ତ୍ରିକୋଣୀୟ ପ୍ରେମରୁ ହତ୍ୟା

ବାରଙ୍ଗ,୧ା୧(ଡି.ଏନ.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ବାରଙ୍ଗ ବଜାର ନିକଟରେ ଥିବା ଅର୍ଦ୍ଧର୍ନିମିତ କୋଠାଘରୁ ଜଣେ ଯୁବକଙ୍କ ମିଳିଥିବା ମୃତଦେହ ଘଟଣା ଉପରୁ ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ମୃତକଙ୍କ ପରିଚୟ ମିଳିଥିବା ବେଳେ ସେ ହେଲେ କେନ୍ଦୁଝର ଜିଲାର ନଣ୍ଡା। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଧାନମଣ୍ଡଳ ପୁରୁଷୋତ୍ତମପୁର ଶାସନ ଗାଁର ପାନା ସିଂ ଓ କଟକ ଜିଲା ବଡ଼ମ୍ବାର ବଡଦଣ୍ଡସାହି ଗାଁର କୈଳାସଚନ୍ଦ୍ର ସାହୁ ଓରଫ କାଳିଆ। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୨୧୩/୨୨) ରୁଜୁ ହୋଇଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ବେଳେ ତ୍ରିକୋଣୀୟ ପ୍ରେମ ହିଁ ହତ୍ୟାର ମୁଖ୍ୟ କାରଣ ବୋଲି ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜୋନ୍‌-୬ ଏସିପି ରମେଶଚନ୍ଦ୍ର ବିଷୋୟୀ କହିଛନ୍ତି।
ସୂଚନା ଅନୁଯାୟୀ, ଗତ ରବିବାର ସାରେ ବାରଙ୍ଗ ବଜାରସ୍ଥିତ ଏକ ଅର୍ଦ୍ଧନିର୍ମିତ କୋଠାଘରେ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିଲା। ତେବେ ଉକ୍ତ ସ୍ଥାନକୁ ନେଇ ବାରଙ୍ଗ ଥାନା ଓ ନନ୍ଦନକାନନ ଥାନା ପୋଲିସ ମଧ୍ୟରେ ସୀମା ବିବାଦ ଲାଗିବାରୁ ମୃତଦେହ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଭଳି ପଡ଼ିରହିଥିଲା। ପରେ ସ୍ଥାନୀୟ ଆର୍‌ଆଇ ଆସି ମାପଚୁପ କରିବା ପରେ ନନ୍ଦନକାନନ ଥାନା ଅଧୀନରେ ସ୍ଥାନଟି ଥିବା କହିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ପରେ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିବାସହ ଘଟଣାସ୍ଥଳରୁ ରକ୍ତଲଗା ଇଟା, ଚପଲ, ପେପରପ୍ଲେଟ, ପ୍ଲାଷ୍ଟିକ ବ୍ୟାଗ୍‌ ଆଦିକୁ ଜବତ କରିଥିଲେ। ପାରିପାର୍ଶ୍ୱିକ ପରିସ୍ଥିତି ହତ୍ୟାକାଣ୍ଡର ସନ୍ଦେହ ସୃଷ୍ଟି କରିଥିବାବେଳେ ମୃତକଙ୍କ ପରିଚୟ ମିଳି ନ ଥିବାରୁ ଏକ ଅପମୃତ୍ୟୁ ମାମଲା ରୁଜୁକରି ଥାନା ଏସ୍‌ଆଇ ସୌଭାଗ୍ୟ ଭୋଇ ତଦନ୍ତ ଚଳାଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବାରୁ ହତ୍ୟାକାଣ୍ଡ ବୋଲି ଜଣାପଡିବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଥିଲା ପୋଲିସ। ବାରଙ୍ଗ ବଜାରର ପରିବା ବେପାରୀମାନଙ୍କୁ ଏବିଷୟରେ ପଚାରିବା ପରେ ମୃତକ ଜରିଗୋଟାଳି ବୋଲି ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଜାଣିବାକୁ ପାଇଥିଲା। ବେପାରୀମାନଙ୍କଠାରୁ ସୂଚନା ପାଇ ବଜାରରେ କେତେଜଣ ବ୍ୟବସାୟୀଙ୍କ ଦୋକାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ଅନ୍ୟ ଦୁଇଜଣ ଏଥିରେ ସାମିଲ ଥିବା ଜାଣିଥିଲେ। ପରେ ଏସ୍‌ଆଇ ଭୋଇ ଏକ ଟିମ୍‌ ଦ୍ୱାରା ମୁଣ୍ଡଳି ପାଖରେ ଚଢ଼ାଉ କରି ପାନା ଓ କାଳିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଥାନାକୁ ଆଣି ଘଟଣା ବିଷୟରେ ପଚାରିବାରୁ ହତ୍ୟା କରିଥିବା ନେଇ ଦୁହେଁ ମାନିଥିଲେ। ଏହାପରେ ସେମାନେ ମୃତକ ନଣ୍ଡାର ପରିଚୟ ପୋଲିସକୁ କହିଥିଲେ।
ନଣ୍ଡା ବାରଙ୍ଗରେ ରହି ଜରି ଗୋଟାଉଥିବା ବେଳେ ପାନା ଓ କାଳିଆ ମୁଣ୍ଡଳି ପାଖରେ ରହିବା ସହ ଟ୍ରେନରେ ବାରଙ୍ଗ ଷ୍ଟେଶନକୁ ଆସି ବାରଙ୍ଗ ବଜାରରେ ଜରିଗୋଟାଇବା ଭିତରେ ନଣ୍ଡା ସହ ସାକ୍ଷାତ ହୋଇଥିଲା। ପାନା ଓ କାଳିଆଙ୍କ ମଧ୍ୟରେ ଆଗରୁ ପ୍ରେମ ସମ୍ପର୍କ ଥିବାବେଳେ ପରେ ନଣ୍ଡା ସହ ପାନାର ସମ୍ପର୍କ ବଢ଼ିଥିଲା। କାଳିଆ ଏହା ଜାଣିବା ପରେ ପାନା ସହ ପାଟିତୁଣ୍ଡ କରି ନଣ୍ଡାକୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଖୋଜିଥିଲେ। ଗତ ରବିବାର ବାରଙ୍ଗରୁ ହାଣ୍ଡିଆ ପିଇସାରିବା ପରେ ପାନା ସହ ନଣ୍ଡା ଓ କାଳିଆ ବାରଙ୍ଗ ବଜାର ତଳେ ଥିବା ଅର୍ଦ୍ଧନିର୍ମିତ କୋଠାଘରକୁ ଯାଇଥିଲେ। ସେଠାରେ ପାନାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଉତ୍ତ୍ୟକ୍ତ ହୋଇ କାଳିଆ ପାଖରେ ପଡ଼ିଥିବା ଇଟାରେ ନଣ୍ଡାର ମୁହଁ ଓ ମୁଣ୍ଡକୁ ପିଟି କ୍ଷତାକ୍ତ କରି ପଳାଇଥିଲା ବୋଲି ଜୋନ୍‌-୬ ଏସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri