ଏଇ ଭାରତରେ

ଏମିତି ସ୍କୁଲ ଯେଉଁଠି ଘର ନାହିଁ କି ଶ୍ରେଣୀ ବ୍ୟବସ୍ଥା ନାହିଁ କିମ୍ବା ପରୀକ୍ଷା କରାଯାଏ ନାହିଁ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମହାରାଷ୍ଟ୍ରର ଏକ ଦମ୍ପତିଙ୍କ ଦ୍ୱାରା ଏମିତିକା ଏକ ସ୍କୁଲ ଚାଲିଛି। ସଚିନ ଦେଶାଇ ଓ ତାଙ୍କ ସ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଉକ୍ତ ସ୍କୁଲ ନାମ ‘ସ୍ୟାମନ୍ତକ’ ବା ଜୀବନର ବିଶ୍ୱବିଦ୍ୟାଳୟ। ସ୍କୁଲର ପାଠ୍ୟକ୍ରମରେ ରହିଛି ନିଆରା ବ୍ୟବସ୍ଥା। ପାରମ୍ପରିକ ଶିକ୍ଷା ସହ ବାସ୍ତବ ବିଶ୍ୱର ସମସ୍ୟାକୁ ମୁକାବିଲା କରି ଏକ ଉତ୍କୃଷ୍ଟ ଜୀବନ ଜିଇବାର କଳା ସମ୍ପର୍କରେ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି। ମହାରାଷ୍ଟ୍ର ଧାମପୁର ଜଙ୍ଗଲରେ ଏହି ସ୍କୁଲ ଅଛି। ଦମ୍ପତି ଏହାକୁ ୨୦୦୭ରେ ପ୍ରତିଷ୍ଠା କରିଥିଲେ ଓ ତାଙ୍କ ଝିଅ ଥିଲେ ଏହାର ପ୍ରଥମ ଛାତ୍ରୀ। ପରେ ଅନେକ ଶହ ପିଲା ଏହି ସ୍କୁଲରେ ଯୋଡ଼ି ହୋଇଛନ୍ତି। ସେମାନଙ୍କୁ କୃଷି, ପରିବେଶ ଏବଂ ସଂସ୍କୃତି ସହ ରୋଷେଇ, ପରିବେଶ ସହନୀୟ ସ୍ଥିତିରେ କୁଶଳୀ ହେବା ଉପରେ ଗୁରୁତ୍ୱ ଦେଉଛନ୍ତି ଉକ୍ତ ଦମ୍ପତି। ସ୍କୁଲରୁ ଏଭଳି ଶିକ୍ଷା ଲାଭକରି ଅନେକ ପିଲା ଫୁଡ୍‌ ଲାବ୍‌ରେ କାର୍ଯ୍ୟ କରୁଛନ୍ତି। ଉକ୍ତ ସ୍କୁଲର ଏକ ଏଣ୍ଟରପ୍ରେନ୍ୟୁୟର ସଂସ୍ଥା ରହିଛି; ଯାହାର ନାମ ‘ସ୍ବୟଂ’। ଏଠାରେ ପିଲାମାନେ ଫଳ,ସପୁରିରୁ ଆଚାର ପ୍ରସ୍ତୁତ କରୁଛନ୍ତି। ଏସବୁ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ କରାଯାଉଛି। ଏହା ବ୍ୟତୀତ ହଳଦୀଗୁଣ୍ଡ, ସାବୁନ ମଧ୍ୟ ତିଆରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri