବିବ୍ରତ କରିଦେଇଥାଏ ଏବଂ ଏହା ମାନସିକ ଏକାଗ୍ରତା ପାଇଁ ବାଧକ । ଏହି ଚାପଜନିତ କାରଣ ପାଇଁ ଜଣେ ନା ଠିକ୍‌ ଭାବେ ଖାଇପାରେ ନା ଠିକ୍‌ ଭାବେ ବିଶ୍ରାମ ନେଇପାରେ। ସେମାନେ ଏକ ପ୍ରକାର ବିଚିତ୍ର ତ୍ରିଶଙ୍କୁ ଭିତରେ ଝୁଲିଲା ପରି ମାନସିକ ଅବସାଦ ଭିତରକୁ ଠେଲି ହୋଇଯାଆନ୍ତି ଏବଂ ଅନେକ କ୍ଷେତ୍ରରେ ଦୁର୍ଭାଗ୍ୟକୁ ସେମାନଙ୍କର ମାନସିକ କ୍ଷେତ୍ରକୁ ଆଶ୍ୱାସନା, ପ୍ରବୋଧନା ଦେବା ପାଇଁ ପାଖ ଲୋକ ଜଣେ କେହି ନ ଥାଏ। ତେଣୁ ଏପରି ସମୟରେ କେବଳ ମନସ୍ତତ୍ତ୍ୱବିତ୍‌ଙ୍କ ପାଇଁ ନୁହେଁ ଅଭିଭାବକମାନଙ୍କ ସହ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ସର୍ବୋପରି ଏହି ତଥାକଥିତ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଓ ସଂସ୍ଥାପକମାନଙ୍କ ଗୁରୁଦାୟିତ୍ୱ ରହିଛି। ସ୍ବପ୍ନ ଚରିତାର୍ଥ ନ ହେଲେ କୋମଳମତି ଛାତ୍ରୀଛାତ୍ରମାନେ ମୃତ୍ୟୁପଥକୁ ଗ୍ରହଣ କରନ୍ତୁନାହିଁ। ପିଲାମାନେ କୌଣସି ପ୍ରକାର ମାନସିକ ଅବସାଦର ଶିକାର ହେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍‌,
ପୁରୀଘାଟ ରୋଡ୍‌, କଟକ,
ମୋ : ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?