‘କୋଇ’ରେ ବଢୁଛନ୍ତି କଲରାପତରିଆ

ଢେଙ୍କାନାଳ ଅଫିସ,୧୧ା୨: ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ଦୀର୍ଘବର୍ଷ ହେଲା ବିଳୁପ୍ତ ହୋଇଯାଇଛି ମହାବଳ ବଂଶ। ଏହାର ଅଭାବକୁ ଏବେ ପୂରଣ କରୁଛନ୍ତି କଲରାପତରିଆ। ସାତକୋଶିଆ ସୀମାନ୍ତ ହିନ୍ଦୋଳ ରେଞ୍ଜ୍‌ର କୋଇ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲ ଏବେ ଏମାନଙ୍କ ମୁଖ୍ୟ ବିଚରଣ ସ୍ଥଳୀ ପାଲଟିଛି। ତେବେ ମାଂସଲୋଭୀ ଶିକାରୀଙ୍କ ଫାଶ କଲରାପତରିଆଙ୍କ ପାଇଁ ବିପଦ ସାଜିଥିବାବେଳେ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଗତବର୍ଷ ବାଘ ଗଣନାରୁ ଜିଲାର ବିଭିନ୍ନ ଜଙ୍ଗଲରେ ୭ଟି କଲରାପତରିଆ ଥିବା ଜଣାପଡ଼ିଥିଲା। ଚଳିତବର୍ଷ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେବେ ପୁନର୍ବାର ଗଣନା କରାଗଲେ ଏମାନଙ୍କ ପ୍ରକୃତ ସଂଖ୍ୟା କେତେ, ତାହା ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସାତକୋଶିଆ ସୀମାନ୍ତ ଘଞ୍ଚ କୋଇ ସଂରକ୍ଷିତ ଜଙ୍ଗଲରେ ଅଧିକାଂଶ ସମୟରେ କଲରାପତରିଆ ବିଚରଣ କରୁଥିବା ବେଳେ ଟ୍ରାପ୍‌ କ୍ୟାମେରାରେ ସେମାନଙ୍କ ଗତିବିଧି କଏଦ ହେଉଛି। ଜଙ୍ଗଲ ଚତୁଃପାର୍ଶ୍ୱରେ ୧୦ ଗ୍ରାମ ଥିବାବେଳେ ସମ୍ପୃକ୍ତ ଅଞ୍ଚଳବାସୀ ବାଘଙ୍କ ଗର୍ଜନ ଶୁଣୁଥିବା କହିଛନ୍ତି। ତେବେ ଶିକାରୀଙ୍କ ଉପଦ୍ରବ ଏବେ ଏହି ପ୍ରଜାତିର ବାଘଙ୍କ ପାଇଁ ବିପଦ ପାଲଟିଛି। ନିକଟରେ କୋଇ ସଂରକ୍ଷିତ ଜଙ୍ଗଲର କୋର୍‌ ଅଞ୍ଚଳରୁ ପଳାଇ ଆସିଥିବା ଏକ ବାଘ ଶିକାରୀଙ୍କ ବାର୍‌ହା ଫାଶରେ ପଡ଼ି ମରିଥିଲା। ସେହିପରି ଅସୁସ୍ଥତା କାରଣରୁ ଅନ୍ୟ ଏକ ବାଘର ମୃତ୍ୟୁ ଘଟିଥିଲା। ଲଗାତର ଦୁଇଟି ବାଘମୃତ୍ୟୁ ପରେ ବନ ବିଭାଗ ସଜାଗ ହୋଇଉଠିଛି। କୋଇ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ତୃଣଭୋଜୀଙ୍କ ସଂଖ୍ୟା ବଢ଼ିଲେ ସମାନ୍ତରାଳ ଭାବେ ବାଘଙ୍କ ସଂଖ୍ୟା ବଢ଼ିବ। ବିଶେଷ କରି ହରିଣ, କୁଟୁରା ସଂଖ୍ୟା ବୃଦ୍ଧି କରିବା ଲାଗି ଜଙ୍ଗଲରେ ଘାସ ଲଗାଯିବ। କୋଇ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯିବ। ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଆଭ୍ୟନ୍ତରୀଣ ଜଙ୍ଗଲରେ ଅଧିକ ଟ୍ରାପ୍‌ କ୍ୟାମେରା ଲଗାଯିବ। ପାଣି ଅଭାବ ଦୂର କରିବା ଲାଗି ମୃତ୍ତିକା ସଂରକ୍ଷଣ ବିଭାଗ ଜରିଆରେ ଜଳାଶୟ ଖନନ କରାଯିବ। ଏହାକୁ ବାଦ୍‌ଦେଲେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ନିଅଁା ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଉଥିବା ଡିଏଫ୍‌ଓ ଡ. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri