ଆଧାର ସହ ଲିଙ୍କ୍‌ ହେବ ସବୁ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହ ଲିଙ୍କ୍‌ କରାଯିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କଗୁଡିକ ଏ ନେଇ ନିଶ୍ଚିତ କରାଇବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ର ସରକାର ଆରମ୍ଭ କରିଥିବା ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ପଦକ୍ଷେପ ବର୍ତ୍ତମାନ ବନ୍ଦ ହୋଇନାହିଁ। ଏହି ଧାରାକୁ ଆଗେଇନେବା ଦିଗରେ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସୀତାରାମନ ମତ ରଖିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଅନେକ ବ୍ୟାଙ୍କ ଆକାଉଣ୍ଟ ଆଧାର ସହ ସଂଯୋଗ ହୋଇପାରିନାହିଁ। ୨୦୨୧ ମାର୍ଚ୍ଚ ସୁଦ୍ଧା ଆବଶ୍ୟକତା ଭିତ୍ତିରେ ଆକାଉଣ୍ଟ ଲାଗି ପାନ୍‌ ଏବଂ ପ୍ରତି ଆକାଉଣ୍ଟ ଲାଗି ଆଧାରର ଅନିବାର୍ଯ୍ୟତା ନେଇ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ)ର ଏକ କାର୍ଯ୍ୟକ୍ରମରେ ସେ ସୂଚନା ଦେଇଛନ୍ତି। ବ୍ୟାଙ୍କଗୁଡିକ ଅଣଡିଜିଟାଲ କାରବାରକୁ ନିରୁତ୍ସାହିତ କରିବା ଏବଂ ଡିଜିଟାଲ କାରବାର ଲାଗି ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରନ୍ତୁ ବୋଲି ସେ ମତ ରଖିଛନ୍ତି। ଡିଜିଟାଲ କୌଶଳ ସହ ୟୁପିଆଇ ଭିତ୍ତିକ ପେମେଣ୍ଟ, ରୁପେ କାର୍ଡକୁ ଉତ୍ସାହିତ କରିବା ଦିଗରେ ବ୍ୟାଙ୍କ ଫୋକସ କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ସେହିଭଳି ଦେଶ ମଧ୍ୟରେ ବୃହତ୍‌ ବ୍ୟାଙ୍କ ଗଠନ ଉପରେ ସରକାର ଲକ୍ଷ୍ୟ ରଖିଥିବା ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri