ଏଇ ଭାରତରେ

ନିଷ୍ଠାପର ତଥା ନିରବଚ୍ଛିନ୍ନ ପ୍ରୟାସରେ ସମାଜର ବିକାଶ ସମ୍ଭବ, ଯାହା କରିଛନ୍ତି ମହାରାଷ୍ଟ୍ରର ଚଇତରାମ ପାଓ୍ବାର। ସେ ଗୋଟିଏ ଗାଁକୁ ସମ୍ପୂର୍ଣ୍ଣ ‘ସୋଲାର ଗାଁ’ କରିପାରିଛନ୍ତିିି। ଏଥିପାଇଁ ଚଇତରାମଙ୍କୁ ଲାଗିଯାଇଛି ୧୫ ବର୍ଷ। ଢୁଲେ ସହରଠାରୁ ୧୦୦ କି.ମି. ଦୂରରେ ଅବସ୍ଥିତ ଏହ ଆଦିବାସୀ ଗାଁର ଲୋକସଂଖ୍ୟା ୧୦୦୦। ଏବେ ଗାଁର ସମସ୍ତଙ୍କ ଘରେ କୁକର୍‌ଠାରୁ ଆରମ୍ଭ କରି ସୋଲାର୍‌ ଲାଇଟ ବ୍ୟବସ୍ଥା ରହିଛି। ସୋଲାର ପମ୍ପ ବି ଚାଲୁଛି ସୌର ଶକ୍ତିରେ। ଏହି ଦୁର୍ଗମ ଗାଁରେ ପୂର୍ବରୁ ଦିନକୁ ୧୨ ଘଣ୍ଟା ପାଓ୍ବାର କଟ୍‌ ହେଉଥିଲା। ଏହାଦ୍ୱାରା କୃଷି ବାଧାପ୍ରାପ୍ତ ହେଉଥିଲା। ତେବେ ସୋଲାର ପମ୍ପ ସୌର ଶକ୍ତିରେ ଚାଲୁଥିବାରୁ ଜଳସେଚନ ସମସ୍ୟା ଦୂର ହୋଇପାରିଛି। ଚଇତରାମ ଦୀର୍ଘ ୩୦ ବର୍ଷ ହେବ ନିଜକୁ ସମାଜସେବାରେ ଜଡିତ ରଖିଛନ୍ତି। ପାରମ୍ପରିକ ଶକ୍ତିର ବିକାଶ ଉପରେ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି। ବନବାସୀ କଲ୍ୟାଣ ଆଶ୍ରମ ସଂଗଠନ ମାଧ୍ୟମରେ ସେ ଏହି କାର୍ଯ୍ୟକୁ ସଂଚାଳନ କରୁଛନ୍ତି। ଏହି କାର୍ଯ୍ୟ ଲାଗି ପ୍ରଧାନମନ୍ତ୍ରୀଙ୍କଠାରୁ ‘ରୁରାଲ ଆଚିଭର’ ପୁରସ୍କାର ଗ୍ରହଣ କରିଛନ୍ତି। କୃଷି , ଜଳ ସଂରକ୍ଷଣ, ବନୀକରଣ ପାଇଁ ବି ବିଭିନ୍ନ ଅଭିଯାନ ଚଳାଉଛନ୍ତି। ଏବେ ପାଖାପାଖି ଗାଁଗୁଡ଼ିକ ବାରିପଦା ଭଳି ସୋଲାର ଗାଁ ହେବା ଲାଗି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri