ଦୂର ଦାରିଦ୍ର୍ୟ

ଶୈଳେନ୍ଦ୍ର ଦ୍ୱିବେଦୀ

 

ନିକଟରେ ଜଣେ ବନ୍ଧୁ କହିଲେ, ଆମେରିକାରେ ଦାରିଦ୍ର୍ୟ ନାହିଁ। ଲେଖକ ଚଟାପଟ ଉତ୍ତର ଦେଇଥିଲେ, ଅବିକଳ ଭାରତ ପରି ନ ଥାଇ ପାରେ, କିନ୍ତୁ ଆମେରିକାରେ ଦାରିଦ୍ର୍ୟ କିଛି କମ୍‌ ଐତିହାସିକ ନୁହେଁ। ୨୦୨୧ ତଥ୍ୟ ଅନୁସାରେ ଆମେରିକା ଜନସଂଖ୍ୟାର ପ୍ରାୟ ୧୨ ପ୍ରତିଶତ ଦରିଦ୍ର, ଅର୍ଥାତ୍‌ ୩୭.୯ ନିୟୁତ ଏଠି ଗରିବ ଯାହା ୨୦୨୦ରେ ୩୭ ନିୟୁତ ଥିଲା। ଏମିତି କି ୧୯୭୦ରେ ଆମେରିକାରେ ଦାରିଦ୍ର୍ୟ ହାର ଥିଲା ସେଇ ୬୨ ପ୍ରତିଶତ। ବନ୍ଧୁଙ୍କ କଥାରେ ମୁଁ ଯୋଡ଼ିଲି, ତଥାକଥିତ ସମୃଦ୍ଧ ଆମେରିକାରେ ସବୁ ସ୍ବପ୍ନ ପୂରଣ ହେବା ତଥାପି ବାକି ଅଛି। ଦାରିଦ୍ର୍ୟ ତ ଏମିତି ହ୍ରାସ ପାଉଛି, କିନ୍ତୁ ଜନସଂଖ୍ୟାର ଏକ ଅଂଶ ପାଇଁ ଦୁର୍ଭାଗ୍ୟକୁ ଏହା ଆରୋଗ୍ୟଜନକ ନ ହୋଇ ଦୀର୍ଘସ୍ଥାୟୀ ବ୍ୟାଧିରେ ପରିଣତ ହୋଇଛି। ଆମେରିକାରେ ୪୮ ପ୍ରତିଶତ ଗରିବଙ୍କ ଆୟ ବାର୍ଷିକ ୧୩,୫୯୦ ଡଲାର, ଯାହାକୁ ଏଠି ଆଖ୍ୟା ଦିଆଯାଇଛି ଅତି ଦରିଦ୍ର। ଏକ୍ସଟ୍ରିମ୍‌ ବା ଡିପ୍‌ ପୋଭର୍ଟି।
ବନ୍ଧୁ ଉଁ କି ଚୁଁ କିଛି କହୁ ନ ଥିଲେ। ମୁଁ କହିଲି, ଭାଗ୍ୟ ଭଲ କରୋନା ମହାମାରୀ ସମୟରେ ଆମେରିକାରେ ଗରିବମାନଙ୍କୁ ବିଶେଷ ସହାୟତା ଦିଆଯାଉ ନ ଥିଲା, ନଚେତ୍‌ ପରିସ୍ଥିତି ଆହୁରି ଖରାପ ହୋଇଯାଇଥାନ୍ତା। ଯୁକ୍ତରାଷ୍ଟ୍ରରେ ସରକାରୀ ଭାବେ ସ୍ଥିରୀକୃତ ହୋଇଥିବା ଦାରିଦ୍ର୍ୟ ସୀମାରେଖା ସ୍ତର ହେଉଛି ୪ ଜଣ ସଦସ୍ୟ ଥିବା ଗୋଟିଏ ପରିବାର ପାଇଁ ବାର୍ଷିକ ଆୟ ୨୫,୭୦୦ ଡଲାର। ଏକ ହିସାବ ଅନୁଯାୟୀ ଯୁକ୍ତରାଷ୍ଟ୍ର ରେ ୧୨.୯ ପ୍ରତିଶତ ମହିଳା ଏବଂ ୧୦.୬ ପ୍ରତିଶତ ପୁରୁଷ ଦାରିଦ୍ର୍ୟ ସୀମାରେଖl ତଳେ। ୨୦୧୮ରେ ଦେଶରେ ମୋଟ ୧୬.୨ ପ୍ରତିଶତ ପିଲା, ଅର୍ଥାତ୍‌ ପ୍ରାୟ ୬ ଜଣରେ ଗୋଟିଏ ପିଲା ଦାରିଦ୍ର୍ୟ ସ୍ତର ତଳେ ଥିଲା। ସିନିୟର ସିଟିଜେନ୍‌ ବା ୬୦ ବର୍ଷ ବା ତା’ଠୁ ଅଧିକ ବୟସ୍କ ନାଗରିକଙ୍କ ମଧ୍ୟରୁ ୯.୭ ପ୍ରତିଶତ ଥିଲେ ଦାରିଦ୍ର୍ୟ ସୀମାରେଖା ତଳେ। ଅନ୍ୟାନ୍ୟ ସୂତ୍ର ଅନୁସାରେ କରୋନା ସମୟରେ ୧୪ ପ୍ରତିଶତ ବୟସ୍କ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଆସିଥିଲେ। ସେତିକି ନୁହେଁ, ୨୦୧୮ରେ ୫୬ ପ୍ରତିଶତ ଆମେରିକୀୟ ପରିବାର ପାଇଁ ଖାଦ୍ୟ ନିରାପତ୍ତା ନ ଥିଲା। ଦାରିଦ୍ର୍ୟର ବର୍ଗୀକରଣ ଗୋଟିଏ ଦୃଷ୍ଟିକୋଣରୁ ଆମେରିକାରେ ଥିଲା କୁଆଡ଼େ ଏମିତି। (କ) ମହିଳା କୈନ୍ଦ୍ରିକ ପରିବାର ଯେଉଁଠି ସ୍ବାମୀ ଅନୁପସ୍ଥିତ : ୨୪.୩ ପ୍ରତିଶତ। (ଖ) ଅତି ବେଶିରେ ହାଇସ୍କୁଲ, ଡିପ୍ଲୋମା ହାସଲ କରିଥିବା ବେରୋଜଗାର ଯୁବକଯୁବତୀ : ୨୩.୭ ପ୍ରତିଶତ। (ଗ ) ଯେଉଁମାନେ ଏମିତି ପରିବାର ସଦସ୍ୟ ଯେଉଁଠି ବୟସ୍କ ସଦସ୍ୟଙ୍କ ପାଇଁ ନିଯୁକ୍ତି ସୁଯୋଗ ନlହିଁ : ୨୬.୪ ପ୍ରତିଶତ। (ଘ) ସଂଖ୍ୟାଲଘୁ (କୃଷ୍ଣକାୟ) : ୧୮.୮ ପ୍ରତିଶତ। ଯୁକ୍ତରାଷ୍ଟ୍ରରେ ଯେଉଁ ଅଞ୍ଚଳରେ (ଷ୍ଟେଟ) ଦାରିଦ୍ର୍ୟ ସର୍ବାଧିକ ସେସବୁ ଭିତରେ ଅଛି ମିସିସିପି, ଆର୍କାନ୍‌ସାସ, ଲୁଇଜନିଆ, ପଶ୍ଚିମ ଭର୍ଜିନିଆ, କେଣ୍ଟୁକି, ଆଲାବାମା, ଦକ୍ଷିଣ କାରୋଲିନା, ଜର୍ଜିଆ,ଉତ୍ତର କାରୋଲିନା ଓ ନ୍ୟୁ ମେକ୍ସିକୋ।
ବନ୍ଧୁ ମଝିରେ ପଚାରିଥିଲେ, ଆମେରିକାରେ ଜିଡିପି ବା ମୋଟ ଘରୋଇ ଉତ୍ପାଦ ଅଧିକ ରହିଥିବା ବେଳେ ଏଠି ତଥାପି ଏତେ ଦାରିଦ୍ର୍ୟ କ’ଣ ପାଇଁ !
ମୁଁ କହିଲି, ୨୦୧୭ ‘ପୁଲିତ୍‌ଜର’ ବିଜେତା ମ୍ୟାଥୁ ଡେସ୍‌ମଣ୍ଡ ତାଙ୍କର ଚର୍ଚ୍ଚିତ ପୁସ୍ତକ ‘ଏଭିକ୍‌ଟେଡ୍‌ : ପୋଭର୍ଟି ଆଣ୍ଡ ପ୍ରଫିଟ୍‌ ଇନ୍‌ ଆମେରିକାନ୍‌ ସିଟି ’ ରେ ଲେଖିଛନ୍ତି , ଉପରକୁ କେହି କିଛି ଦେଖିପାରୁ ବା ନ ପାରୁ, ଆମେରିକାରେ ଶ୍ରେଣୀ ସଂଘର୍ଷ ତୀବ୍ର। ଏକଥା ନୁହେଁ ଯେ ଏଠି ସମ୍ବଳ ନାହିଁ ବା ସୁଯୋଗ ନାହିଁ ଅଥଚ ଏଠି ପ୍ରତି ମୁହୂର୍ତ୍ତରେ ଧନୀମାନେ ଗରିବମାନଙ୍କୁ ସେମିତି ଗରିବ ରଖି ଅଧିକ ଧନୀ ହେବା ପାଇଁ ପ୍ରତିଯୋଗିତାକୁ ଓହ୍ଲେଇଛନ୍ତି। ଆମେରିକାରେ ଅର୍ଥନୀତି ବହୁ ବର୍ଷ ଧରି ଅନ୍ତର୍ଭୁକ୍ତି ହେବା ଭୁଲିଯାଇଛି। ପରିବର୍ତ୍ତିତ ବ୍ୟବସ୍ଥା ସୁହାଉଛି ଏବଂ ସର୍ବାଧିକ ସୁବିଧା ହେଉଛି ଧନୀମାନଙ୍କୁ। କର ରିହାତିଠୁ ଆରମ୍ଭକରି ଯାବତୀୟ ଋଣ ଓ ଅନ୍ୟାନ୍ୟ ସହାୟତା ଆମେରିକା ଅର୍ଥନୀତି କେବଳ ସ୍ବଚ୍ଛଳମାନଙ୍କ ସ୍ବାର୍ଥରେ ଲଗେଇଛି। ଡେସ୍‌ମଣ୍ଡ ଦର୍ଶାଇଛନ୍ତି, ଦୁର୍ଭାଗ୍ୟ ହେଉଛି ଆମେରିକୀୟ ଅର୍ଥନୀତିର ନିର୍ମାଣ ଢାଞ୍ଚା ଏମିତି ଯେ ଏହା କେବଳ ସ୍ବଚ୍ଛଳମାନଙ୍କୁ, କର୍ପୋରେଟମାନଙ୍କୁ ସୁହାଇବ। ଆଉ ଏମିତି ଏକ ବ୍ୟବସ୍ଥାରେ ୯୦ ପ୍ରତିଶତ ଫାଇଦା ଥିଲାବାଲା ପାଇବା ପରେ ଗରିବମାନଙ୍କ କଲ୍ୟାଣ ପାଇଁ କ’ଣ ବା ବଳିବ ! ଡେସ୍‌ମଣ୍ଡ ଅନ୍ୟ ଏକ ପ୍ରବନ୍ଧରେ ଏକଥା ମଧ୍ୟ କହିଛନ୍ତି , ସ୍ବଚ୍ଛଳ ଆମେରିକୀୟମାନେ ଶସ୍ତାରେ ବିଭିନ୍ନ ସାମଗ୍ରୀ ଓ ସେବା ପାଇବାକୁ ଚାହାନ୍ତି। ସେମାନଙ୍କ ପୁଞ୍ଜିନିବେଶ ଉପରେ ଆକର୍ଷଣୀୟ ସୁଧ ଚାହାନ୍ତି – ଏସବୁ ଜଣେ ଗରିବ ଲୋକକୁ ଯେତେ କ୍ଷତି ପହଞ୍ଚାଉ ପଛକେ।
ପାଠକେ, ଦୃଷ୍ଟି ଦିଅନ୍ତୁ ଆମ ସମୟର ପୃଥିବୀରେ ବୀଭତ୍ସତମ କର୍ପୋରେଟୀକରଣ ବୈଷମ୍ୟକୁ ରୀତିମତ ପ୍ରୋତ୍ସାହନ ଯୋଗେଇ ଆସିଛି ଏବଂ ସେହି କ୍ରମରେ ଆମେରିକା ଏକ ଚମତ୍କାର ଉଦାହରଣ। ବନ୍ଧୁ କହିଲେ , ଆମ ଅର୍ଥନୀତି ସେଇ ଦୌଡ଼ରେ ସାମିଲ ହୋଇସାରିଛି।
ନୀତି ଆୟୋଗର ୨୦୨୧ ରିପୋର୍ଟ ଅନୁଯାୟୀ ଭାରତୀୟ ଜନସଂଖ୍ୟାର ୨୫.୦୧ ପ୍ରତିଶତ ବହୁବିଧ ଦାରିଦ୍ର୍ୟକୁ ସାମ୍ନା କରିଛନ୍ତି। ୨୦୦୫-୦୬ ରୁ ୨୦୧୯-୨୦ ଭିତରେ ୪୦୦ ନିୟୁତ ଭାରତୀୟ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ କୁଆଡ଼େ ଉଠିଛନ୍ତି, ତଥାପି ଗୋଟିଏ ଦେଶ ଜନସଂଖ୍ୟାର ୨୫ ପ୍ରତିଶତ ଦରିଦ୍ର ହୋଇ ରହିବା କିଛି କମ୍‌ ଚିନ୍ତାଜନକ ନୁହେଁ। ଗ୍ରାମାଞ୍ଚଳରେ ଏହା ୩୨.୭୫ ପ୍ରତିଶତ। ଆପଣ ଚିନ୍ତା କରିପାରନ୍ତି, ଭାରତରେ ଦାରିଦ୍ର୍ୟ ନେଇ ଆଉ ଗୋଟିଏ ମତ ବି ଅଛି ଏବଂ ତାହା ହେଉଛି ଜଣେ ଯେମିତି ନିଜ ଭାଷା ଓ ସଂସ୍କୃତିକୁ ଭଲ ପାଏ ଠିକ୍‌ ସେମିତି ଭାରତୀୟମାନେ ଦରିଦ୍ରତା ସହ ପ୍ରେମ ଓ ଅନୁରାଗର ବନ୍ଧନରେ ବନ୍ଧା। ଅର୍ଥାତ୍‌ ସେମାନେ ଐତିହାସିକ ଦାରିଦ୍ର୍ୟରୁ ମୁକ୍ତି ସତରେ ଚାହାନ୍ତି ନାହିଁ। ଭୋଟ ଆସିଲେ କିଛି ପଇସା, ସବ୍‌ସିଡି ଖାଦ୍ୟ ଏବଂ ମଝିରେ ମଝିରେ ଆଉ କିଛି ସହାୟତା ମିଳିଗଲେ ହେଲା।

ମୋ: ୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?