ଭାରତ-ଭାବନା: ଗାନ୍ଧୀ ବନାମ ଶ୍ରୀଅରବିନ୍ଦ

ଡ. ହୃଷୀକେଶ ମଲ୍ଲିକ

 

ଶ୍ରୀଅରବିନ୍ଦଙ୍କ ଭାରତ-ଭାବନା ଉପନିବେଶୀୟ ଶିକୁଳିରୁ ଦେଶକୁ ମୁକ୍ତ କରିବାରେ କେବଳ ସୀମିତ ନ ଥିଲା, ତହିଁରେ ନିହିତ ଥିଲା ମୁକ୍ତି ପରବର୍ତ୍ତୀ ଭାରତର ପୁନଃ ନିର୍ମାଣ ଓ ପୃଥିବୀରେ ତା’ର ଆଧ୍ୟାତ୍ମିକ ଭୂମିକାକୁ ନିଶ୍ଚିତ କରିବା। ରାଜନୈତିକ ଜୀବନରୁ ଆଧ୍ୟାତ୍ମିକ ଜୀବନକୁ ଲମ୍ଫ ପ୍ରଦାନ ସତ୍ତ୍ୱେ ଭାରତକୁ ନେଇ ତାଙ୍କର ସ୍ବପ୍ନ ତିଳାର୍ଦ୍ଧେ ସଙ୍କୁଚିତ ହୋଇ ନ ଥିଲା। ସାମ୍ନାକୁ ଯେକୌଣସି ସମସ୍ୟା ଆସୁ, ଅବିଚଳିତ ଭାବେ ତା’ର ମୁକାବିଲା କରିବାରେ ଶ୍ରୀଅରବିନ୍ଦ କେବେ ବି ପରାଙ୍‌୍‌ମୁଖ ନ ଥିଲେ। କହୁଥିଲେ: ”ଆମର ବହୁ ନିଷ୍ଠୁର କଥା ଅଛି କହିବାକୁ, କଠୋର ସ୍ବରରେ ସେସବୁକୁ କହିବାକୁ ହେବ।“
ଗାନ୍ଧୀ, ନେହରୁ ଓ ସୁଭାଷଙ୍କ ସମ୍ବନ୍ଧରେ ଟିପ୍ପଣୀ ଦେଲାବେଳେ ତାଙ୍କର ଯେଉଁ ଦୃପ୍ତି, ତାହା କୌଣସି ତଥାକଥିତ ଅଧ୍ୟାତ୍ମ-ବ୍ୟକ୍ତିତ୍ୱଙ୍କଠାରେ ଲକ୍ଷ୍ୟ କରିବା ଥିଲା ଦୁରୂହ। ଥରେ ଜଣେ ପ୍ରଶ୍ନକର୍ତ୍ତାଙ୍କ ଉତ୍ତରରେ ଶ୍ରୀଅରବିନ୍ଦ କହିଥିଲେ: ”ସାମ୍ପ୍ରତିକ ଭାରତର ଆଗଧାଡ଼ିର ବହୁ ଜାତୀୟ କର୍ମୀ ପାଶ୍ଚାତ୍ୟ-ଚିନ୍ତାଧାରା ଦ୍ୱାରା ଗଭୀର ଭାବେ କବଳିତ। ଯେପରି ଗାନ୍ଧୀ। Gandhi is a European-truly a Russian Christian in an Indian body”. ଶ୍ରୀଅରବିନ୍ଦଙ୍କର ଏ ବିଚିତ୍ର ଉତ୍ତର ଶୁଣି ପ୍ରଶ୍ନକର୍ତ୍ତା ପୁଣି ପଚାରିଥିଲେ: ”ବହୁ ଶିକ୍ଷିତ ଭାରତୀୟ ଯେ ଗାନ୍ଧୀଙ୍କୁ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ବିବେଚନା କରନ୍ତି।“ ଶ୍ରୀଅରବିନ୍ଦଙ୍କ ଉତ୍ତର ଥିଲା – ”ଏହାର କାରଣ ୟୁରୋପୀୟମାନେ ଗାନ୍ଧୀଙ୍କୁ ଆଧ୍ୟାତ୍ମିକ ମଣୁଥିଲେ। କିନ୍ତୁ ବାସ୍ତବରେ ଗାନ୍ଧୀ ଯାହା ଉପଦେଶ ଦିଅନ୍ତି, ତାହା ଭାରତୀୟ ଆଧ୍ୟାତ୍ମିକତା ନୁହେଁ, ତାହା ରୁଷୀୟ ଖ୍ରୀଷ୍ଟଧାରଣା ଉପଜାତ; ତାଙ୍କ ଅହିଂସା, ଆତ୍ମପୀଡ଼ା ଭୋଗ, ସବୁକିଛି।“
ହିନ୍ଦୁ-ମୁସଲମାନ ବିଭେଦ କ୍ଷେତ୍ରରେ ଗାନ୍ଧୀ ମୁସଲମାନମାନଙ୍କୁ ଅଧିକ ଗୁରୁତ୍ୱଦେଇ ସେମାନଙ୍କ ଅସନ୍ତୋଷକୁ ଚାପିଦେବାର ଯେଉଁ ଆଶା ରଖୁଥିଲେ, ତାହା ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ଥିଲା ଏକ ଛଳ କୂଟନୀତି; ଯହିଁରେ ନିହିତ ଥିଲା ହିନ୍ଦୁ-ମୁସଲମାନ ଐକ୍ୟ ପ୍ରତିଷ୍ଠାକୁ ଅଧିକ ସମସ୍ୟା ସଙ୍କୁଳ କରିଦେବାର ଅସଲ ମଞ୍ଜି। ମୁସଲମାନ ସଂସ୍କୃତିରେ ଉପଲବ୍ଧ ସକାରାତ୍ମକ ବୈଶିଷ୍ଟ୍ୟଗୁଡ଼ିକୁ ହିନ୍ଦୁମାନେ ଯେପର୍ଯ୍ୟନ୍ତ ଗ୍ରହଣ କରିବାରେ ସଫଳ ହୋଇ ନ ଥିବେ, ସେ ପର୍ଯ୍ୟନ୍ତ ହିନ୍ଦୁ-ମୁସଲମାନ ବିବାଦ ଏକ ଜଟିଳ ସମସ୍ୟା ହୋଇ ରହିଥିବ। ଅତୀତରେ ଆମେ କାହା କାହାଠୁଁ କେତେ କଥା ଗ୍ରହଣ ନ କରିଛେଁ! ଗ୍ରୀକ୍‌ମାନଙ୍କଠୁଁ ଶିଖିଛେଁ ‘ସ୍ଥାପତ୍ୟ’ ଓ ପାର୍ଶୀଙ୍କଠୁଁ ‘ଅଙ୍କନକଳା’। କିନ୍ତୁ ଗ୍ରହଣୀୟ ହେବା ପୂର୍ବରୁ ମୁସଲମାନମାନଙ୍କୁ ସର୍ବପ୍ରଥମେ ସହନଶୀଳତା ଶିଖିବାକୁ ହେବ।
ଏ ଗଲା ଭାରତର ସାମ୍ପ୍ରଦାୟିକ ବିଭେଦ ସମାଧାନରେ ଗାନ୍ଧୀ ବିଚାରଧାରାରୁ ପୃଥକ୍‌ ଶ୍ରୀଅରବିନ୍ଦୀୟ ସୂତ୍ର। ଏହିପରି ଭାରତର ସ୍ବାଧୀନତା ଓ ଉତ୍ତର-ସ୍ବାଧୀନ ଭାରତ ନିର୍ମାଣକୁ ନେଇ ଶ୍ରୀଅରବିନ୍ଦଙ୍କର ମୌଳିକ ବହୁ ଭାବନା ରହିଛି, ଯାହା ନେହରୁ ଓ ସୁଭାଷଙ୍କ ବିଚାରଧାରାଠୁଁ ସ୍ବତନ୍ତ୍ର ଓ ଅଧିକ ମହତ୍ତ୍ୱପୂର୍ଣ୍ଣ। ତାଙ୍କ ମତରେ ପୃଥିବୀର ମହତ୍ତର ପରିବର୍ତ୍ତନରେ ଭାରତର ଭୂମିକା ଅଶେଷ ସମ୍ଭାବନାରେ ପରିପୂର୍ଣ୍ଣ, କାରଣ ଏହାର ଏକ ସମୃଦ୍ଧ ଅତୀତ ଅଛି ଓ ଏଥିରେ ଠୁଳ ହୋଇଛି ଅନନ୍ତ ଆଧ୍ୟାତ୍ମିକ ଶକ୍ତି। ଏହା ସତ୍ତ୍ୱେ ଭାରତ ଯଦି ତା’ର ନିଜସ୍ବ ସମ୍ଭାବନା ପ୍ରତି ବିମୁଖ ରହେ, ତେବେ ଭାରତକୁ ପରିତ୍ୟାଗ କରି ‘ସତ୍ୟ’ ହୁଏତ ଆଉ କେଉଁଠି ରୂପ ନେବ। କାରଣ ‘ସତ୍ୟ’ର ମାଲିକାନା କେବଳ ଭାରତଠିଁ ନିହିତ ନାହିଁ।
‘ଭାରତ ଉଦୟ’ର ଅର୍ଥ ହେଉଛି ଶ୍ରୀଅରବିନ୍ଦଙ୍କ ବିଚାରରେ ତା’ର ଆଧ୍ୟାତ୍ମିକତାର ଉଦୟ। ‘ସ୍ବରାଜ’, ‘ସ୍ବଦେଶୀ’ ଓ ‘ଅସହଯୋଗ’ ଭଳି ପ୍ରସଙ୍ଗରେ ସେ ‘ବନ୍ଦେ ମାତରମ୍‌’ରେ ନିଜର ଖୁବ୍‌ ସ୍ପଷ୍ଟ ମତ ରଖି ଯାଇଛନ୍ତି । ପରେ ଗାନ୍ଧୀ ଏସବୁ ଗ୍ରହଣ କରିଛନ୍ତି। ଖିଲାଫତ୍‌ ଆନ୍ଦୋଳନକୁ ଗାନ୍ଧୀଙ୍କ ଆଖିବୁଜା ସମର୍ଥନକୁ ଶ୍ରୀଅରବିନ୍ଦ ଗ୍ରହଣ କରିପାରିନାହାନ୍ତି। କାରଣ ତାଙ୍କର ଅନୁମାନ ହୋଇଛି ଯେ, ଏହା ହିନ୍ଦୁ-ମୁସଲମାନ ବିଭାଜନକୁ ଅଧିକ ଜଟିଳ କରିବ। ଗାନ୍ଧୀଙ୍କ ସହ ଶ୍ରୀଅରବିନ୍ଦଙ୍କ ଅସହମତିର ଅନ୍ୟ ଦୁଇଟି ଦୃଷ୍ଟାନ୍ତ ହେଉଛି: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତର ଅଂଶଗ୍ରହଣ ଓ କ୍ରିପ୍‌ସଙ୍କ ୧୯୪୨ ପ୍ରସ୍ତାବକୁ ମାନିନେବା। ଶ୍ରୀଅରବିନ୍ଦ ଏହାକୁ ସମର୍ଥନ କରୁଥିବା ବେଳେ ଗାନ୍ଧୀ ଥିଲେ ଏହାର ବିରୋଧୀ। କ୍ରିପ୍‌ସ ପ୍ରସ୍ତାବ ଦେଇଥିଲେ ଯେ ଭାରତ ଯଦି ଯୁଦ୍ଧରେ ଇଂଲଣ୍ଡର ପକ୍ଷ ନିଏ, ତେବେ ଅଖଣ୍ଡ ଭାରତ ତା’ର ପ୍ରାପ୍ୟ ହେବ। ଜିନ୍ନା ଏହାକୁ ବିରୋଧ କରିବା ସ୍ବାଭାବିକ ଥିଲା, କାରଣ ଏଥିରେ ‘ପାକିସ୍ତାନ ଗଠନ’ର ପ୍ରତିଶ୍ରୁତି ନ ଥିଲା। କିନ୍ତୁ ଗାନ୍ଧୀ ଅମଙ୍ଗ ହେବାର କାରଣ ଥିଲା ଅବୋଧ୍ୟ। ସେ କାହିଁକି ଯେ କ୍ରିପ୍‌ସଙ୍କ ପ୍ରସ୍ତାବକୁ ‘ଏକ ଖାଲି ଚେକ୍‌ରେ ଦସ୍ତଖତ ଦେବା’ ବୋଲି ମନେକଲେ ବୁଝି ହୁଏନା। ଅବଶେଷରେ ଭାରତ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜମାନଙ୍କର ପକ୍ଷ ନେଲା, କିନ୍ତୁ ମୂଳରୁ ଯଦି କ୍ରିପ୍‌ସଙ୍କ ପ୍ରସ୍ତାବକୁ ମାନିନେଇ ଥାଆନ୍ତା, ତେବେ ହୁଏତ ଭାରତର ବିଭାଜନକୁ ଏଡ଼ାଯାଇପାରିଥା’ନ୍ତା!
କୌଣସି ଘଟଣା ପଛରେ ଥିବା ବହୁଦୂର ଭବିଷ୍ୟକୁ ଦେଖିପାରିବାରେ ଏହାଥିଲା ଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କ ମଧ୍ୟରେ ସାମର୍ଥ୍ୟଗତ ଫରକ। ଭାରତର ସ୍ବାଧୀନତା ଆନ୍ଦୋଳନରେ ସ୍ଥଳବିଶେଷରେ ଶକ୍ତି ପ୍ରୟୋଗର ଯାଥାର୍ଥ୍ୟରେ ଶ୍ରୀଅରବିନ୍ଦ ବିଶ୍ୱାସୀ ଥିଲେ। ‘ମୁଁ ଜଣେ ନଂପୁସକ ନୀତିବାଦୀ ବା ଦୁର୍ବଳ ଶାନ୍ତିବାଦୀ ନୁହେଁ’- ଏହା ଥିଲା ତାଙ୍କର ଅଭିବ୍ୟକ୍ତି।
ଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କ ମତାନ୍ତର (ମନାନ୍ତର ନୁହେଁ) ସବୁକୁ ଖୋଜି ବସିଲେ ଅନେକ ରୋଚକ ଓ କୌତୂହଳୋଦ୍ଦୀପକ ଘଟଣା ଆମ ଦୃଷ୍ଟିକୁ ଆସେ। ଥରେ ଶ୍ରୀଅରବିନ୍ଦ ତାଙ୍କର ଏକ ଲେଖାରେ ଜନ୍ମ ନିୟନ୍ତ୍ରଣକୁ କରାଯାଇଥିବା ଏକ ସମାଲୋଚନାର ବିପକ୍ଷରେ ଲେଖିଥା’ନ୍ତି। କହିଥା’ନ୍ତି: ”ବୈଜ୍ଞାନିକ ଓ ଡାକ୍ତରମାନେ ଜନ୍ମ ନିୟନ୍ତ୍ରଣ ପାଇଁ ଏପରି ଏକ ପଦ୍ଧତିର ଆବିଷ୍କାର କରିଛନ୍ତି, ଯଦ୍ଦ୍ବାରା ବିନା କ୍ଷୟକ୍ଷତିରେ ଜନ୍ମ ନିୟନ୍ତ୍ରଣକୁ ଫଳପ୍ରଦ କରାଯାଇପାରିବ। ଏହାର ଲକ୍ଷ୍ୟ ଦୁଇଟି। ପ୍ରଥମଟି ହେଲା- ବହୁ ସନ୍ତାନ ପ୍ରସବକୁ ପ୍ରତିହତ କରିବା ଓ ଦ୍ୱିତୀୟଟି ମା’ମାନଙ୍କୁ ସୁସ୍ଥ ସବଳ ରଖିବା, ଯାହା ପରିଣତିରେ ସେମାନଙ୍କ ଜନ୍ମିତ ଅଳ୍ପସଂଖ୍ୟକ ସନ୍ତାନଙ୍କୁ ମଧ୍ୟ ସୁସ୍ଥ ରଖିପାରିବ। ଏହା ପଢ଼ି ଜଣେ ପ୍ରଶ୍ନ କଲେ- ”ଗାନ୍ଧୀ କିନ୍ତୁ ଜନ୍ମ ନିୟନ୍ତ୍ରଣ ପାଇଁ ପ୍ରସ୍ତାବିତ ଏଇ ପଦ୍ଧତିକୁ ଯେଉଁ ଡାକ୍ତରମାନେ ବିରୋଧ କରୁଛନ୍ତି, ସେ ସମସ୍ତଙ୍କ ନାମ ତାଲିକା ଦେଇଛନ୍ତି।