ନୂଆବର୍ଷର ସନ୍ଦେଶ

ଇଂ. ରୌଶନ ଖାନ୍‌

ଡିସେମ୍ବର ୩୧ ମଧ୍ୟରାତ୍ର ଠିକ୍‌ ବାରଟା ବାଜିଗଲେ ବେଶ୍‌ ଅନୁଭବ କରିହୁଏ ନୂଆବର୍ଷର ପହିଲି ସ୍ପର୍ଶ। ମନ ଭିତରେ ଖେଳିଯାଏ ନୂତନ ଆଶା ଓ ଉଦ୍ଦୀପନାର ଶ୍ରୁତିମଧୁର ଧ୍ୱନି। ପଛରେ ରହିଯାଇଥିବା ବିଗତ ଦିନର ସୁଖଦୁଃଖର ଅଭିଜ୍ଞତାକୁ ପାଥେୟ କରି ବର୍ଷ ୨୦୨୩ ଆଜି ଜନ୍ମ ନେଇଛି। ଉଗ୍ରବାଦର ଶଙ୍କାକୁଳ ପରିସ୍ଥିତିରେ ଯନ୍ତ୍ରଣାର ବିଳାପ, ଉଦ୍‌ବେଗର ଉପଶମରେ ପରିଣତ କରିଛି ନୂତନ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ।
ଗୋଟିଏ ନୂଆ ବର୍ଷ, ଏକ ନୂଆ ଦିନ, ପୁଣି ଏକ ନୂଆ ସକାଳକୁ ମାନସିକ ସ୍ତରରେ ଉପଲବ୍ଧି କରିଥିବା ଅଧିକାଂଶ ବିଶ୍ୱବାସୀ ହୁଏତ ନୂଆବର୍ଷର ଜନ୍ମଦିନ ସମ୍ପର୍କିତ ଗଣନାର ସୂକ୍ଷ୍ମ ବିଚାରଧାରା ପ୍ରତି ଆଦୌ ସଚେତନ ନ ଥିଲା ପରି ମନେହୁଏ। କିନ୍ତୁ ମନରେ ଅନେକ ପ୍ରଶ୍ନ। କେବେ ହୋଇଥିଲା ଏହାର ଜନ୍ମ? ପ୍ରଚଳିତ କ୍ୟାଲେଣ୍ଡରର ନିୟମ ଭିତରକୁ କେବେ ଏହା ପ୍ରବେଶ କଲା? କିଏ ଏହାର ଅଡୁଆ ଖିଅକୁ ସଜାଡ଼ିଲା ଏବଂ କାହିଁକି? ଏମିତି ଅନେକ ଦ୍ୱନ୍ଦ୍ୱ, ଅନେକ ଛନ୍ଦ ଭିତରେ ଗତି କରି ଆମେ ଏପରି ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଥର ନୂଆବର୍ଷର ପ୍ରଥମ ଦିନଟିକୁ ଉପଭୋଗ କରିଚାଲିଛେ। ୨୦୨୨ ମସିହା ଆମଠାରୁ ବିଦାୟ ନେବା ସହିତ ଅତୀତର ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ଏହି ପୃଷ୍ଠାରେ ପୁଣି ଯୋଡ଼ି ହୋଇଯିବ ଅନେକ ଘଟଣା ଆଉ ଦୁର୍ଘଟଣା। ସଠିକ ଦିନ ଓ ତାରିଖ ଗଣନାରେ ଯଦି ଆରମ୍ଭରୁ କୌଣସି ଗୋଳମାଳ ରହିଥିବ, ତା’ହେଲେ ବସ୍ତୁ ପଛରେ ଗୋଡ଼ାଇଆସୁଥିବା ସାଧାରଣ ମଣିଷକୁ ତ କିଛି ଫରକ ପଡ଼ିବ ନାହିଁ, କିନ୍ତୁ ସମୟ ପଛରେ ଧାଇଁଥିବା ହିସାବପ୍ରେମୀଙ୍କୁ ଅଡ଼ୁଆରେ ପକାଇଦେବ ନିଶ୍ଚୟ। କେଉଁଠି କିଛି ଏକ ଗୁରୁତର ଭୁଲ ରହିଲା କି? ତାହାକୁ ଜାଣିବାର ଉତ୍ସୁକତା ବଢ଼ିବା ସ୍ବାଭାବିକ।
ଯିଶୁଙ୍କ ଜନ୍ମଠାରୁ ଦୀର୍ଘ ଦୁଇ ହଜାର ବାଇଶ ବର୍ଷ- ସତରେ କି ବିରାଟ ବ୍ୟବଧାନର ମାଇଲ ଖୁଣ୍ଟ! କିନ୍ତୁ ଅସଲ କଥାଟା ଠିକ୍‌ ତା’ନୁହେଁ। ସେହି ଦୂରତ୍ୱର ମୂଳ ସମୟ ଉପରେ ଅନେକ ପ୍ରଶ୍ନବାଚୀ। ପ୍ରକୃତ କଥା ହେଉଛି, ଷଷ୍ଠ ଶତାବ୍ଦୀ ବେଳକୁ Dynosious Exigues ନାମକ ଜଣେ ଖ୍ରୀଷ୍ଟ ସନ୍ନ୍ୟାସୀଙ୍କ ମନରେ ଯିଶୁଖ୍ରୀଷ୍ଟଙ୍କ ଜନ୍ମଠାରୁ ତାରିଖ ଗଣନା କରିବାର ଏକ ଉଜ୍ଜ୍ୱଳ ଧାରଣା ସୃଷ୍ଟି ହେଲା। ମାତ୍ର ଦୁର୍ଭାଗ୍ୟବଶତଃ ତାଙ୍କ ଗଣନା ଭୁଲ ସାବ୍ୟସ୍ତ ହେଲା। ସେ ଆନୁଷଙ୍ଗିକ ଭାବେ ତାଙ୍କ ମୂଳବର୍ଷକୁ A.D. ପରିବର୍ତ୍ତେ A.D.1 ରଖିଲେ। କାରଣ ଶୂନ୍ୟ (୦)ର ଧାରଣା ତତ୍କାଳୀନ ୟୁରୋପୀୟ ସଭ୍ୟତାରେ ନଥିଲା। ଖ୍ରୀଷ୍ଟ ପୂର୍ବ 1 B.C.E ଶେଷ ହେବା ପରଦିନ ହିଁ A.D-1 (ଖ୍ରୀଷ୍ଟବର୍ଷର ପ୍ରଥମ ଶତାବ୍ଦୀ) ଆରମ୍ଭ ହୋଇଥିଲା ଜାନୁୟାରୀ ୧ ତାରିଖରେ। ଯେହେତୁ କୌଣସି ଶୂନ୍ୟ ବର୍ଷ ନାହିଁ, ତେଣୁ ବିଂଶ ଶତାବ୍ଦୀର ସମୟକାଳ ୨୦୦୦ ମସିହା ଡିସେମ୍ବର ୩୧ରେ ଶେଷ ହେଲା ଏବଂ ଏକବିଂଶ ଶତାବ୍ଦୀ ଆରମ୍ଭ ହେଲା ୨୦୦୧ ମସିହା ଜାନୁୟାରୀ ୧ ତାରିଖ ଦିନ।
ପ୍ରତ୍ୟେକ ଡିସେମ୍ବର ୩୧ ଅର୍ଦ୍ଧରାତ୍ରରେ ଘଣ୍ଟା ୧୨ଟା ବାଜିବାର ସୂଚନା ଠିକ୍‌ ବୋଲି ମଧ୍ୟ କାହାକୁ ଜଣାନାହିଁ। ଏହାର ସବିଶେଷ କାରଣ ହେଉଛି, ପୃଥିବୀର ବିଭିନ୍ନ ସ୍ଥାନରେ ସ୍ଥାନୀୟ ସମୟର ନିର୍ଦ୍ଧାରଣ ଗ୍ରିନିଚଠାରେ ଲଗାଯାଇଥିବା ପିତ୍ତଳ ପଟିରୁ ହିଁ କରାଯାଇଥାଏ ଏବଂ ଏହା ଶୂନ୍ୟସ୍ତର ମାପକ ପେଣ୍ଡୁଲମ୍‌ଠାରୁ ୩୦୦ ଫୁଟ ବ୍ୟବଧାନରେ ରହିଛି। ସେଥିଯୋଗୁ ନୂତନ ଶତାବ୍ଦୀର ପ୍ରକୃତ ସମୟରେ ୧/୩ ସେକେଣ୍ଡର ପାର୍ଥକ୍ୟ ପରିଲକ୍ଷିତ ହୋଇଛି। ଏହି କାରଣ ଯୋଗୁ ଏହା ମଧ୍ୟ କଦାପି ନିର୍ଭୁଲ ନୁହେଁ ଯେ ବିଂଶ ଶତାବ୍ଦୀର ଆରମ୍ଭ ୧୯୦୦ ମସିହା ଡିସେମ୍ବର ୩୧ ଏବଂ ୧୯୦୯ ମସିହାର ଜାନୁୟାରୀ ୧ ତାରିଖ ମଧ୍ୟରାତ୍ର ଠିକ୍‌ ୧୨ଟାରେ ହିଁ ହୋଇଥିଲା। ତେବେ ଅସଲ ସମୟ ନିର୍ଦ୍ଧାରଣରେ ଏପରି ଗୁରୁତର ତ୍ରୁଟି ରହିଥିବା କୁହାଯାଏ। ତେବେ ନୂତନ କ୍ୟାଲେଣ୍ଡର ପ୍ରସ୍ତୁତ କଲାବେଳେ ଶୂନ (୦) ବର୍ଷକୁ ଅନ୍ତରାୟ କରିଦିଆଯାଇଥିଲା। କୌଣସି ଶୂନ୍ୟ ବର୍ଷର ବ୍ୟବଧାନ ନଥାଇ ଖ୍ରୀ.ପୂ.୧ ରୁ ଖ୍ରୀଷ୍ଟାବ୍ଦ ୧ କୁ ଲମ୍ଫ ପ୍ରଦାନ କରି ଯାଇଥିବା ପ୍ରଚଳିତ ଗଣନା ପଦ୍ଧତିର ଠିକ ମାପକାଠି କ’ଣ ଓ ତାହା ଗ୍ରହଣଯୋଗ୍ୟ ହେଲା କିପରି ? ତାହା ହିଁ ବଡ଼ ପ୍ରଶ୍ନ! ବିଶେଷଜ୍ଞଙ୍କ ଅନୁମାନରେ ଖ୍ରୀଷ୍ଟପୂର୍ବ ୪ ଥିଲା ଯିଶୁଖ୍ରୀଷ୍ଟଙ୍କ ପ୍ରକୃତ ଜନ୍ମବର୍ଷ। ସେହି ଆଧାରରେ ନୂତନ ସହସ୍ରାବ୍ଦ ୨୦୦୧ ପରିବର୍ତ୍ତେ ୧୯୯୬ରେ ଆରମ୍ଭ ହେବା ଉଚିତ। ତେବେ ଚତୁର୍ଥ ଶତାବ୍ଦୀ ବେଳକୁ ଡିସେମ୍ବର ୨୫ ତାରିଖ ଦିନ ଏହା ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।
ତେବେ ଏକ ସାଲିସ୍‌ମୂଳକ ନିଷ୍ପତ୍ତି ଉପରେ ପର୍ଯ୍ୟବସିତ ଦିବସଠାରୁ ଆମେ ୨୦୨୨ ବର୍ଷ ଅତିକ୍ରମ କରିସାରିଲୁଣି। ତଥାପି ଆଜି ଏକ ପରୀକ୍ଷାର ବେଳ ଆସିଛି। ମାନବଜାତି କେତେଦୂର ଅଗ୍ରଗତି କରିଛି, ଆମେ ନୈତିକତାର କଷଟିରେ ନିଜକୁ କେତେ ଦୂର ପରଖିଛୁ, ସେଥିପାଇଁ ଆତ୍ମଅନୁଶୀଳନ ଦରକାର। କିନ୍ତୁ ବର୍ତ୍ତମାନ ଓ ଅତୀତର ସନ୍ଧିକ୍ଷଣରେ ଭବିଷ୍ୟତର ପରିକଳ୍ପନା ଶଙ୍କାକୁଳ ହୋଇଛି। କାରଣ ଦୁର୍ଭିକ୍ଷ, ଅନାହାର, ଏଡ୍‌ସ ତଥା କରୋନାର ବିଭିନ୍ନ ଭାରିଆଣ୍ଟ, ଯୁଦ୍ଧର ଘନଘଟା, ପରମାଣୁ ଓ ଉଦ୍‌ଯାନ ବୋମା, ରାସାୟନିକ ଜୈବିକ ଅସ୍ତ୍ରର ଆତଙ୍କରେ ତଥା ବିପର୍ଯ୍ୟୟର ତାଣ୍ଡବରେ ସମଗ୍ର ବିଶ୍ୱ ଆଜି ଆତଙ୍କିତ। ଏଭଳି ସନ୍ଦିକ୍ଷଣରେ ବିଶ୍ୱ ଶାନ୍ତି ତଥା ମାନବିକତାର ରକ୍ଷା ପାଇଁ ନୂତନବର୍ଷ ଆମକୁ ସନ୍ଦେଶ ଦିଏ।
କେରଙ୍ଗ, (ଖୋର୍ଦ୍ଧା)
ମୋ: ୯୪୩୭୬୮୪୮୫୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?