ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରର ଅମରେନ୍ଦ୍ର ବଜାରରେ ଚାଲିଥିଲା ନକଲି ଟଙ୍କା ଛାପା କାରଖାନା। ବାଇକ୍ କିଣିବାବେଳେ ୧ ଲକ୍ଷ ୨୫ ହଜାର ନକଲି ୫୦୦ ଟଙ୍କିଆ ଜବତ ପରେ ଏହା ଦୃଷ୍ଟିକୁ ଆସିଛି। ଥାନାଠାରୁ ପ୍ରାୟ ୫୦୦ ମିଟର ଦୂରରେ ନକଲି ଟଙ୍କା ଛପାଯାଉଥିଲେ ମଧ୍ୟ ଟେର ନ ପାଇବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନକଲି ଟଙ୍କା ଛପାଇବା ଓ ବାଇକ୍ କିଣିବା ବେଳେ ଏହା ଦେବା ଅଭିଯୋଗରେ ଟାଉନ ଥାନା ପୋଲିସ ଓକିଲ ଖଣ୍ଡପଡ଼ା ଥାନା କୋସକା ଫାଣ୍ଡି ଶରଧାପୁର ଗଁାର ଦିବ୍ୟରଞ୍ଜନ ହୋତାଙ୍କୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଜଣଙ୍କୁ ପୋଲିସ ଅଟକ ରଖିଛି। ପୋଲିସ ଉକ୍ତ କାରଖାନା ଉପରେ ଚଢ଼ାଉ କରି ନଷ୍ଟ ହୋଇଥିବା କିଛି ୫୦୦ ଓ ୨ ହଜାର ଟଙ୍କିଆ ନୋଟ ଜବତ କରିଛି। ଏହାସହ କମ୍ପ୍ୟୁଟର, ପ୍ରିଣ୍ଟର ଓ ବିଭିନ୍ନ ସରଞ୍ଜାମ ଜବତ କରିଛି। ନକଲି ଟଙ୍କା ଜବତ ଓ ଛାପା କାରଖାନା ଠାବ ପରେ ବଜାରରେ ନକଲି ଟଙ୍କା ବୁଲୁଥିବା ଚର୍ଚ୍ଚା ହେଉଛି। ଆଇଆଇସି ଜୟଦୀପ ମହାନ୍ତିଙ୍କ ସୂଚନା ଅନୁସାରେ ଓକିଲ ଦିବ୍ୟରଞ୍ଜନ ଏକ ବାଇକ୍ କିଣିବାକୁ ମଙ୍ଗଳବାର ଶୋ’ରୁମ୍କୁ ଯାଇଥିଲେ। ସେଠାରେ ବାଇକ୍ ବାବଦକୁ ସେ ୧ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ। ତେବେ ଏଥିରୁ ୫ ହଜାର ଟଙ୍କାକୁ ଛାଡିଦେଲେ ଅବଶିଷ୍ଟ ୧ ଲକ୍ଷ ୨୫ ହଜାର ଟଙ୍କା ନକଲି ଥିଲା। ଏ ନେଇ ଶୋ’ରୁମ୍ କର୍ତ୍ତୃପକ୍ଷ ଅବଗତ ହେବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ନକଲି ଟଙ୍କା ଜବତ କରିବା ସହ ଓକିଲଙ୍କୁ ଗିରଫ କରିଥିଲା। ଏ ନେଇ ଦଫା ୪୮୯ ବି ଓ ୪୮୯ ସିରେ ମାମଲା (ନଂ.୧୬୬/୨୦) ରୁଜୁ ହୋଇଛି। ଦିବ୍ୟରଞ୍ଜନ ୬ବର୍ଷ ହେଲା ଅମରେନ୍ଦ୍ର ବଜାରରେ ଘରଭଡ଼ା ନେଇ ରହିଆସୁଥିଲେ।
Posted inଆମ ଜିଲା ଖବର, ନୟାଗଡ଼ View All

ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ
ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି।...

ଖଣି ଖାଦାନରେ କାମ କରୁଛି ଯନ୍ତ୍ର
ଯାଜପୁର ଅଫିସ,୮।୩: ଯାଜପୁର ଜିଲାର ଅଧିକାଂଶ ଖଣି ଖାଦାନରେ ଯନ୍ତ୍ର କାମ କରୁଛି। ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଅଞ୍ଚଳ ଲୋକେ କାମ...

ଅନୁଗୋଳରେ ସକ୍ରିୟ ବେଟିଂ ର଼୍ୟାକେଟ୍
ଅନୁଗୋଳ ଅଫିସ, ୫।୧୦: ଆଇପିଏଲ୍ ସହ ଆରମ୍ଭ ହୋଇଛି ଫଟାଫଟ୍ କ୍ରିକେଟ୍ ଋତୁ। ଦୁବାଇରେ ହେଉଛି ଛକା, ଚୌକା ବର୍ଷା। କେତେବେଳେ ଲୋ ସ୍କୋରିଂ ତ ଆଉ...

୨ ଥର ଡିଏଲ୍ ରଦ୍ଦ ହେଲେ ଚଲାଇପାରିବେନି ଗାଡ଼ି
ଭଞ୍ଜନଗର,୧୮।୧: କରୋନା ମହାମାରୀ ସମୟରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଥିଲେ ବି ଭଞ୍ଜନଗର ଉପଖଣ୍ଡରେ ଦୁର୍ଘଟଣା ଜନିତ ମୃତ୍ୟୁହାର ବଢ଼ିବାରେ ଲାଗିଛି। ୨୦୨୦ରେ ଉପଖଣ୍ଡରେ...

ଲକ୍ଡାଉନ୍ ଯୋଗୁ ବଢ଼ିଛି ଦେଶୀ ମଦ ମାଫିଆଙ୍କ ପ୍ରାର୍ଦୁଭାବ: ଜଙ୍ଗଲରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ପୋଚ ନଷ୍ଟ କଲା ବାଲିଗୁଡ଼ା ପୋଲିସ, ଜଣେ ଗିରଫ
ବାଲିଗୁଡ଼ା,୧୮।୪.(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ପୋଲିସ ୧୨୦୦ ଲିଟର ମହୁଲ ପୋଚ ସହ ମଦ...

ବ୍ରହ୍ମପୁର ସହରରେ କରୋନା ଭୟ: ଫାଷ୍ଟ ଗେଟ ସିଲ୍
ବ୍ରହ୍ମପୁର ଅଫିସି,୧୩।୭: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସହର ଜିଲାର ଏକ ମାତ୍ର ପ୍ରମୁଖ ସହର ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ।...

ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ପିଆର୍ଏମ୍ ମେଡିକାଲ କଲେଜରେ ଉତ୍ତେଜନା; କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ରଖି ଧାରଣା
ବାରିପଦା ଅଫିସ,୯।୬- ମୟୁରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବଳିକାଙ୍କ ମୃତ୍ୟୁ...

ଏଣ୍ଡୋକ୍ରାଇନ୍ ସୋସାଇଟି ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ ରୋଗୀଙ୍କ ପାଇଁ ଡାକ୍ତର ଦେବତାତୁଲ୍ୟ: ରାଜ୍ୟପାଳ
ବ୍ରହ୍ମପୁର ଅଫିସ,୧୫ା୧୨-ଭାରତୀୟ ସଂସ୍କୃତିରେ ଡାକ୍ତରଙ୍କୁ ଭଗବାନଙ୍କ ସଦୃଶ ବିବେଚନା କରାଯାଇଛି ା ଭଗବାନ ଯେପରି ମନୁଷ୍ୟର ସମସ୍ୟା, ବ୍ୟାଧି ଦୂର କରିଥାନ୍ତି, ସେହିପରି ଡାକ୍ତର ରୋଗୀଙ୍କ...