ତ୍ରିକୋଣୀୟ ପ୍ରେମରୁ ହତ୍ୟା

ବାରଙ୍ଗ,୧ା୧(ଡି.ଏନ.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ବାରଙ୍ଗ ବଜାର ନିକଟରେ ଥିବା ଅର୍ଦ୍ଧର୍ନିମିତ କୋଠାଘରୁ ଜଣେ ଯୁବକଙ୍କ ମିଳିଥିବା ମୃତଦେହ ଘଟଣା ଉପରୁ ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ମୃତକଙ୍କ ପରିଚୟ ମିଳିଥିବା ବେଳେ ସେ ହେଲେ କେନ୍ଦୁଝର ଜିଲାର ନଣ୍ଡା। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଧାନମଣ୍ଡଳ ପୁରୁଷୋତ୍ତମପୁର ଶାସନ ଗାଁର ପାନା ସିଂ ଓ କଟକ ଜିଲା ବଡ଼ମ୍ବାର ବଡଦଣ୍ଡସାହି ଗାଁର କୈଳାସଚନ୍ଦ୍ର ସାହୁ ଓରଫ କାଳିଆ। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୨୧୩/୨୨) ରୁଜୁ ହୋଇଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ବେଳେ ତ୍ରିକୋଣୀୟ ପ୍ରେମ ହିଁ ହତ୍ୟାର ମୁଖ୍ୟ କାରଣ ବୋଲି ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜୋନ୍‌-୬ ଏସିପି ରମେଶଚନ୍ଦ୍ର ବିଷୋୟୀ କହିଛନ୍ତି।
ସୂଚନା ଅନୁଯାୟୀ, ଗତ ରବିବାର ସାରେ ବାରଙ୍ଗ ବଜାରସ୍ଥିତ ଏକ ଅର୍ଦ୍ଧନିର୍ମିତ କୋଠାଘରେ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିଲା। ତେବେ ଉକ୍ତ ସ୍ଥାନକୁ ନେଇ ବାରଙ୍ଗ ଥାନା ଓ ନନ୍ଦନକାନନ ଥାନା ପୋଲିସ ମଧ୍ୟରେ ସୀମା ବିବାଦ ଲାଗିବାରୁ ମୃତଦେହ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଭଳି ପଡ଼ିରହିଥିଲା। ପରେ ସ୍ଥାନୀୟ ଆର୍‌ଆଇ ଆସି ମାପଚୁପ କରିବା ପରେ ନନ୍ଦନକାନନ ଥାନା ଅଧୀନରେ ସ୍ଥାନଟି ଥିବା କହିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ପରେ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିବାସହ ଘଟଣାସ୍ଥଳରୁ ରକ୍ତଲଗା ଇଟା, ଚପଲ, ପେପରପ୍ଲେଟ, ପ୍ଲାଷ୍ଟିକ ବ୍ୟାଗ୍‌ ଆଦିକୁ ଜବତ କରିଥିଲେ। ପାରିପାର୍ଶ୍ୱିକ ପରିସ୍ଥିତି ହତ୍ୟାକାଣ୍ଡର ସନ୍ଦେହ ସୃଷ୍ଟି କରିଥିବାବେଳେ ମୃତକଙ୍କ ପରିଚୟ ମିଳି ନ ଥିବାରୁ ଏକ ଅପମୃତ୍ୟୁ ମାମଲା ରୁଜୁକରି ଥାନା ଏସ୍‌ଆଇ ସୌଭାଗ୍ୟ ଭୋଇ ତଦନ୍ତ ଚଳାଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବାରୁ ହତ୍ୟାକାଣ୍ଡ ବୋଲି ଜଣାପଡିବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଥିଲା ପୋଲିସ। ବାରଙ୍ଗ ବଜାରର ପରିବା ବେପାରୀମାନଙ୍କୁ ଏବିଷୟରେ ପଚାରିବା ପରେ ମୃତକ ଜରିଗୋଟାଳି ବୋଲି ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଜାଣିବାକୁ ପାଇଥିଲା। ବେପାରୀମାନଙ୍କଠାରୁ ସୂଚନା ପାଇ ବଜାରରେ କେତେଜଣ ବ୍ୟବସାୟୀଙ୍କ ଦୋକାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ଅନ୍ୟ ଦୁଇଜଣ ଏଥିରେ ସାମିଲ ଥିବା ଜାଣିଥିଲେ। ପରେ ଏସ୍‌ଆଇ ଭୋଇ ଏକ ଟିମ୍‌ ଦ୍ୱାରା ମୁଣ୍ଡଳି ପାଖରେ ଚଢ଼ାଉ କରି ପାନା ଓ କାଳିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଥାନାକୁ ଆଣି ଘଟଣା ବିଷୟରେ ପଚାରିବାରୁ ହତ୍ୟା କରିଥିବା ନେଇ ଦୁହେଁ ମାନିଥିଲେ। ଏହାପରେ ସେମାନେ ମୃତକ ନଣ୍ଡାର ପରିଚୟ ପୋଲିସକୁ କହିଥିଲେ।
ନଣ୍ଡା ବାରଙ୍ଗରେ ରହି ଜରି ଗୋଟାଉଥିବା ବେଳେ ପାନା ଓ କାଳିଆ ମୁଣ୍ଡଳି ପାଖରେ ରହିବା ସହ ଟ୍ରେନରେ ବାରଙ୍ଗ ଷ୍ଟେଶନକୁ ଆସି ବାରଙ୍ଗ ବଜାରରେ ଜରିଗୋଟାଇବା ଭିତରେ ନଣ୍ଡା ସହ ସାକ୍ଷାତ ହୋଇଥିଲା। ପାନା ଓ କାଳିଆଙ୍କ ମଧ୍ୟରେ ଆଗରୁ ପ୍ରେମ ସମ୍ପର୍କ ଥିବାବେଳେ ପରେ ନଣ୍ଡା ସହ ପାନାର ସମ୍ପର୍କ ବଢ଼ିଥିଲା। କାଳିଆ ଏହା ଜାଣିବା ପରେ ପାନା ସହ ପାଟିତୁଣ୍ଡ କରି ନଣ୍ଡାକୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଖୋଜିଥିଲେ। ଗତ ରବିବାର ବାରଙ୍ଗରୁ ହାଣ୍ଡିଆ ପିଇସାରିବା ପରେ ପାନା ସହ ନଣ୍ଡା ଓ କାଳିଆ ବାରଙ୍ଗ ବଜାର ତଳେ ଥିବା ଅର୍ଦ୍ଧନିର୍ମିତ କୋଠାଘରକୁ ଯାଇଥିଲେ। ସେଠାରେ ପାନାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଉତ୍ତ୍ୟକ୍ତ ହୋଇ କାଳିଆ ପାଖରେ ପଡ଼ିଥିବା ଇଟାରେ ନଣ୍ଡାର ମୁହଁ ଓ ମୁଣ୍ଡକୁ ପିଟି କ୍ଷତାକ୍ତ କରି ପଳାଇଥିଲା ବୋଲି ଜୋନ୍‌-୬ ଏସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?