‘କୋଇ’ରେ ବଢୁଛନ୍ତି କଲରାପତରିଆ

ଢେଙ୍କାନାଳ ଅଫିସ,୧୧ା୨: ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ଦୀର୍ଘବର୍ଷ ହେଲା ବିଳୁପ୍ତ ହୋଇଯାଇଛି ମହାବଳ ବଂଶ। ଏହାର ଅଭାବକୁ ଏବେ ପୂରଣ କରୁଛନ୍ତି କଲରାପତରିଆ। ସାତକୋଶିଆ ସୀମାନ୍ତ ହିନ୍ଦୋଳ ରେଞ୍ଜ୍‌ର କୋଇ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲ ଏବେ ଏମାନଙ୍କ ମୁଖ୍ୟ ବିଚରଣ ସ୍ଥଳୀ ପାଲଟିଛି। ତେବେ ମାଂସଲୋଭୀ ଶିକାରୀଙ୍କ ଫାଶ କଲରାପତରିଆଙ୍କ ପାଇଁ ବିପଦ ସାଜିଥିବାବେଳେ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଗତବର୍ଷ ବାଘ ଗଣନାରୁ ଜିଲାର ବିଭିନ୍ନ ଜଙ୍ଗଲରେ ୭ଟି କଲରାପତରିଆ ଥିବା ଜଣାପଡ଼ିଥିଲା। ଚଳିତବର୍ଷ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେବେ ପୁନର୍ବାର ଗଣନା କରାଗଲେ ଏମାନଙ୍କ ପ୍ରକୃତ ସଂଖ୍ୟା କେତେ, ତାହା ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସାତକୋଶିଆ ସୀମାନ୍ତ ଘଞ୍ଚ କୋଇ ସଂରକ୍ଷିତ ଜଙ୍ଗଲରେ ଅଧିକାଂଶ ସମୟରେ କଲରାପତରିଆ ବିଚରଣ କରୁଥିବା ବେଳେ ଟ୍ରାପ୍‌ କ୍ୟାମେରାରେ ସେମାନଙ୍କ ଗତିବିଧି କଏଦ ହେଉଛି। ଜଙ୍ଗଲ ଚତୁଃପାର୍ଶ୍ୱରେ ୧୦ ଗ୍ରାମ ଥିବାବେଳେ ସମ୍ପୃକ୍ତ ଅଞ୍ଚଳବାସୀ ବାଘଙ୍କ ଗର୍ଜନ ଶୁଣୁଥିବା କହିଛନ୍ତି। ତେବେ ଶିକାରୀଙ୍କ ଉପଦ୍ରବ ଏବେ ଏହି ପ୍ରଜାତିର ବାଘଙ୍କ ପାଇଁ ବିପଦ ପାଲଟିଛି। ନିକଟରେ କୋଇ ସଂରକ୍ଷିତ ଜଙ୍ଗଲର କୋର୍‌ ଅଞ୍ଚଳରୁ ପଳାଇ ଆସିଥିବା ଏକ ବାଘ ଶିକାରୀଙ୍କ ବାର୍‌ହା ଫାଶରେ ପଡ଼ି ମରିଥିଲା। ସେହିପରି ଅସୁସ୍ଥତା କାରଣରୁ ଅନ୍ୟ ଏକ ବାଘର ମୃତ୍ୟୁ ଘଟିଥିଲା। ଲଗାତର ଦୁଇଟି ବାଘମୃତ୍ୟୁ ପରେ ବନ ବିଭାଗ ସଜାଗ ହୋଇଉଠିଛି। କୋଇ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ତୃଣଭୋଜୀଙ୍କ ସଂଖ୍ୟା ବଢ଼ିଲେ ସମାନ୍ତରାଳ ଭାବେ ବାଘଙ୍କ ସଂଖ୍ୟା ବଢ଼ିବ। ବିଶେଷ କରି ହରିଣ, କୁଟୁରା ସଂଖ୍ୟା ବୃଦ୍ଧି କରିବା ଲାଗି ଜଙ୍ଗଲରେ ଘାସ ଲଗାଯିବ। କୋଇ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯିବ। ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଆଭ୍ୟନ୍ତରୀଣ ଜଙ୍ଗଲରେ ଅଧିକ ଟ୍ରାପ୍‌ କ୍ୟାମେରା ଲଗାଯିବ। ପାଣି ଅଭାବ ଦୂର କରିବା ଲାଗି ମୃତ୍ତିକା ସଂରକ୍ଷଣ ବିଭାଗ ଜରିଆରେ ଜଳାଶୟ ଖନନ କରାଯିବ। ଏହାକୁ ବାଦ୍‌ଦେଲେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ନିଅଁା ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଉଥିବା ଡିଏଫ୍‌ଓ ଡ. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?