ଏଇ ଭାରତରେ

ଜମି ପାଖରେ ନ ରହିଲେ ବି ଚାଷ ସମ୍ଭବ ଏହା ପ୍ରମାଣ କରିଛନ୍ତି ହିିମାଚଳ ପ୍ରଦେଶର ତେଜସ୍ବୀ ଡୋଗ୍ରା । ସେ ଘରଠାରୁ ୧୦୦ କି.ମି. ଦୂରରେ ରହି ରିମୋଟ୍‌ ଫାର୍ମିଂ ପଦ୍ଧତିରେ ଆପଲ ଚାଷ କରୁଛନ୍ତି। ପେସାରେ ସେ ଜଣେ ଓକିଲ। ଏସିଆର ସବୁଠୁ ଧନୀ ଗାଁ ଭାବେ ଜଣାଶୁଣା ହିମାଚଳ ପ୍ରଦେଶର ମଡ଼ାବଗରେ ଥିବା ତାଙ୍କ ଆପଲ ବଗିଚାର ଜଳସେଚନ ଓ ତାପମାତ୍ରା ନିୟନ୍ତ୍ରଣ ଆଦି କାର୍ଯ୍ୟ ସ୍ମାର୍ଟଫୋନ ମାଧ୍ୟମରେ ସଞ୍ଚାଳନ କରୁଛନ୍ତି। ବଗିଚାରେ ସ୍ବୟଂଚାଳିତ ସ୍ପ୍ରେୟର ଲଗାଇ ସିଞ୍ଚନ ପ୍ରଣାଳୀରେ ଜଳସେଚନ କରୁଛନ୍ତି। ସ୍ମାର୍ଟଫୋନ୍‌ରେ ଥିବା ମୋବାଇଲ ଆପ୍ଲିକେଶନ ତାପମାତ୍ରା, ଆର୍ଦ୍ରତା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରୁଛି। ବଗିଚାରେ କେହି ନଷ୍ଟ କରିବାକୁ ଚେଷ୍ଟା କଲେ ତାହା ମଧ୍ୟ ସେ ଜାଣିପାରୁଛନ୍ତି। ସ୍ମାର୍ଟଫୋନ୍‌ରେ ସ୍ମାର୍ଟ ସ୍ପିକର ଇଣ୍ଟିଗ୍ରେଟେଡ ଆଲେକ୍ସ(ଯାହା କ’ଣ କରିବାକୁ ହେବ ତାହା କହିପାରିବ) ଏବଂ ଗୋଟିଏ ସେଟ୍‌ ମାଇକ୍ରୋପ୍ରୋସେସରକୁ ପ୍ରୋଗ୍ରାମ କରିବା ପରେ ରିମୋଟ୍‌ରେ ନିୟନ୍ତ୍ରଣ କରାଯାଉଛି। ମାଟିର ଆର୍ଦ୍ରତା କମୁଥିବାର ଜାଣିବା ପରେ ସିଷ୍ଟମ ମାଧ୍ୟମରେ ଜଳସେଚନ କରିପାରୁଛନ୍ତି। ସେ ଅଧ ଏକରରେ ଇଟାଲୀରୁ ଆପଲ ଗଛ ଆଣି ଲଗାଇ ଏହି ପଦ୍ଧତିରେ ପରୀକ୍ଷାମୂଳକ ଭାବେ ଭଲ ଉତ୍ପାଦନ ପାଇଛନ୍ତି।
ଏବେ ସେ ପିଏଚ୍‌ ଭାଲ୍ୟୁ ଏବଂ ମାଟିରେ ନ୍ୟୁଣ୍ଟିଟ୍‌ ଉପସ୍ଥିତି ଜାଣିବା ଲାଗି ଜ୍ଞାନକୌଶଳ ବିକାଶ କରିବାରେ ଲାଗିଛନ୍ତି। ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଘରେ ରହି ଜ୍ଞାନ କୌଶଳ ଉପଯୋଗରେ ଚାଷ କରିବା ଲାଗି କହିଥିଲେ। ଏବେ ତେଜସ୍ବୀଙ୍କ ରିମୋଟ୍‌ ଫାର୍ମିଂ ଉକ୍ତ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri