ସାମ୍ପ୍ରତିକ ସ୍ଥିତିରେ ନାମ ପରିବର୍ତ୍ତନ ଅପ୍ରାସଙ୍ଗିକ

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର/ଅନୁରାଧା ମହାରଣା)କେନ୍ଦ୍ର ସରକାର ଜି୨୦ ଅଧ୍ୟକ୍ଷତା ସମ୍ପର୍କିତ ଦସ୍ତାବିଜଗୁଡ଼ିକରେ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସରକାରଙ୍କ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ପାଇଁ ଆସନ୍ତା ୧୮ରୁ ପାର୍ଲାମେଣ୍ଟର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିବା ଚର୍ଚ୍ଚାକୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିରୋଧ ପରେ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧ ଅନୁସାରେ ‘ଇଣ୍ଡିଆ’ ହେଉଛି ‘ଭାରତ’, ଯାହାକି ରାଜ୍ୟଗୁଡ଼ିକର ସଂଘ। ତେଣୁ ଆମ ଦେଶର ନାମକୁ ଭାରତ ଉଲ୍ଲେଖ କରିବାରେ କୌଣସି ବିବାଦ ରହିବା ଉଚିତ୍‌ ନୁହେଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଉଥିତ୍ବାବେଳେ ବିରୋଧୀଙ୍କ ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି। ଦେଶର ନାମ ପରିବର୍ତ୍ତନ କରି ଜି୨୦ ରାଷ୍ଟ୍ର ସମୂହ ନିକଟରେ ସରକାର କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରାଯାଇଛି। ଏପରି କି ଦେଶରେ ବର୍ତ୍ତମାନ ସ୍ଥିତିରେ ଏଭଳି ନାମ ପରିବର୍ତ୍ତନ କରିବାର କି ଆବଶ୍ୟକତା ରହିଛି। ସମସ୍ତ ସରକାରୀ ବ୍ୟବସ୍ଥାରେ ନାମ ପରିବର୍ତ୍ତନ କରି ରାଜକୋଷକୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏହାର ସିଧାସଳଖ ପ୍ରଭାବ କରଦାତାଙ୍କ ଉପରେ ପଡ଼ିପାରେ ବୋଲି ରାଜନୈତିକ ବ୍ୟକ୍ତି ବିଶେଷଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।

ଆମେ ‘ଇଣ୍ଡିଆ’ ଏବଂ ‘ଭାରତ’ ଉଭୟ ବ୍ୟବହାର କରୁଛେ। କେନ୍ଦ୍ର ସରକାର ଚାହିଁଲେ କ’ଣ ଏହାକୁ ବଦଳାଇ ଦେଇପାରିବେ। ଏଥିଲାଗି ରାଜ୍ୟର ମତ ନେବାପରେ ଯାହା କରି ହେବ। ଏହା ଏକ ସହଜ କଥା ନୁହେଁ। ଯଦି କେନ୍ଦ୍ର ସରକାର ଇଣ୍ଡିଆ ନାଁକୁ ବଦଳାଇ ଭାରତ କରିଦିଅନ୍ତି ତେବେ କ’ଣ ହେବ। ଯେହେତୁ ଭାଜପା ଦେଶବାସୀଙ୍କୁ ଗତ ୧୦ ବର୍ଷ ଭିତରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା, ତାହା ପାଳନ କରିନାହିଁ, ସେଥିଲାଗି ଏବେ ଲୋକଙ୍କୁ ଡରୁଛନ୍ତି। ବିଫଳତା ଉପରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଏହି ପ୍ରସଙ୍ଗ ଆରମ୍ଭ କରିବାର ମସୁଧା ରଚିଛନ୍ତି।
– ଶ୍ରୀକାନ୍ତ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ

ସମ୍ବିଧାନର ଅନୁଚ୍ଛେଦ ୧ରେ ଉଲ୍ଲେଖ ରହିଛି ‘ଇଣ୍ଡିଆ ହେଉଛି ଭାରତ’। ତେଣୁ ଦେଶର ନାଁ ଭାରତ ଲେଖିବାରେ ଅସୁବିଧା କେଉଁଠାରେ ରହିଲା। ସବୁଠି ଭାରତ ବୋଲି ଉଲ୍ଲେଖ କରିବାକୁ ଯଦି କେନ୍ଦ୍ର ସରକାର ଚାହିଁବେ, ସେଥିରେ ଭୁଲ୍‌ କିଛି ନାହିଁ। ଇଣ୍ଡିଆ ନାଁକୁ ବିଦେଶୀମାନେ ଅଧିକ ବ୍ୟବହାର କରି ଏହାକୁ ଏକ ଅଭ୍ୟାସରେ ପରିଣତ କରିଦେଇଛନ୍ତି। ତେଣୁ କେନ୍ଦ୍ର ସରକାର ସମ୍ବିଧାନରେ ପରିବର୍ତ୍ତନ କରି ଯଦି ଦେଶର ନାଁ କେବଳ ଭାରତ ବୋଲି କରିବାକୁ ଚାହିଁବେ, ତେବେ ଯେତେସବୁ ଆଇନରେ ଇଣ୍ଡିଆ ଲେଖା ରହିଛି, ତାକୁ ପରିବର୍ତ୍ତନ କରିବା ଲାଗି କେବଳ ସଂଶୋଧନ ଅଣାଯିବ। ଏବେ ଇଣ୍ଡିଆ ନାଁକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ଆବଶ୍ୟକତା ନାହିଁ। ବିରୋଧୀ ମେଣ୍ଟ ପକ୍ଷରୁ ଏହି ରାଜନୈତିକ ଦ୍ୱନ୍ଦ୍ୱ ଆରମ୍ଭ କରାଯାଇଛି। ସେମାନେ ତାଙ୍କ ମେଣ୍ଟର ନାଁ ଏଭଳି ଦେବାର ନ ଥିଲା। ଏଥିଲାଗି ହିଁ ଏହି ରାଜନୈତିକ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି।
– ମାନସ ରଞ୍ଜନ ମହାପାତ୍ର, ବରିଷ୍ଠ ଆଇନଜୀବୀ

ଦେଶ ସମ୍ବିଧାନର ମୁଖବନ୍ଧରେ ଯାହା ରହିଛି କେନ୍ଦ୍ର ସରକାର ଚାହଁିଲେ ତାକୁ ନିଜେ ବଦଳାଇପାରିବେ ନାହିଁ। ପାର୍ଲାମେଣ୍ଟରେ ସେମାନେ ପ୍ରଥମେ ଏ ପ୍ରସଙ୍ଗ ଆଣୁଛନ୍ତି ନା ନାହିଁ ଦେଖିବାକୁ ପଡ଼ିବ। ଆଗକୁ ନିର୍ବାଚନ ଆସୁଛି। ଏହା ପୂର୍ବରୁ ଲୋକମାନଙ୍କୁ ସେମାନଙ୍କ ବିଫଳତା ଉପରୁ ଦୃଷ୍ଟି ହଟାଇବାର ଏହା ଏକ ପ୍ରୟାସ। ସେହିପରି ଜି୨୦ ସମ୍ମିଳନୀରେ ବହୁ ଅନ୍ତର୍ଜାତୀୟ ନେତା ଯୋଗ ଦେଉନାହାନ୍ତି। ଏହା କେନ୍ଦ୍ର ସରକାରଙ୍କ ଏକ ବଡ଼ ବିଫଳତା। ଏପରି ପ୍ରସଙ୍ଗ ଉଠାଇ ସେହି ବିଫଳତା ଲୁଚାଇବାକୁ ଭାଜପା ନେତାମାନେ ଏବେ ଏକ ପ୍ରକାର ରାଜନୀତି ଆରମ୍ଭ କରିଛନ୍ତି।
– ଶରତ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟି ସଭାପତି

 