“ ଏହା ଶୁଣି ଶ୍ରୀଅରବିନ୍ଦ ଚଟ୍‌କିନା ଉତ୍ତରଦେଲେ- ”ଗାନ୍ଧୀ ବୋଧହୁଏ ପଦ୍ଧତିଟିକୁ ସମର୍ଥନ କରୁଥିବା ଡାକ୍ତରମାନଙ୍କ ନାମ ଉଲ୍ଲେଖ କରିବାକୁ ଭୁଲି ଯାଇଛନ୍ତି। ପୁଣି ସେଇ ନୀତିବାଦୀ ରୋଗ।“ ମତାନ୍ତର କେବେକେବେ ଯେ ଅସୂୟା ପ୍ରଣୋଦିତ ନ ହୋଇ ରସିକତାପୂର୍ଣ୍ଣ ହୋଇପାରେ, ଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କ ଏପରି କଥା କଟାକଟି ବିଷୟରେ ଅବଗତ ନ ହେଲେ ଜାଣିହୁଏ ନାହିଁ।
ଭାରତର ସୁଦୀର୍ଘ ଯାତ୍ରାପଥରେ ସ୍ବାଧୀନତା ହାସଲକୁ ଶ୍ରୀଅରବିନ୍ଦ ଏକ ପାହାଚ ମାତ୍ର ବୋଲି ବିଚାରୁ ଥିଲେ। ସେ କହୁଥିଲେ- ଅତୀତରେ ଦୃଢ଼ ଥିବା ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭିତ୍ତି, ଯାହା ପରିବର୍ତ୍ତନ ପ୍ରତି ବିମୁଖ ନୁହେଁ, ତଦ୍ଦ୍ବାରା ହିଁ ନବଭାରତର ମୂଳଦୁଆ ପତନ ସମ୍ଭବ। କିନ୍ତୁ ଏସବୁକୁ ଭାଙ୍ଗିଦେଇ ଧୂଅଁାଳିଆ ‘ଧର୍ମନିରପେକ୍ଷତା’ର ପ୍ରବର୍ତ୍ତନ ଦ୍ୱାରା ଏହା କଦାପି ସମ୍ଭବ ନୁହେଁ। ଯେ ଯାହାହେଉ, ଭାରତ ନିର୍ମାଣକୁ ନେଇ ଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କ ମଧ୍ୟରେ ଏକାଧିକ କ୍ଷେତ୍ରରେ ତୁମୁଳ ମତପାର୍ଥକ୍ୟ ସତ୍ତ୍ୱେ ଉଭୟ ଉଭୟଙ୍କ ପ୍ରତି ଯେ ଅତ୍ୟନ୍ତ ଶ୍ରଦ୍ଧାଶୀଳ ଥିଲେ, ଏଥିରେ ସନ୍ଦେହ ନାହିଁ। ଗୋଟିଏ ବାକ୍ୟରେ କହିଲେ ଭାରତ-ଭାବନାରେ ଉଭୟେ ଥିଲେ ଉଭୟଙ୍କର ପ୍ରତ୍ୟାଶିତ ପରିପୂରକ।
ମୋ-୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?