ଏଇ ଭାରତରେ

ଜଳ ସଙ୍କଟ ଓ ପରିବେଶ ସୁରକ୍ଷା ପ୍ରତି ସଚେତନ ପୁଣେର ୨୭ ବର୍ଷୀୟ କେଦାର କୁଲକର୍ନି ପବ୍ଲିକ୍‌ ୟୁରିନାଲଗୁଡ଼ିକୁ ଦୁର୍ଗନ୍ଧମୁକ୍ତ କରିବା ସହ ପାଣି ଅପଚୟ ରୋକୁଛନ୍ତି। ସେ ଆବିଷ୍କାର କରିଥିବା ଓ୍ବାଟର୍‌ଲେସ ଟେକ୍ନୋଲୋଜି ମାଧ୍ୟମରେ ଏହା କରୁଛନ୍ତି। ‘ରୁତୁ ବାୟୋସିଷ୍ଟମ୍‌’ ଷ୍ଟାର୍ଟଅପ୍‌ ଦ୍ୱାରା ସେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ଦିଲ୍ଲୀ ଆଇଆଇଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଥରେ ୟୁରିନାଲ ଫ୍ଲସ୍‌ କରିବା ଲାଗି ୪ ରୁ୧୦ ଲିଟର ଯାଏ ପାଣି ଆବଶ୍ୟକ ହୁଏ। ଜଣେ ଦିନକୁ ୪ରୁ ୫ ଥର ପରିସ୍ରା କଲେ ଫ୍ଲସ୍‌ କରିବାକୁ ୨୦-୪୦ ଲିଟର ପାଣି ଲାଗିଥାଏ। କେଦାରଙ୍କ ନୂତନ ପଦ୍ଧତିରେ ଜଣେ ବ୍ୟକ୍ତି ୨୦ ଲିଟର ପାଣି ବଞ୍ଚାଇପାରୁଛି। ସେ ପ୍ରସ୍ତୁତ କରୁଥିବା ଉପତ୍ାଦଗୁଡ଼ିକରେ ଏକପ୍ରକାର ବ୍ୟାକ୍ଟେରିଆ ଓ ଏନ୍‌ଜାଇମ ରଖୁଛନ୍ତି, ଯାହାଦ୍ୱାରା ପରିସ୍ରାରେ ଥିବା ୟୁରିକ୍‌ ଏସିଡ୍‌ ପାଣି ସଂସ୍ପର୍ଶରେ ଆସିବା ପରେ ଆମୋନିଆ ବଦଳରେ ଯବକ୍ଷାରଜାନ ସୃଷ୍ଟି କରୁଛି। ଏହାଦ୍ୱାରା ଦୁର୍ଗନ୍ଧ ଦୂର ହୋଇପାରୁଛି। ଏବେସୁଦ୍ଧା ରୁତୁ ବାୟୋସିଷ୍ଟମ୍‌ ଦ୍ୱାରା ୭୦୦ ମେଟ୍ରିକ ଟନ୍‌ କାର୍ବନ ନିର୍ଗମନ ରୋକାଯାଇପାରିଛି; ଯାହା ୩୦,୦୦୦ ଗଛ ଲଗାଇବା ସହ ସମାନ। ଦେଶରେ ୧୫,୦୦୦ ପବ୍ଲିକ ଓ୍ବାଶ୍‌ରୁମ୍‌ରେ ବାୟୋବ୍ଲକ ଲଗାଇବା ଓ ଅନ୍ୟ ଉପତ୍ାଦ ବ୍ୟବହାର କରାଯାଇ ୫୫ କୋଟି ଲିଟରରୁ ଊର୍ଦ୍ଧ୍ୱ ପାଣି ବଞ୍ଚାଯାଇପାରିଛି। ୨୦୩୦ ଶେଷ ସୁଦ୍ଧା କେଦାର ୫୦,୦୦୦ରୁ ଅଧିକ ୟୁରିନାଲକୁ ଓ୍ବାଟର୍‌ଲେସ ୟୁରିନାଲ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?