ଏଇ ଭାରତରେ

ସମସ୍ତେ ଭିନ୍ନ ଭିନ୍ନ ଡିଜାଇନର ଆକର୍ଷଣୀୟ ଘର କରୁଛନ୍ତି କିନ୍ତୁ ବେଙ୍ଗାଲୁରୁର ଦମ୍ପତି ଶ୍ରୀନି ଏବଂ ସୁଷମା ଏଭଳି ଘର ନିର୍ମାଣ କରିଛନ୍ତି, ଯେଉଁଥିରେ ବିଦ୍ୟୁତ ଓ ପାଣି ପାଇଁ ବାହାର ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଘରେ ସବୁଜ ଶକ୍ତିର ଉପଯୋଗ ଏବକାର ସମୟର ଆହ୍ବାନ ହୋଇଥିବାବେଳେ ସେମାନେ ଉକ୍ତ ଘରେ ତାହା ପ୍ରମାଣିତ କରିପାରିଛନ୍ତି। ସେମାନେ ଘରକୁ କାଠ, ଇଟା ଓ ପ୍ଲାଷ୍ଟର ପାରିସରେ ନିର୍ମାଣ କରିଛନ୍ତି। ଏହି ଦୁଇ ମହଲା ଘରକୁ ୨୦୧୬ରେ ଆରମ୍ଭ କରି ୨୦୧୮ରେ ଶେଷ କରିଥିଲେ। ଏହି ଘରେ ସେମାନେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରିିଛନ୍ତି। ଘରର ସବୁ ଜଳ ଆବଶ୍ୟକତା ଏଥିରେ ପୂରଣ କରୁଛନ୍ତି। ଏହାକୁ ଫିଲଟର କରି ପାନୀୟ ଜଳ ଭାବେ ବି ବ୍ୟବହାର କରୁଛନ୍ତି। ଉପତ୍ାଦିତ ୨ କିଲୋଓ୍ବାଟ ସୌର ବିଦ୍ୟୁତ୍‌ରେ ଘରର ସବୁ କିଛି ଚାଲୁଛି। ଶକ୍ତି ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ଟାଳିବା ଲାଗି ବାସ୍ତବରେ ଏଭଳି ଏକ ଶତପ୍ରତିଶତ ପରିବେଶ ଉପଯୋଗୀ ଘର ଅତ୍ୟନ୍ତ ଉପଯୋଗୀ ବୋଲି କହନ୍ତିି ଶ୍ରୀନି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?