ଏଇ ଭାରତରେ

ଭାରତରେ ବାହାଘରରେ ପ୍ଲାଷ୍ଟିକ୍‌ ବ୍ୟବହାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଏହାକୁ ଦୂର କରିବା ଲାଗି ବେଙ୍ଗାଲୁରୁର ଦୁଇ ମହିଳାଙ୍କ ପ୍ରୟାସ ପ୍ରେରଣାଦାୟକ। ଏହି ଦୁଇ ମହିଳା ହେଉଛନ୍ତି ବର ଓ କନ୍ୟାଙ୍କ ମାତା। କନ୍ୟାଙ୍କ ମାତା ଚାରୁଲତା ଆର୍‌. ଏବଂ ବରଙ୍କ ମାତା ଅନୁପମା ହରିଶ ଏଭଳି ପ୍ଲାଷ୍ଟିକ୍‌ମୁକ୍ତ ବାହାଘର ପାଇଁ ନିଷ୍ପତ୍ତି ନେଇଥିଲେ ଓ ସେଥିରେ ସଫଳ ହୋଇଛନ୍ତି। ଆଶୁତୋଷ ଓ ନିଧିଙ୍କ ଲଗ୍ନ ସ୍ଥିର ହେବାପରେ ଚାରୁଲତା ଏମିତିକା ବାହାଘର ପାଇଁ ସର୍ତ୍ତ ରଖିଥିଲେ ଓ ଅନୁପମା ଏଥିରେ ସହମତି ପ୍ରକାଶ କରିଥିଲେ। ବାହାଘରରେ ପ୍ରାୟ ୧୦୦୦ ଅତିଥିଙ୍କୁ ଷ୍ଟିଲ୍‌ ପ୍ଲେଟ୍‌ ଓ କଦଳୀ ପତ୍ରରେ ଖାଦ୍ୟ ପରଷା ଯାଇଥିଲା। କୌଣସିଠାରେ ପ୍ଲାଷ୍ଟିକ୍‌ ଫୁଲ ବ୍ୟବହାର ହୋଇ ନ ଥିଲା। କେବଳ ଏତିକି ନୁହେଁ, ଖାଦ୍ୟ ନଷ୍ଟ ନ ହେବା ଲାଗି ସେମାନେ ସେଠାରେ ଅତିଥିମାନଙ୍କ ପାଇଁ ସଚେତନତାର ବାର୍ତ୍ତା ଉଲ୍ଲେଖ କରିଥିଲେ। ସାଜସଜ୍ଜାରେ ମଧ୍ୟ ପ୍ଲାଷ୍ଟିକ୍‌ ବ୍ୟବହାରକୁ ବାରଣ କରାଯାଇଥିଲା। ଏହି ବାହାଘର ଶେଷ ହେବା ପରେ ବର୍ଜ୍ୟକୁ ଖତ ତିଆରି କରୁଥିବା ୟୁନିଟ୍‌କୁ ପଠାଇଥିଲେ। ବଡ଼ କଥା ହେଉଛି ନିମନ୍ତ୍ରଣପତ୍ରରେ ଉଭୟପକ୍ଷ ଲେଖିଥିଲେ ଯେ ଆମେ ସବୁଠୁ କମ୍‌ ବର୍ଜ୍ୟରେ ବାହାଘର କରିବାକୁ ଚେଷ୍ଟା କରୁଛୁ, ଏଣୁ କେହି କୌଣସି ଉପହାର ନ ଆଣିବାକୁ ଅନୁରୋଧ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?