ପୌରାଣିକ କଥାନୁସାରେ ଭାରତ ହେଉଛି ଭରତଙ୍କ ଦେଶ। ତେଣୁ ମୋ ମତରେ ଇଣ୍ଡିଆ ବଦଳରେ ଭାରତ ନାମ ରହିଲେ କୌଣସି ଅସୁବିଧା ନାହିଁ। ବରଂ ଏହାକୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ କୁହାଯାଇପାରିବ। ବିଭିନ୍ନ ଅନୁଷ୍ଠାନରେ ନାମଫଳକ ବା ଦସ୍ତାବିଜରେ ଏହି ନାମ ପରିବର୍ତ୍ତନ କରିବା ଦିନକର କଥା ନୁହେଁ। ଏଥିପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କରାଯିବ। ତେଣୁ କରଦାତାଙ୍କୁ ସେପରି କିଛି ସିଧାସଳଖ ପ୍ରଭାବ ପଡ଼ିବ ବୋଲି ମୁଁ ମନେ କରୁନାହିଁ। ଭାରତ ମାତାକୁ ଭାରତ ନାମରେ ଜାଣିବା ଆମ ପାଇଁ ଗୌରବର ବିଷୟ କୁହାଯାଇପାରିବ।
-ସହଦେବ ସାହୁ, ଛାତ୍ର

‘ଇଣ୍ଡିଆ’ ହେଉଛି ବିଦେଶୀ ଭାଷା। ଆମେ ‘ଇଣ୍ଡିଆ’ ନୁହେଁ ଭାରତ। ସେତେବେଳେ ସମ୍ବିଧାନ ସଭାରେ ଏହାକୁ ବିରୋଧ କରାଯାଇଥିଲା। ବାବାସାହେବ ଆମ୍ବେଡକରଙ୍କୁ ମଧ୍ୟ ଏନେଇ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିରୋଧୀ ଯେଉଁମାନେ ଏକାଠି ହୋଇଛନ୍ତି ସେମାନଙ୍କର କ’ଣ ଅଛି, ସେମାନେ କେବଳ ଅଯଥା ରାଜନୀତି କରୁଛନ୍ତି। ସେମାନେ ଇଣ୍ଡିଆ ନୁହେଁ ସେମାନେ ହେଉଛନ୍ତି ଆଇ.ଏନ୍‌.ଡି.ଆଇ.ଏ.। ଏହାର ଅର୍ଥ ମଧ୍ୟ ଅଲଗା, ତେଣୁ ଇଣ୍ଡିଆ ସ୍ଥାନରେ ଭାରତ କରିବାରେ କିଛି ଅସୁବିଧା ନାହିଁ।
– ଜୟନାରାୟଣ ମିଶ୍ର, ବିରୋଧୀ ଦଳ ନେତା

‘ଇଣ୍ଡିଆ’ ନାଁକୁ ପରିବର୍ତ୍ତନ କରି କେବଳ ଭାରତ ରଖିଲେ କିଛି ଅସୁବିଧା ନାହିଁ। ଏହି କଥାକୁ ସମର୍ଥନ କରୁଛି। ପୂର୍ବରୁ ତ ବହୁତ ଗୁଡ଼ିଏ ରାଜ୍ୟର ନାମ ପରିବର୍ତ୍ତନ କରାଯାଇ ସାରିଛି, ସେଥିରେ କିଛି ଅସୁବିଧା ଯେତେବେଳେ ହୋଇନାହିଁ ଏବେ କାହିଁକି ଅସୁବିଧା ହେବ। ମହାଭାରତରେ ‘ଭାରତ’ କଥା ଉଲ୍ଲେଖ କରାଯାଇଛି। ତେଣୁ ଇଣ୍ଡିଆ ନାଁକୁ ବଦଳାଇବା ମଧ୍ୟ କିଛି ବଡ଼ କଥା ନୁହେଁ।
– ବାସୁଦେବ ପ୍ରଧାନ, ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ

ହଜାର ହଜାର ବର୍ଷ ହେଲା ଆମ ଦେଶର ନାମ ଭାରତ ବୋଲି ରହିଆସିଛି। ଭାରତ ସହିତ ଆମ ସଭ୍ୟତା, ସଂସ୍କୃତି, ଆତ୍ମା ସବୁକିଛି ଜଡ଼ିତ। ଭାରତ ହେଉଛି ସବୁ ଭାରତୀୟଙ୍କ ଆତ୍ମା। ଇଣ୍ଡିଆ ନାଁ ପରବର୍ତ୍ତୀ ସମୟରେ ଆସିଛି। ହେଲେ ଇଣ୍ଡିଆ ନାମକୁ ବଦଳାଇବାକୁ ହେଲେ ଆମ ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଯାହା ସହଜ ନୁହେଁ କିନ୍ତୁ ଅସମ୍ଭବ ବୋଲି କୁହା ନ ଯାଇପାରେ। ଏହା ଏକ ସମୟସାପେକ୍ଷ ପଦକ୍ଷେପ। ଏହି କଥାରେ ଯେତିକି ଦ୍ୱନ୍ଦ୍ୱ ନାହିଁ ବର୍ତ୍ତମାନ ସମୟ ଦେଖି ଏହା ବିତର୍କ ଭିତରକୁ ଆସିଛି। ବର୍ତ୍ତମାନ ସମୟରେ ଏହା ଯେପରି କରିବାକୁ ଚେଷ୍ଟା କରାଯାଉଛି ଏହା ଠିକ୍‌ ଲାଗୁ ନାହିଁ।
– ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ

ଭାରତର ନାମ ଇଣ୍ଡିଆ ନାମକରଣ ପଛରେ ‘ସିନ୍ଧୁନଦୀ’ର ସମ୍ପୃକ୍ତି ରହିଛି। ଭାରତକୁ ଗ୍ରୀକ୍‌ ଆକ୍ରମଣକାରୀମାନେ ଆସିବା ପରେ ସିନ୍ଧୁନଦୀକୁ ତାଙ୍କ ଭାଷାରେ ଇଣ୍ଡସ୍‌ ବୋଲି କହିଲେ ଓ ତାହାର ଅବବାହିକା ଆଖପାଖ ଅଞ୍ଚଳକୁ ଇଣ୍ଡସ୍‌ ଭ୍ୟାଲି (ସିନ୍ଧୁ ଉପତ୍ୟକା) ବୋଲି କୁହାଗଲା। ଭାରତକୁ ବ୍ରିଟିଶ ଶାସନ ଆସିବା ପରେ ଦେଶ ଇଣ୍ଡିଆ ନାମରେ ପରିଚିତ ହେଲା। ମାତ୍ର ଭାରତ ହେଉଛି ଦେଶର ପ୍ରାଚୀନ ନାମ ଏବଂ ପ୍ରାଚୀନ ସଂସ୍କୃତ ଗ୍ରନ୍ଥଗୁଡ଼ିକରେ ଏହାର ଉଲ୍ଲେଖ ରହିଛି। ଦେଶର ଦୁଇଟି ସରକାରୀ ନାମ ମଧ୍ୟରୁ ଇଣ୍ଡିଆକୁ ‘ଭାରତ’ ବୋଲି ଡାକିବାରେ କୌଣସି ସାମ୍ବିଧାନିକ ଆପତ୍ତି ନାହିଁ, ତଥାପି ମୁଁ ଆଶା କରୁଛି ଦୀର୍ଘ ଦିନ ଧରି ପ୍ରଚଳିତ ଇଣ୍ଡିଆ ନାମକୁ ସମ୍ପୂର୍ଣ୍ଣ ଲୋପ କରି କେବଳ ଭାରତ ନାମ କରିବା ଭଳି ବୋକାମି କେନ୍ଦ୍ର ସରକାର କରିବେ ନାହିଁ। ବଡ଼ ଆର୍ଥିକ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଇଣ୍ଡିଆ ନାମ ପରିବର୍ତ୍ତନ କରି ଭାରତ ନାମ ଲେଖିବା କଷ୍ଟକର ହୋଇପଡ଼ିବ। ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆଠାରୁ ବିଭିନ୍ନ ବ୍ୟାଙ୍କ ଯେଉଁଥିରେ ଇଣ୍ଡିଆ ନାମ ଯୋଡ଼ି ହୋଇରହିଛି ସେମାନେ କ୍ଷତିଗ୍ରସ୍ତ ହେବେ।
-ଗୌରବ ଦାସ, ଗବେଷଣାରତ ଛାତ୍ର

ଦେଶର ନାଁ କେବଳ ଭାରତ ରଖିଲେ କିଛି କ୍ଷତି ନାହିଁ, ହେଲେ ମୋ ମତରେ ବର୍ତ୍ତମାନ ସ୍ଥିତିରେ ଏହାର ଆବଶ୍ୟକତା କ’ଣ ରହିଛି। ଦେଶ ଭିତରେ ଏବଂ ବାହାରେ ଆମ ଦେଶକୁ ଇଣ୍ଡିଆ ବୋଲି ସମସ୍ତେ ଜାଣନ୍ତି। ତେଣୁ ଏବେ ଦେଶ ବାହାରର ସାଧାରଣ ଲୋକ ଏବଂ ଦେଶ ଭିତରର ସାଧାରଣ ଲୋକମାନେ ଏହାକୁ ନେଇ ଅଯଥା ଦ୍ୱନ୍ଦ୍ୱରେ ପଡ଼ିବେ। ଭାରତ ନାଁ ରହିଲେ ପୁଣିଥରେ ଲୋକମାନେ ଜାଣିବାକୁ ବର୍ଷ ବର୍ଷ ଲାଗିଯିବ। ଏଥିରେ ସବୁକିଛି ଅଯଥା ବୋଲି ମନେହେଉଛି। ଯେଉଁ ସ୍ଥାନରେ ଇଣ୍ଡିଆ ନାଁ ଉଲ୍ଲେଖ ରହିଛି, ତାକୁ ପରିବର୍ତ୍ତନ କରିବାକୁ ପଡ଼ିବ, ଯାହା ସହଜ ନୁହେଁ।
– ଡାକ୍ତର ନିରୋଜ କୁମାର ମିଶ୍ର, ମେଡିସିନ ସ୍ପେଶାଆଲିଷ୍ଟ

ଭାରତ ହେଉଛି ଆମର ସଂସ୍କୃତି, ପରମ୍ପରା, ଐତିହ୍ୟ ସମ୍ପର୍କରେ ସୂଚିତ କରିଥାଏ। ମାତ୍ର ଇଣ୍ଡିଆ ବିଦେଶୀ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନାମ। ସମ୍ବିଧାନ ପ୍ରଣୟନବେଳେ ନାମକୁ ନେଇ ତର୍କ ଆସିଥିଲା। ବିଶ୍ୱରେ ଏପରି କୌଣସି ଦେଶ ନାହିଁ ଯେଉଁଠାରେ ଦୁଇଟି ନାମ ଥିବ। ବିଦେଶୀ ରାଷ୍ଟ୍ରଗୁଡ଼ିକ ଇଣ୍ଡିଆ ନାମରେ ଭାରତକୁ ଜାଣନ୍ତିି। ମାତ୍ର ବର୍ତ୍ତମାନ ଯଦି ଇଣ୍ଡିଆ ବଦଳରେ ଭାରତ ନାମ ହେଉଛି ସେଥିରେ କିଛି ସମସ୍ୟା ନାହିଁ। ବରଂ ‘ଇଣ୍ଡିଆ ଦ୍ୟାଟ ଇଜ୍‌ ଭାରତ’ ବଦଳରେ କେବଳ ଭାରତ ଲେଖାଗଲେ ଦୁଇଟି ଶବ୍ଦ କମିଯିବ। ଭାରତ ମାତା କୀ ଜୟ ଓ ଇଣ୍ଡିଆ ମାତା କି ଜୟ ମଧ୍ୟରେ ଭାବାଗତ ଫରକ ରହିଛି। ତେଣୁ ଭାରତ ନାମକୁ ଦୃଢ଼ ଭାବେ ସମର୍ଥନ କରୁଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବା ଅନ୍ୟ ପ୍ରତିଷ୍ଠାନରେ ଇଣ୍ଡିଆ ବଦଳରେ ଭାରତ ଲେଖିବା ପାଇଁ ଯେଉଁ ଖର୍ଚ୍ଚ ଆସିବ ତାହା ଭାରତର ନାମ ଓ ମର୍ଯ୍ୟାଦା ଠାରୁ ଅଧିକ ନୁହେଁ।
– ଚିତ୍ତରଞ୍ଜନ ନାୟକ, ପ୍ରାଧ୍ୟାପକ, ଅର୍ଥଶାସ୍ତ୍ର, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ବିଳାସପୁର

 

 


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri