ଏଇ ଭାରତରେ

ଧନୀ ଲୋକଙ୍କ ପାଇଁ ଦାମୀ ତଥା ଉନ୍ନତମାନର ଦେହଲଗା ସାବୁନ ପାଇବାରେ କିଛି ସମସ୍ୟା ନ ଥିବାବେଳେ ଆମ ଦେଶରେ ଗରିବମାନେ ଏହା ପାଇପାରି ନ ଥା’ନ୍ତି। ହେଲେ ସମୀର ଲଖାନୀଙ୍କ ପ୍ରୟାସରେ ଗରିବ ଲୋକମାନେ ଭଲ ସାବୁନ ପାଇପାରୁଛନ୍ତି। ସେ ୨୦୧୪ରେ ‘ଇକୋ ସପ୍‌ ବ୍ୟାଙ୍କ’ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସମୀର ବିଭିନ୍ନ ହୋଟେଲରୁ ବ୍ୟବହୃତ ସାବୁନ ସଂଗ୍ରହ କରି ତାହାକୁ ରିସାଇକ୍ଲିଂ କରି ସ୍ବଚ୍ଛ ବା ବିଶୁଦ୍ଧ ସାବୁନ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ଗରିବ ଲୋକଙ୍କୁ ମାଗଣାରେ ଯୋଗାଇ ଦେଉଛନ୍ତି। ସାଧାରଣତଃ ହୋଟେଲରେ ଗେଷ୍ଟମାନଙ୍କୁ ମାଗଣାରେ ଦିଆଯାଉଥିବା ସାବୁନକୁ ସେମାନେ କିଞ୍ଚିତ ବ୍ୟବହାର କରନ୍ତି କିମ୍ବା ଆଦୌ ବ୍ୟବହାର ନ କରି ଛାଡ଼ି ଚାଲିଯାଆନ୍ତି, ଯାହା ବର୍ଜ୍ୟଗଦାକୁ ଚାଲିଯାଏ। ତେବେ ସମୀର ୮ ବର୍ଷ ମଧ୍ୟରେ ସେମିତିକା ୧.୪ ମିଲିୟନ ବ୍ୟବହୃତ ସାବୁନ ହୋଟେଲଗୁଡ଼ିକରୁ ସଂଗ୍ରହ କରି ତାହାକୁ ରିସାଇକ୍ଲିଂ କରିସାରିଲେଣି। କେବଳ ଭାରତରେ ନୁହେଁ ସେ ବିଶ୍ୱରେ ୧୦ଟି ବିକାଶଶୀଳ ଦେଶରେ ୧୬ଟି ରିସାଇକ୍ଲିଂ ଶାଖା ଖୋଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri