ରଘୁରାଜପୁରରେ ଡିଜାଇନ ଦେଖିଲା ଟିମ୍‌

ପୁରୀ ଅଫିସ, ୧୧ା୧୧: ଶ୍ରୀମନ୍ଦିରର ୮ ଦ୍ୱାର ରୁପା ଛାଉଣି ହେବ। ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର, ମା’ ବିମଳା ଏବଂ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭ ଦ୍ୱାରକୁ ରୁପା ଛାଉଣି କରାଯିବ। ସମସ୍ତ ଖର୍ଚ୍ଚ ଜଣେ ଦାତା ବହନ କରିବେ। ଏଥିପାଇଁ ଗଠିତ କମିଟିର ଦ୍ୱିତୀୟ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ସେଥିରେ ଆଲୋଚନା ଅନୁଯାୟୀ, ରୁପା ଛାଉଣି ଡିଜାଇନ ନିମନ୍ତେ ମଙ୍ଗଳବାର ୧୦ ଜଣିଆ ଟିମ୍‌ ଶିଳ୍ପୀ ଗ୍ରାମ ରଘୁରାଜପୁର ଯାଇ ବିଭିନ୍ନ ଚିତ୍ରକଳା ଦେଖିଛନ୍ତି। ବିଭିନ୍ନ ଦ୍ୱାର କବାଟରେ କେଉଁ ପ୍ରକାର ଡିଜାଇନ୍‌ର ରୁପା ଛାଉଣି କରାଯିବ ପରଖିବା ସହ କେତେକ ପଟଚିତ୍ର ସଂଗ୍ରହ କରିଛନ୍ତି। ଏହାପରେ ଟିମ୍‌ ସଦସ୍ୟ ଶ୍ରୀମନ୍ଦିର ଯାଇ ଦ୍ୱାରଗୁଡ଼ିକୁ ଦେଖିଛନ୍ତି। ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖି କଳିଙ୍ଗ କଳା, ସ୍ଥାପତ୍ୟ ଆଧାରରେ ଡିଜାଇନ ଚୂଡ଼ାନ୍ତ କରାଯିବ ବୋଲି ସୂଚନା ମିଳିଛି।
କମିଟିର ଦ୍ୱିତୀୟ ବୈଠକରେ ରୁପା ଡିଜାଇନ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ତେଣୁ ମଙ୍ଗଳବାର ସ୍ବତନ୍ତ୍ର ଟିମ୍‌ର ସଦସ୍ୟମାନେ ପଟଚିତ୍ରର ଅନ୍ତୁଡ଼ିଶାଳ କୁହାଯାଉଥିବା ରଘୁରାଜପୁର ଗ୍ରାମକୁ ଯାଇ ବିଭିନ୍ନ ଚିତ୍ରକଳା ଦେଖିବା ସହ କେତେକ ଡିଜାଇନ ସଂଗ୍ରହ କରିଛନ୍ତି। ସେମାନେ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ କଳିଙ୍ଗ କଳା ସ୍ଥାପତ୍ୟକୁ ବହନ କରୁଥିବା ଶତଦଳ ପଦ୍ମ, ଓଲଟା ପଦ୍ମ, ଫୁଟା ପଦ୍ମ, ଅବର୍ଣ୍ଣନୀୟ ପଦ୍ମ ଓ ସହସ୍ରଦଳ ପଦ୍ମର ଡିଜାଇନ ସଂଗ୍ରହ କରିଛନ୍ତି। ଆସନ୍ତା ୧୯ ତାରିଖରେ କମିଟିର ତୃତୀୟ ବୈଠକ ବସିବ। ଏଥିରେ ଏହି ଡିଜାଇନଗୁଡ଼ିକ ଉପସ୍ଥାପନ କରାଯିବା ପରେ ଯାହାକିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏହି ଟିମ୍‌ରେ ଶ୍ରୀମନ୍ଦିର ପରିଚାଳନା କମିଟିର ୪ ସଦସ୍ୟ, ୨ ସେବାୟତ ଏବଂ ଦାତାଙ୍କ ପକ୍ଷରୁ ୪ଜଣ ପ୍ରତିନିଧି ସାମିଲ ଥିଲେ। ଉକ୍ତ ଟିମ୍‌ ଡିଜାଇନ ସଂଗ୍ରହ କରିଥିବାରୁ ପଟଚିତ୍ରଶିଳ୍ପୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri