ବିବାଦରେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା

ଜାମନଗର,୨୪।୧୧: ଗୁଜୁରାଟ ବିଧାନସଭାର ଉତ୍ତର ଜାମନଗର ଆସନ ନିର୍ବାଚନ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଲଢୁଛନ୍ତି। ଗୋଟିଏ ପଟେ ନଣନ୍ଦ ନୈନା କଂଗ୍ରେସ ଦଳର ହୋଇଥିବାରୁ ରିବାଭାଙ୍କୁ ବିରୋଧ କରୁଛନ୍ତି ଅନ୍ୟ ପଟେ ବିରୋଧୀମାନେ ମଧ୍ୟ ତାଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି।
ଏବେ ସେ ନିର୍ବାଚନ ପ୍ରଚାର ପୋଷ୍ଟରରେ ଟିମ ଇଣ୍ଡିଆ କ୍ରିକେଟର ଏବଂ ତାଙ୍କ ସ୍ବାମୀ ରବିନ୍ଦ୍ର ଜାଡେଜାଙ୍କ ଫଟୋ ବ୍ୟବହାର କରିଛନ୍ତି। ଫଟୋରେ ଜାଡେଜା ଭାରତୀୟ ଦଳ ଜର୍ସିରେ ନଜର ଆସିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ରିଭାବା ଏହି ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଆପଣ ମଧ୍ୟ ଭାରତର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ରୋଡ ଶୋ’ରେ ଯୋଗ ଦେଇ ପାରିବେ। ତାଙ୍କର ଏହି ପୋଷ୍ଟରୁ ରାଜନୈତିକ ବିବାଦ ଆରମ୍ଭ ହୋଇଛି।
ଆମ ଆଦମୀ ପାର୍ଟି ବିଧାୟକ ନରେଶ ବାଲିଆନ ତାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ପୂର୍ବରୁ ଭାରତୀୟ କ୍ରୀଡ଼ାବିତ୍‌ମାନେ ରାଜନୀତିରୁ ଦୂରେଇ ରହୁଥିଲେ କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ଖୋଲାଖୋଲି ରାଜନୀତି କରୁଛନ୍ତି। ପ୍ରଚାରରେ ଭାରତୀୟ ଜର୍ସି ବ୍ୟବହାର ହେବା ନିନ୍ଦନୀୟ।
ଏହାପୂର୍ବରୁ ରିଭାବା ଏକ ସାକ୍ଷାତକାରରେ କହିଥିଲେ, ତାଙ୍କ ସ୍ବାମୀ ତାଙ୍କ ପାଇଁ ଏକ ବୁଷ୍ଟର ଡୋଜ ପରି। ସେ ସବୁବେଳେ ତାଙ୍କ ରାଜନୀତି କ୍ୟାରିୟରରେ ତାଙ୍କୁ ସମର୍ଥନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରେ ପଶି କରିଥିଲେ ଚୋରି: ନାବାଳକଙ୍କ ସହ ଜଣେ ଅଟକ

ଆନନ୍ଦପୁର/ହାଟଡିହୀ,୨୦l୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ସୋସୋ ଥାନା ଜମ୍ଭୀରା ଗ୍ରାମରେ ଗତ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ପୋଲିସ…

ମୋଦିଙ୍କ ଗସ୍ତ ପୂର୍ବରୁ ଅଘଟଣ: କାର୍ଯ୍ୟକ୍ରମ ବାତିଲ ଘୋଷଣା

ଜୟପୁର,୨୦।୪: ରାଜସ୍ଥାନର ବାଲୋତ୍ରା ଜିଲାର ପାଚପଦରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରିଫାଇନାରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ…

ପ୍ରକାଶ ପାଇଲା JEE ମେନ୍‌ ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ,୨୦।୪: ସାରା ଦେଶ ମଧ୍ୟରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍‌ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ…

ସ୍ତ୍ରୀ-ପୁଅଙ୍କ ସହ କାର୍‌ରେ ଯାଉଥିଲେ, ସାମ୍ନାରୁ ବସ୍‌ ସହ ହେଲା ଧକ୍କା, ଘଟଣାସ୍ଥଳରେ…

ଆନନ୍ଦପୁର ୨୦।୪(ସୁଶାନ୍ତ କୁମାର ସାହୁ ): ବସ୍‌ କାର୍‌ ମୁହାଁମୁହିଁ ଧକ୍କା। ଜଣେ ମୃତ ତିନି ଗୁରୁତର। ଆନନ୍ଦପୁର କରଞ୍ଜିଆ ୫୩ ନମ୍ବର ରାସ୍ତାର ଗୋ ଘାଟି…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

ଗଞ୍ଜାମରେ ଏହି ଦିନଠୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଛତ୍ରପୁର ୨୦।୪(ଦିଲ୍ଲୀପ ସାମଲ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର…

‘କବିସୂର୍ଯ୍ୟଙ୍କ ରଚନାବଳୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ କାଳଜୟୀ’, ଐତିହ୍ୟ ପୂର୍ଣ୍ଣ ଜନ୍ମସ୍ଥାନର ବିକାଶ ପାଇଁ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର): କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗରଗଡ ଗ୍ରାମରେ ସୋମବାର ବୈଶାଖ ଶୁକ୍ଳ ତୃତୀୟା ତିଥିରେ…

ପଶ୍ଚାତାପ କରୁଛନ୍ତି ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀ: ଦୁଃଖରେ କହିଲେ, ବଡ଼ ଭୁଲ୍‌ କରିଦେଲି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା,୨୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବା ପାଇଁ ଅଟକିଥିବାର ଫଟୋ ଏବଂ ଭିଡିଓ ଏବେ ଘୂରି ବୁଲୁଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri