ଏଇ ଭାରତରେ

‘ସାଝେ ସ୍ବପ୍ନ’-ନାଁଟି ଶୁଣିବାକୁ ଯେମିତି କାମ ବି ସେମିତି। ଏହା ହେଉଛି ସେହି ଏନ୍‌ଜିଓ, ଯାହା ହିମାଚଳପ୍ରଦେଶ ଗ୍ରାମୀଣ ମହିଳାମାନଙ୍କ ନିଯୁକ୍ତି ସ୍ବପ୍ନ ପୂରଣ କରିବାରେ ଲାଗିଛି। ଏହାର ପ୍ରତିଷ୍ଠାତା ସୁରଭି ଯାଦବ। ସୁରଭି ଉକ୍ତ ଏନ୍‌ଜିଓ ମାଧ୍ୟମରେ ମହିଳାମାନଙ୍କୁ ମାର୍କେଟ ଜବ୍‌ ଯୋଗାଇ ଦେଉଛନ୍ତି। ସେ ଦିଲ୍ଲୀ ଆଇଆଇଟିରୁ ଶିକ୍ଷା ଶେଷ କରିବା ପରେ ମହିଳାମାନଙ୍କ ମଧ୍ୟରେ ନିଯୁକ୍ତିର ନୈରାଶ୍ୟଜନକ ସ୍ଥିତି ଦେଖି ଉକ୍ତ କାର୍ଯ୍ୟ ଆରମ୍ଭ କରିଥିଲେ। କୋଭିଡ୍‌ ମହାମାରୀ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ବେଳେ ମହିଳାମାନଙ୍କ ଶିକ୍ଷାର ଆବଶ୍ୟକତା ରହିଥିବା ଅନୁଭବ କରିଥିଲେ। ସେମାନଙ୍କ ନିକଟରେ ଇଣ୍ଟରନେଟ୍‌ ସବୁଧା ବି ନ ଥିଲା, ଯେଉଁଥିପାଇଁ ସେ ୨୦୨୦ରେ ପ୍ରଥମେ ୫ ଜଣ ଝିଅଙ୍କୁ ପଢ଼ାଇବା ଆରମ୍ଭ କରିବା ପରେ ‘ସାଝେ ସ୍ବପ୍ନ’ ସଂସ୍ଥା ଗଢ଼ିଥିଲେ। ଏବେ ଝିଅମାନଙ୍କୁ କୁହାଯାଉଛି ‘ସ୍ବପ୍ନଓ୍ବାଲି’ ବା ଡ୍ରିମର୍ସ ଏବଂ ସେମାନେ ଯେଉଁଠି ପଢୁଛନ୍ତି ତାହାକୁ କୁହାଯାଉଛି ‘ସ୍ବପ୍ନ ସେଣ୍ଟର’(ଡ୍ରିମ୍‌ ସେଣ୍ଟର)। ହିମାଚଳପ୍ରଦେଶ ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ଏଭଳି ସେଣ୍ଟର ଖୋଲିବାକୁ ସୁରଭି ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri