ଏଇ ଭାରତରେ

ଚମ୍ବଲ ନାଁ ଶୁଣିଲେ ଭୟ ଆସେ। ଡକାୟତଙ୍କ ଆଡ୍ଡା, ବେଆଇନ ଖଣି ଖନନ ଏବଂ ବନଜାତଦ୍ରବ୍ୟର ଚୋରା ଚାଲାଣ ଲାଗି ଚମ୍ବଲ୍ୟ କୁଖ୍ୟାତି ସର୍ବତ୍ର ଜଣାଶୁଣା। କିନ୍ତୁ ସେହି ସ୍ଥାନରେ ଏବେ ପର୍ଯ୍ୟଟନ ବିକାଶ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଅନୁଧିଲନ ସିଂ ଓ ତାଙ୍କ ସ୍ବାମୀ ରାମପ୍ରତାପ ସିଂ ଏବେ ଚମ୍ବଲକୁ ସଂସ୍କୃତି ଓ ପର୍ଯ୍ୟଟନର କେନ୍ଦ୍ର କରିବାର ଚେଷ୍ଟା ଜାରି ରଖିଛନ୍ତି। ସେଠାରେ ରାମପ୍ରତାପ ସିଂ ତାଙ୍କ ପୈତୃକ ସମ୍ପତ୍ତି ପ୍ରାୟ ୨୦୦ ଏକରରେ କୋଠିମେଲା (ଏକ ସଫାରି ଲଜ୍‌) ନିର୍ମାଣ କରି ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିଛନ୍ତି। ଏହି ସ୍ଥାନରେ ରହି ପର୍ଯ୍ୟଟକମାନେ ବି ନିକଟସ୍ଥ ଚମ୍ବଲ ଜାତୀୟ ଉଦ୍ୟାନ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ପାଉଛନ୍ତି। ଉକ୍ତ ସଫାରି ଲଜ୍‌ ହାଭେଲି ଗାଁରେ ଅବସ୍ଥିତ। ଏହି ଲଜ୍‌କୁ ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ମଧ୍ୟରେ କରାଯାଇଛି। ମୁଖ୍ୟତଃ ଆକ୍ଟୋବରରୁ ଏପ୍ରିଲ ମଧ୍ୟରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ବର୍ଷର ଅନ୍ୟ ସମୟରେ ବି ପର୍ଯ୍ୟଟକମାନେ ସେଠାକୁ ଯାଉଛନ୍ତି। ଚମ୍ବଲ ଭଳି ସ୍ଥାନରେ ଏଭଳି ଏକ ପର୍ଯ୍ୟଟନ ବିକାଶ ସେଠାକାର ଲୋକଙ୍କ ଜୀବନ ଶୈଳୀରେ ଏକ ପରିବର୍ତ୍ତନ ଆଣିବ ବୋଲି କହନ୍ତି ରାମପ୍ରତାପ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri