ଏଇ ଭାରତରେ

ଜମି ପାଖରେ ନ ରହିଲେ ବି ଚାଷ ସମ୍ଭବ ଏହା ପ୍ରମାଣ କରିଛନ୍ତି ହିିମାଚଳ ପ୍ରଦେଶର ତେଜସ୍ବୀ ଡୋଗ୍ରା । ସେ ଘରଠାରୁ ୧୦୦ କି.ମି. ଦୂରରେ ରହି ରିମୋଟ୍‌ ଫାର୍ମିଂ ପଦ୍ଧତିରେ ଆପଲ ଚାଷ କରୁଛନ୍ତି। ପେସାରେ ସେ ଜଣେ ଓକିଲ। ଏସିଆର ସବୁଠୁ ଧନୀ ଗାଁ ଭାବେ ଜଣାଶୁଣା ହିମାଚଳ ପ୍ରଦେଶର ମଡ଼ାବଗରେ ଥିବା ତାଙ୍କ ଆପଲ ବଗିଚାର ଜଳସେଚନ ଓ ତାପମାତ୍ରା ନିୟନ୍ତ୍ରଣ ଆଦି କାର୍ଯ୍ୟ ସ୍ମାର୍ଟଫୋନ ମାଧ୍ୟମରେ ସଞ୍ଚାଳନ କରୁଛନ୍ତି। ବଗିଚାରେ ସ୍ବୟଂଚାଳିତ ସ୍ପ୍ରେୟର ଲଗାଇ ସିଞ୍ଚନ ପ୍ରଣାଳୀରେ ଜଳସେଚନ କରୁଛନ୍ତି। ସ୍ମାର୍ଟଫୋନ୍‌ରେ ଥିବା ମୋବାଇଲ ଆପ୍ଲିକେଶନ ତାପମାତ୍ରା, ଆର୍ଦ୍ରତା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରୁଛି। ବଗିଚାରେ କେହି ନଷ୍ଟ କରିବାକୁ ଚେଷ୍ଟା କଲେ ତାହା ମଧ୍ୟ ସେ ଜାଣିପାରୁଛନ୍ତି। ସ୍ମାର୍ଟଫୋନ୍‌ରେ ସ୍ମାର୍ଟ ସ୍ପିକର ଇଣ୍ଟିଗ୍ରେଟେଡ ଆଲେକ୍ସ(ଯାହା କ’ଣ କରିବାକୁ ହେବ ତାହା କହିପାରିବ) ଏବଂ ଗୋଟିଏ ସେଟ୍‌ ମାଇକ୍ରୋପ୍ରୋସେସରକୁ ପ୍ରୋଗ୍ରାମ କରିବା ପରେ ରିମୋଟ୍‌ରେ ନିୟନ୍ତ୍ରଣ କରାଯାଉଛି। ମାଟିର ଆର୍ଦ୍ରତା କମୁଥିବାର ଜାଣିବା ପରେ ସିଷ୍ଟମ ମାଧ୍ୟମରେ ଜଳସେଚନ କରିପାରୁଛନ୍ତି। ସେ ଅଧ ଏକରରେ ଇଟାଲୀରୁ ଆପଲ ଗଛ ଆଣି ଲଗାଇ ଏହି ପଦ୍ଧତିରେ ପରୀକ୍ଷାମୂଳକ ଭାବେ ଭଲ ଉତ୍ପାଦନ ପାଇଛନ୍ତି।
ଏବେ ସେ ପିଏଚ୍‌ ଭାଲ୍ୟୁ ଏବଂ ମାଟିରେ ନ୍ୟୁଣ୍ଟିଟ୍‌ ଉପସ୍ଥିତି ଜାଣିବା ଲାଗି ଜ୍ଞାନକୌଶଳ ବିକାଶ କରିବାରେ ଲାଗିଛନ୍ତି। ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଘରେ ରହି ଜ୍ଞାନ କୌଶଳ ଉପଯୋଗରେ ଚାଷ କରିବା ଲାଗି କହିଥିଲେ। ଏବେ ତେଜସ୍ବୀଙ୍କ ରିମୋଟ୍‌ ଫାର୍ମିଂ ଉକ୍ତ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଛାୟା ଯୁଦ୍ଧ

ଦେଶରେ କୋଭିଡ୍‌ ଟିକାକରଣରେ ନ୍ୟାଶନାଲ ହେଲ୍‌ଥ ଅଥରିଟି (ଏନ୍‌ଏଚ୍‌ଏ)ର ପ୍ରମୁଖ ଭୂମିକା ରହିଛି। ଏଥିପାଇଁ ଏହାର ସିଇଓ ଆର୍‌.ଏସ୍‌.ଶର୍ମା ଉତ୍ତରଦାୟୀ। କୋଭିଡ୍‌ର ନୂଆ ରୂପ ଓମିକ୍ରନ୍‌...

ଚାଷୀଙ୍କୁ ଟଙ୍କା ନୁହେଁ, ଚାଷକୁ ଜଳ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଗଣତନ୍ତ୍ର ଶାସନର ଆଭିମୁଖ୍ୟ ହେଲା ଜନକଲ୍ୟାଣ। ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି, ସେମାନଙ୍କ ଧନଜୀବନ ରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ବ୍ୟକ୍ତିଗତ...

ଏଇ ଭାରତରେ

ପ୍ରାଣୀଙ୍କ ସେବା ମହତ୍‌ କାର୍ଯ୍ୟ- ଏକଥା ଅନୁଭବ କରିଛନ୍ତି ରାଜସ୍ଥାନର ଗଜରାଜ ସିଂ କଚ୍ଛଓ୍ବା। ସେଥିପାଇଁ ସେ ଜୟପୁରରେ ‘ବେଜୁବାନ୍‌ କି ରୋଷେଇ’ ବା ‘କିଚେନ୍‌...

Dillip Cherian

ବାବୁଙ୍କ ଭୟ

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ...

ଆଇନ ତା’ ବାଟରେ ଯାଉନାହିଁ

ନାରାୟଣ ମିଶ୍ର ସମ୍ବିଧାନର କୌଣସି ସ୍ଥାନରେ ଲେଖା ନାହିଁ ଯେ ସାଂସଦ ବା ବିଧାନସଭା ସଦସ୍ୟମାନଙ୍କର ସମ୍ପତ୍ତି ନିର୍ବାଚନ ବେଳେ ଦୁଇଲକ୍ଷ ଏବଂ ନିର୍ବାଚିତ ହେବାର...

ଆମ ପ୍ରିୟ ଖବରକାଗଜ

ବୈକୁଣ୍ଠନାଥ ମିଶ୍ର ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ରୂପେ ବିବେଚିତ ଖବରକାଗଜ ଏକ ବଳିଷ୍ଠ ତଥା ଲୋକପ୍ରିୟ ଗଣମାଧ୍ୟମ, ଯାହା ପାଠକୀୟ ଆଦୃତି ସହ ବ୍ୟବସାୟିକ ସଫଳତା ହାସଲ...

ନୂତନ କୃଷି ବ୍ୟବସ୍ଥା

ରାଜ୍ୟ ସଭାରେ ୨୦ ସେପ୍ଟେମ୍ବରରେ କୃଷି ଓ କୃଷକ ସଂକ୍ରାନ୍ତ ୨ଟି ବିଲ୍‌ ଗୃହୀତ ହୋଇଯାଇଛି। ସେଗୁଡିକ ହେଲା-ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ ଆଣ୍ଡ କମର୍ସ(ପ୍ରମୋଶନ...

ମାନବୀୟ ଶିକ୍ଷାର ଆଶା

ନିକଟରେ ଜର୍ମାନୀ ଓ ଆମେରିକାର ବିଦ୍ୱାନ ସାହିତି୍ୟକମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରେ ମୁଁ ପରାମର୍ଶ ଦେଇଥିଲି ଯେ, ଯଦି ଆମେ ଛାତ୍ରମାନଙ୍କ ଜୀବନରେ...

Advertisement
Archives

Model This Week