ଏଇ ଭାରତରେ

ସୁନା ମୂଲ୍ୟ ଅମୂଲମୂଲ। ଯେଉଁ ଜିନିଷକୁ ସୁନା ସହ ତୁଳନା କରାଯାଏ ତାହାର ମୂଲ୍ୟ ବି ଅଧିକ। ଏମିତି ଏକ କଳାସୁନା ବା ଜିଆଖତ ତିଆରି କରିଛନ୍ତି ଉତ୍ତରପ୍ରଦେଶର ସନା ଖାନ୍‌। ସେ ଏସ୍‌.ଜେ. ଅର୍ଗାନିକ୍ସ ପ୍ରତିଷ୍ଠା କରି ସେଠାରେ ଏହା ତିଆରି କରୁଛନ୍ତି । ସବୁଠୁ ବଡ଼ କଥା ହେଉଛି, ସେ ବର୍ଜ୍ୟରୁ ହିଁ ଏହି ଖତ ତିଆରି କରୁଛନ୍ତି। ସନା ରହନ୍ତି ମେରଟରେ। ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ସେଥିରେ ବିଫଳ ହେବା ପରେ ଜିଆଖତ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୧୪ରେ ତାଙ୍କ ଭାଇଙ୍କଠାରୁ ଆର୍ଥିକ ସହଯୋଗରେ ଏସ୍‌.ଜେ. ଅର୍ଗାନିକ୍ସ ଆରମ୍ଭ କରିଥିଲେ। ସେ ଖତ ତିଆରି କରିବା ପରେ ତାହାକୁ ପରୀକ୍ଷା କରାଉଛନ୍ତି। ୨୦୨୦ରେ କମ୍ପାନୀ ୫୦୦ ଟନ୍‌ ବର୍ଜ୍ୟ ସଂଗ୍ରହ କରି ସେଥିରୁ ୧୫୦ ଟନ୍‌ ଖତ ତିଆରି କରିଥିଲେ। ଏବେ ଏହି କାର୍ଯ୍ୟରେ ସେ ୩୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। କଳାସୁନା ପ୍ରସ୍ତୁତ କରି ସନା ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରୁଛନ୍ତି। ସେ ମଧ୍ୟ ମେରଟ୍‌ର ୧୦୦ ସ୍କୁଲରେ ଜିଆଖତ ତିଆରି କେନ୍ଦ୍ର ଖୋଲିଛନ୍ତି ଓ ସେଠାକାର ବର୍ଜ୍ୟକୁ ଖତରେ ପରିଣତ କରୁଛନ୍ତି। ଏହା ବ୍ୟତୀତ ସେ ଅନ୍ୟ ବ୍ୟବସାୟୀଙ୍କୁ ଏ ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

ସଂସ୍କୃତି ସୁରକ୍ଷା ଚିନ୍ତା

ଇସ୍କନ ରଥଯାତ୍ରାର ତିଥି ବାରକୁ ବେଖାତିର କରି ବିଶ୍ୱର ବିଭିନ୍ନ ଭାଗରେ ଅଦିନିଆ ରଥଯାତ୍ରା ପାଳନ କରୁଛି। ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ତଥା ଅଷ୍ଟମ ବୃହତ୍ତମ…

ପବିତ୍ରତାରେ ଭେଦଭାବ

ଚଳିତ ବର୍ଷ ରମଜାନ ମାସ ମାର୍ଚ୍ଚ ୧୬ର ଘଟଣା। ଏହି ଦିନ ବାରାଣସୀରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ୧୪ ଜଣ ମୁସଲମାନ ବ୍ୟକ୍ତି ଇଫ୍‌ତାର…

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri